ଦିଲ୍ଲୀ ଦଙ୍ଗା: ଅଙ୍କିତ ଶର୍ମାଙ୍କ ଶରୀରରେ ଥିଲା ୫୧ କ୍ଷତ; ସେଥିରୁ ୧୨ଟି କେବଳ ଛୁରାମାଡ଼ରେ ହୋଇଥିଲା

ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ସମୟରେ ଅଙ୍କିତ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ମୁତାବକ ତାଙ୍କୁ ଫେବୃଆରୀ ୨୭ରେ କିଛି ଲୋକ ଘରୁ ଟାଣି ନେଇଥିଲେ ଓ ପରେ ସେମାନେ ତାଙ୍କୁ ହତ୍ୟା କରିଥିଲେ । ତାଙ୍କ ଘର ନିକଟରେ ଏକ ନାଳରୁ ତାଙ୍କ ଶରୀର ମିଳିଥିଲା । ଏହି ଦଙ୍ଗାରେ ମୋଟ ୫୦ ଜଣ ଲୋକ ପ୍ରାଣ ହରାଇଥିଲେ ।

ଦିଲ୍ଲୀ ଦଙ୍ଗା: ଅଙ୍କିତ ଶର୍ମାଙ୍କ ଶରୀରରେ ଥିଲା ୫୧ କ୍ଷତ; ସେଥିରୁ ୧୨ଟି କେବଳ ଛୁରାମାଡ଼ରେ ହୋଇଥିଲା
ଆଇ.ବି. କର୍ମଚାରୀ ଅଙ୍କିତ ଶର୍ମା ଓ (ଡାହାଣ) ଦିଲ୍ଲୀ ଦଙ୍ଗାର ଏକ ଦୃଶ୍ୟ
  • News18 Odia
  • Last Updated: March 14, 2020, 8:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀର ସାମ୍ପ୍ରଦାୟିକ ଦଙ୍ଗାରେ ଆକ୍ରମଣର ଶିକାର ହୋଇ ପ୍ରାଣ ହାରେଇଥିବା ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) କର୍ମଚାରୀ ଅଙ୍କିତ ଶର୍ମାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରୁ ତାଙ୍କ ମୃତ୍ୟୁର କାରଣ ମୁଣ୍ଡ ଓ ଫୁସଫୁସରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ବୋଲି ସ୍ପଷ୍ଟ ହୋଇଛି । ତାଙ୍କ ଶରୀରରେ ମୋଟ ୫୧ଟି କ୍ଷତ ଥିଲା ।

ସେହି ୫୧ଟି କ୍ଷତ ମଧ୍ୟରୁ ୧୨ଟି କେବଳ ଛୁରାମାଡ଼ ଦ୍ବାରା ହୋଇଥିବା ଜଣାପଡ଼ିଛି । ଏପରିକି ୩୩ଟି ଅନ୍ୟ କ୍ଷତ ଲୁହା ରଡ୍ ଭଳି କିଛି ଅସ୍ପଷ୍ଟ ମାରଣାସ୍ତ୍ର ସାହାଯ୍ୟରେ କରାଯାଇଛି ବୋଲି ରିପୋର୍ଟ ଦର୍ଶାଇଛି । ଫରେନସିକ ଏକ୍ସପର୍ଟଙ୍କ କହିବା ମୁତାବକ ଗଭୀର କ୍ଷତ ଯୋଗୁଁ ଅଙ୍କିତଙ୍କ ମୃତ୍ୟୁ ହୋଇଛି ଓ ସେହି କ୍ଷତଗୁଡ଼ିକ ମୃତ୍ୟୁ ପୂର୍ବରୁ ସତେଜ ଥିଲା ।

ଦିଲ୍ଲୀ ଦଙ୍ଗା ସମୟରେ ଅଙ୍କିତ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ମୁତାବକ ତାଙ୍କୁ ଦଙ୍ଗା ସମୟରେ କିଛି ଲୋକ ଘରୁ ଟାଣି ନେଇଥିଲେ ଏବଂ ପରେ ସେମାନେ ହିଁ ତାଙ୍କର ହତ୍ୟା କରିଥିଲେ । ଫେବୃଆରୀ ୨୭ ତାରିଖ ଅର୍ଥାତ୍ ନିଖୋଜ ହେବାର ଠିକ୍ ଦିନକ ପରେ ଦିଲ୍ଲୀର ଚାନ୍ଦ ବାଗ୍ ସ୍ଥିତ ବାସଭବନ ନିକଟରେ ଏକ ନାଳରୁ ଅଙ୍କିତଙ୍କ ଶରୀର ମିଳିଥିଲା । ମୋଟ ୫୦ ଜଣ ଲୋକ ଦିଲ୍ଲୀର ସିଏଏ-ବିରୋଧୀ ଦଙ୍ଗାରେ ପ୍ରାଣ ହରାଇଥିଲେ ।

ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ବହିଷ୍କୃତ ଆପ୍ (ଆମ ଆଦମୀ ପାର୍ଟି) କାଉନସିଲର ତାହିର ହୁସେନଙ୍କ ଉପରେ ଆରୋପ ଲାଗିଛି । ଶୁକ୍ରବାର ତାଙ୍କୁ ହତ୍ୟା ସହ ସମ୍ପୃକ୍ତି ଅଭିଯୋଗରେ ତିନି-ଦିନିଆ ପୋଲିସ ହେଫାଜତରେ ପଠାଯାଇଛି । ଏହି ମାମଲାରେ ଆତ୍ମସମର୍ପଣ ନେଇ ତାହିର୍ ପୂର୍ବରୁ ଦାଖଲ କରିଥିବା ଆବେଦନକୁ ଦିଲ୍ଲୀ କୋର୍ଟ ଖାରଜ କରିଦେବା ପରେ ତାଙ୍କୁ ଗତ ସପ୍ତାହରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।
First published: March 14, 2020, 8:28 PM IST
corona virus btn
corona virus btn
Loading