News18 Odia Digital
500 Rupees will Ban: RBI ଆଣିଛି ନୂଆ ନିୟମ। RBI ହେଉଛି ଭାରତରେ ଚଳ ପ୍ରଚଳ ହେଉଥିବା ସମସ୍ତ ଟଙ୍କାର ନିୟମ ରିଜର୍ଭ ବ୍ୟାଙ୍କ ବାହାର କରିଥାଏ।
କେତେ ଟଙ୍କା ଛପା ହେବ ଆଉ କେଉ ଟଙ୍କା ଚାଲିବ କି ନଚଳିବ ତାହା RBI ହିଁ ସ୍ଥିର କରିଥାଏ। ତେବେ RBI ଏବେ ୫୦୦ ଟଙ୍କିଆ ନୋଟ (500 Rupees) ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି ଯାହା ଜାଣିବା ଆବଶ୍ୟକ ଅଛି। ଯଦି ଆପଣଙ୍କ ପାଖରେ ବିଡ଼ା ବିଡା ୫୦୦ ସହ ଟଙ୍କିଆ ନୋଟ ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ। କାରଣ ଏହି ପୁରୁଣା ନୋଟ ଆଉ ବଜାରରେ ଚାଲିବ ନାହିଁ।
ଯାହା ପାଇଁ ଆପଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଇପାରନ୍ତି। RBIର ନିୟମ ଅନୁସାରେ ଯଦି ଆପଣଙ୍କ ପାଖରେ ଚିରା ଫଟା ନୋଟ୍ ରହିଛି ତେବେ ତାହା ଆଉ ବଜାରରେ ଚାଲିବ ନାହିଁ। କିନ୍ତୁ ଆପଣମାନେ ତାକୁ ଯେକୌଣସି ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ। ଯଦି କୌଣସି ବ୍ୟାଙ୍କ୍ ଏହି ଟଙ୍କାକୁ ବଦଳାଇବାକୁ ମନା କରୁଛନ୍ତି। ତେବେ ଆପଣ ସେହି ବ୍ୟାଙ୍କ୍ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିପାରିବେ।
ଆପଣଙ୍କ ନୋଟ୍ ଖରାପ ବୋଲି କେମିତି ଜାଣିବେ?ଆପଣଙ୍କ ନୋଟ୍ ଖରାପ ବୋଲି କେମିତି ଜାଣିବେ? ଯଦି ଆପଣଙ୍କ ନୋଟ ମଝି ପର୍ଯ୍ୟନ୍ତ ଚିରି ଯାଇଛି କିମ୍ବା ଫାଟି ଯାଇଛି ତେବେ ତାହାକୁ ଖରାପ ନୋଟ ବା ଅନଫିଟ ନୋଟ୍ ବୋଲି କୁହାଯାଏ।
ବହୁତ୍ ସମୟରେ ବହୁତ୍ ନୋଟ ଅଧିକ ବ୍ୟବହାର ଯୋଗୁ ଖରାପ ହେଇଯାଏ ତାହାକୁ ଖରାପ ନୋଟ ବୋଲି କୁହାଯାଏ। ଏବେ ବଜାରରେ ଆଉ ସେହିପରି ନୋଟ ଚାଲିବା ନାହିଁ। ତେବେ ସେହିପରି ନୋଟ ଥିଲେ ତାକୁ ଯଥା ଶୀଘ୍ର ବ୍ୟାଙ୍କରେ ଯାଏ ବଦଳାଇବାକୁ ପଡ଼ିବ।
ଆଉ ଚଳିବନି ୨୦୦୦ ଟଙ୍କିଆ ନୋଟ୍ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଏକ ବଡ଼ ସୂଚନା ଦେଇଛନ୍ତି। ପ୍ରାୟ ୬ ବର୍ଷର ବିମୁଦ୍ରୀକରଣ ପରେ ମୁଦ୍ରା ନୋଟ୍ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କଠାରୁ ଏଭଳି ଅପଡେଟ ଆସିଛି।
ଆଜିକାଲି ୨୦୦୦ ଟଙ୍କିଆ ନୋଟର ଆଲୋଚନା ସବୁଆଡେ ଦେଖାଯାଉଛି। ଗତ କିଛି ବର୍ଷ ମଧ୍ୟରେ ଏହି ନୋଟ୍ ଗୁଡିକ ଯଥେଷ୍ଟ ହ୍ରାସ ପାଇଛି। ୨୦୦୦ ଟଙ୍କା ନୋଟ୍ ସମ୍ବନ୍ଧରେ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କ(Reserve Bank Of India) ଦ୍ୱାରା କୌଣସି ନିର୍ଦ୍ଦେଶ ଦିଆଯାଇଛି କି? ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ସଂସଦରେ ଏ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।
ପଢ଼ନ୍ତୁ ଏହି ଖବର: PM Scheme: ମୋଦିଙ୍କ ବଡ଼ ଉପହାର; ଲକ୍ଷ ଲକ୍ଷ ଟଙ୍କାର ମିଳୁଛି ଫାଇଦା୨୦୦୦ ଟଙ୍କା ବଦଳରେ ୫୦୦ ଏବଂ ୨୦୦ ଟଙ୍କାର ଅଧିକ ନୋଟ୍ ବ୍ୟାଙ୍କର ଏଟିଏମରୁ ବାହାରୁଛି। ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ହଟାଇବାକୁ ସରକାର ଯୋଜନା କରୁଛନ୍ତି କି? ସଂସଦରେ ଏହି ପ୍ରସଙ୍ଗ ଉଠିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।