Shocking: ୧୨ ନଂ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ମହିଳା; ପାଲଟି ଯାଇଛି ନିଶା

ମୋନେଟ୍‌ ନାମକ ଏହି ମହିଳା ନୂଆ ନୂଆ ସ୍ୱାମୀଙ୍କ ସହ ରହିବାକୁ ଏତେ ଭଲ ପାଆନ୍ତି ଯେ ସେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଥର ବିବାହ କରି ସାରିଲେଣି। ସବୁଠାରୁ କୌତୁହଳର କଥା ହେଉଛି ଏହି ମହିଳା ୫୨ ବର୍ଷରେ ପହଞ୍ଚିଥିଲେ ବି ବିବାହରେ ନିଶା ଛାଡି ନାହିଁ।

୧୧ଥର ବିବାହ କରିସାରିଲେଣି ଏହି ମହିଳା (ପ୍ରତୀକାତ୍ମକ ଛବି)

୧୧ଥର ବିବାହ କରିସାରିଲେଣି ଏହି ମହିଳା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭାରତୀୟ ସମାଜରେ ବିବାହକୁ ଏକ ଉଚ୍ଚ ମାନ୍ୟତା ଦିଆଯାଏ। ଯଦି ଆମେରିକାରେ କଥା ଦେଖାଯାଏ ତେବେ ତାହା ଭାରତୀୟ ପରମ୍ପରା ଠାରୁ ସପୂର୍ଣ୍ଣ ଭିନ୍ନ। ତେବେ ଜଣେ ବ୍ୟକ୍ତି ୪ ଓ ୫ ଜଣଙ୍କୁ ବିବାହ କରିବା କଥା କହିଲେ ହୁଏତ କେହି ବିଶ୍ୱାସ କରିପାରେ। ଯଦି କୁହାଯାଏ ଜଣେ ମହିଳା, ସେ ପୁଣି ୫୨ ବର୍ଷର ଯିଏ ୧୧ ଥର ବିବାହ କରି ସାରିଛନ୍ତି ତେବେ ଆପଣ ହୁଏତ ଅବିଶ୍ୱାସ କରି ପାରନ୍ତି। କିନ୍ତୁ ଏହା ସତ।

ମୋନେଟ୍‌ ନାମକ ଏହି ମହିଳା ନୂଆ ନୂଆ ସ୍ୱାମୀଙ୍କ ସହ ରହିବାକୁ ଏତେ ଭଲ ପାଆନ୍ତି ଯେ ସେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଥର ବିବାହ କରି ସାରିଲେଣି। ସବୁଠାରୁ କୌତୁହଳର କଥା ହେଉଛି ଏହି ମହିଳା ୫୨ ବର୍ଷରେ ପହଞ୍ଚିଥିଲେ ବି ବିବାହରେ ନିଶା ଛାଡି ନାହିଁ। ସେ ଏବେ ବି ନିଜ ପାଇଁ ଏକ ନୂଆ ସ୍ୱାମୀ ଖୋଜୁଛନ୍ତି।

ମୋନେଟ୍‌ ପିଲାଦିନରୁ ବିବାହ କରିବାକୁ ଭଲ ପାଉଥିଲେ। ସେ ଯେତେବେଳେ ଛୋଟ ଥିଲେ, ସେ ନିଜ ଭାଇର ସାଙ୍ଗମାନଙ୍କୁ ବହୁତ ପସନ୍ଦ କରୁଥିଲେ ଏବଂ ସେମାନଙ୍କୁ ବିବାହ କରିବାକୁ ଇଛା କରିଥିଲେ। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଉଚ୍ଚ ବିଦ୍ୟାଳୟ ଶେଷ କରିବା ମାତ୍ରେ ବିବାହ କରିଥିଲେ। ସେହି ଦିନଠାରୁ ଆରମ୍ଭ ହୋଇଥିବା ତାଙ୍କର ଏହି ବିବାହ ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଏପର୍ଯ୍ୟନ୍ତ ମୋନେଟ୍ ୯ଟି ଭିନ୍ନ ଭିନ୍ନ ପୁରୁଷଙ୍କୁ ୧୧ଥର ବିବାହ କରି ସାରିଲେଣି। ମୋନେଟ୍‌ଙ୍କର କୌଣସି ବିବାହ ଦୀର୍ଘଦିନ ଧରି ତିଷ୍ଠି ପାରେନି। ତେଣୁ ସେ ଅଲଗା ଅଲଗା ପୁରୁଷକୁ ବିବାହ କରିଚାଲନ୍ତି।

ମୋନେଟ୍ ଏକ ଚ୍ୟାନେଲ୍‌ରେ ତାଙ୍କ କାହାଣୀ କହିଛନ୍ତି। ସେ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ତାଙ୍କୁ ୨୮ ଜଣ ପୁରୁଷଙ୍କ ଠାରୁ ବିବାହ ପ୍ରସ୍ତାବ ମିଳି ସାରିଛି। ସେ କହିଛନ୍ତି ଯେ ବିବାହ ଭାଙ୍ଗିବା ଦ୍ୱାରା ସେ ନିରାଶ ହୁଅନ୍ତି ନାହିଁ, ବରଂ ପରବର୍ତ୍ତୀ ବ୍ୟକ୍ତିଙ୍କୁ ବିବାହ କରନ୍ତି। ତେବେ ସେ ତାଙ୍କ ସ୍ୱାମୀମାନଙ୍କ ବିଷୟରେ କହିଛନ୍ତି ଯେ ତାଙ୍କର ୫ ନମ୍ବର ସ୍ୱାମୀ ସବୁଠାରୁ ଭଲ ହୋଇଥିବାବେଳେ ୬ ନମ୍ବର ସ୍ୱାମୀଙ୍କର ସ୍ୱଭାବ ବହୁତ ଭଲ ଥିଲା।ସେ ଅନ୍‌ଲାଇନ୍‌ରେ ଅଷ୍ଟମ ନମ୍ବର ସ୍ୱାମୀଙ୍କୁ ପାଇଥିବା ବେଳେ ଦଶମ ନମ୍ବର ସ୍ୱାମୀ ତାଙ୍କୁ ପିଲାଦିନରୁ ଜାଣିଥିଲେ। ବର୍ତ୍ତମାନ ସେ ୫୭ ବର୍ଷୀୟ ଜନ୍‌ଙ୍କୁ ଡେଟ୍ କରୁଛନ୍ତି। ସେ ଜନ୍‌ଙ୍କୁ ପୂର୍ବରୁ ଦୁଇଥର ବିବାହ କରିବା ପରେ ଛାଡିଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ସହିତ ୧୨ତମ ବିବାହ କରିବାର ଯୋଜନା କରୁଛନ୍ତି।
Published by:Soumya Das
First published: