ଖୁବ ଶୀଘ୍ର ଉପଲବ୍ଧ ହେବ ୫ଜି ଫୋନ୍‌: ଓପୋ, ଭିଭୋ, ସାଓମି ଏବଂ ୱାନ୍‌ପ୍ଲସ କରିପାରନ୍ତି ଲଞ୍ଚ

ଭାରତରେ ଜଲଦି ୫ଜି ଟେକ୍ନୋଲଜି ସମ୍ପନ୍ନ ଫୋନ ଲଞ୍ଚ ହେବାକୁ ଯାଉଥିବାବେବେଳେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ସେନେଇ ଉତସୁକତା ଦେଖାଦେଇଛି ।

ଫଟୋ ପ୍ରତୀକାତ୍ମକ

ଫଟୋ ପ୍ରତୀକାତ୍ମକ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତରେ ଜଲଦି ୫ଜି ଟେକ୍ନୋଲଜି ସମ୍ପନ୍ନ ମୋବାଇଲ ଫୋନ ଲଞ୍ଚ ହେବାକୁ ଯାଉଥିବାବେଳେ ଟେଲିକମ୍ କମ୍ପାନୀ ଏବଂ ଦୂରସଞ୍ଚାର ବିଭାଗ ମଧ୍ୟରେ ଏହାର ଟ୍ରାଏଲକୁ ନେଇ ସହମତି ହୋଇସାରିଛି । ଖବରରୁ ଜଣାପଡ଼ିଛି ଯେ, ଚଳିତ ବର୍ଷ ଓପୋ, ଭିଭୋ, ସାଓମୀ ଏବଂ ଓ୍ବାନପ୍ଲସ ସମେତ କେତେକ ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ଭାରତରେ ୫ଜି ସ୍ମାର୍ଟ ଫୋନ ଲଞ୍ଚ କରିବାକୁ ଯାଉଛନ୍ତି । ଗ୍ଲୋବାଲ ରିସର୍ଚ୍ଚ ଫାର୍ମ ଟେକ୍ଆର୍କର କହିବା ଅନୁସାରେ ଚଳିତ ବର୍ଷ ୧୫ରୁ ୧୮ ମଡେଲର ୫ଜି ନେଟଓ୍ବାର୍କ ଫିଚର ଥିବା ଫୋନ ଲଞ୍ଚ କରାଯାଇପାରେ । ତେବେ ସବୁଠୁ ବଡ଼ ସସପେନ୍ସ ଏହାର ଦାମକୁ ନେଇଥିବାବେଳେ ୩୦ହଜାର ପାଖାପାଖି ରହିବ ବୋଲି ଜଣାପଡ଼ିଛି ।

ଇଣ୍ଟରନ୍ୟାସନାଲ ଡାଟା କର୍ପୋରେସନ (ଆଇଡିସି) ର ରିପୋର୍ଟ ମୁତାବକ ବ୍ୟବହାର ଯୋଗ୍ୟ ଫଙ୍ଗସନକୁ ଲକ୍ଷ୍ୟରଖି କମ୍ପାନୀମାନେ ଏହି ବର୍ଷ ୪ଜି ଏବଂ ୫ଜି ମଡେଲ ଗୁଡ଼ିକ ଲଞ୍ଚ କରିପାରନ୍ତି ।

୨୦୨୦ରେ ୧୦ଟି ୫ଜି ଫୋନ ଆଣିବ ସାଓମି

ଏହା ପୂର୍ବରୁ ଖବର ଆସଥିଲା ଯେ, ମୋବାଇଲ ଫୋନ ନିର୍ମାଣ କରୁଥିବା କମ୍ପାନୀ ସାଓମି ୨୦୨୦ର ପ୍ରଥମ ୬ମାସ ଭିତରେ ୧୦ଟି ୫ଜି ଫୋନ ତିଆରି କରିବାର  ଯୋଜନା କରୁଛି । ତେବେ କିଛି ଦିନ ପୂର୍ବରୁ ସାଓମିର ସିଇଓ ଲେଇ ଜୁନ ୨୦୧୯ରେ ଚାଇନା ମୋବାଇଲ ଗ୍ଲୋବାଲ କନଫରେନ୍ସରେ ଘୋଷଣା କରିଥିଲେ ଯେ, ୨୮୫ ଡଲାର (୨୦ ହଜାର ଭାରତୀୟ ମୁଦ୍ରାରେ)ରୁ ଅଧିକ ଦାମ ବିଶିଷ୍ଟ ସାଓମିର ସମସ୍ତ ଫୋନ ୫ଜି ହେବ । ଏତିକି ନୁହେଁ ସାଓମି ରେଡମି କେ୩୦କୁ ନେଇ କନଫର୍ମ କରିଥିଲେ କି ଏହି ଫୋନ ମଧ୍ୟ ଖୁବ୍ ଶୀଘ୍ର ୫ଜି ହେବ । ତେବେ କମ୍ପାନୀନର ଦାବି ଅନୁସାରେ ଜଣାପଡୁଛି କି, ରେଡମି କେ୩୦ର ଦାମ ୨୫ରୁ ୩୦ ହଜାର ଭିତରେ ରହିପାରେ ।

 
Published by:Durgamadhab Rath
First published: