Third Child: ତୃତୀୟ ଛୁଆ ଜନ୍ମ କଲେ ମିଳିବ ୫୦ ହଜାର ଟଙ୍କା

Third Child: କେହି ଦମ୍ପତି ୨ରୁ ଅଧିକ ଛୁଆ ଜନ୍ମ କରନ୍ତି ତେବେ ସେମାନଙ୍କୁ ୫୦ ହଜାର ଟଙ୍କାର ଫିକ୍ସଡ଼ ଡିପୋଜିଟ ପ୍ରୋତ୍ସାହନ ରାଶି ଭାବରେ ଦିଆଯିବ ବୋଲି ଘୋଷଣା କରିଛି ଏକ ସମାଜ।

 ତୃତୀୟ ଛୁଆ ଜନ୍ମ କଲେ ମିଳିବ ୫୦ ହଜାର ଟଙ୍କା

ତୃତୀୟ ଛୁଆ ଜନ୍ମ କଲେ ମିଳିବ ୫୦ ହଜାର ଟଙ୍କା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Third Child: ଆମେ ଦୁଇ-ଆମର ଦୁଇ। ଜନସଂଖ୍ୟା (Population Control) ନିୟନ୍ତ୍ରଣ ପାଇଁ ଏହି ନାରା ଅନେକ ଥର ଶୁଣିବାକୁ ମିଳୁଥିବାବେଳେ ସରକାର ମଧ୍ୟ ଜନ ସଚେତନତା କରି ୨ଟି ସନ୍ତାନ ଜନ୍ମ ଉପରେ ଜୋର ଦେଉଛନ୍ତି।

ବିଶ୍ୱରେ ବଢ଼ିବାରେ ଲାଗିଛି ଜନସଂଖ୍ୟା। ଅନ୍ୟ ଦେଶ ଜନସଂଖ୍ୟା ତୁଳନାରେ ସବୁଠୁ ଆଗରେ ରହିଛି ଚୀନ। ଆଉ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତ ଅଛି। ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସରକାରଙ୍କ ପକ୍ଷରୁ କିଛି ନିମୟ ମଧ୍ୟ ଲାଗୁ କରାଯାଇଛି। ମୁଖ୍ୟ କରି ଜନସଂଖ୍ୟାରେ ରୋକ୍‌ ଲଗାଇବାକୁ ସରକାର ଚିନ୍ତିତ ମଧ୍ୟ ରୁହନ୍ତି।

ହେଲେ ନିକଟରେ ରାଜସ୍ଥାନର ମାହେଶ୍ୱରୀ ସମାଜ ପକ୍ଷରୁ ଏମିତି ଏକ ଘୋଷଣା କରାଯାଇଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ସମାଜ ପକ୍ଷରୁ କୁହାଯାଇଛି ଯେ ଯଦି କେହି ଦମ୍ପତି ୨ରୁ ଅଧିକ ଛୁଆ ଜନ୍ (Child Birth) ମ କରନ୍ତି ତେବେ ସେମାନଙ୍କୁ ୫୦ ହଜାର ଟଙ୍କାର ଫିକ୍ସଡ଼ ଡିପୋଜିଟ ପ୍ରୋତ୍ସାହନ ରାଶି ଭାବରେ ଦିଆଯିବ।

ନିକଟରେ ମାହେଶ୍ୱରୀ ସମାଜ ଦ୍ୱାରା ୨ରୁ ଅଧିକ ସନ୍ତାନ ପ୍ରସବ ପାଇଁ ୫୦,୦୦୦ ଟଙ୍କା ଫିକ୍ସଡ଼ ଡିପୋଜିଟ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।

ମାହେଶ୍ୱରୀ ସମାଜ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ଦମ୍ପତି ୨ରୁ ଅଧିକ ସନ୍ତାନ ଜନ୍ମ କରୁଛନ୍ତି ତାଙ୍କୁ ୫୦,୦୦୦ ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ ମିଳିବ। ଖାଲି ସେତିକି ନୁହେଁ, ଦିଆଯାଇଥିବା ତଥ୍ୟରେ ଦମ୍ପତିଙ୍କ ତୃତୀୟ କିମ୍ୱା ଚତୁର୍ଥ ସନ୍ତାନ ଜନ୍ମ ହେଲେ ଏହି ଟଙ୍କା ମିଳିବ ବୋଲି କୁହାଯାଇଛି।

ପଢ଼ନ୍ତୁ ଏହି ଖବର:  ଅଛି କି ଆପଣଙ୍କ ପାଖରେ ଏହି ଗୁଣ? ହୋଇପାରିବେ IPS ଅଫିସର

ଏହାପୂର୍ବରୁ ମାହେଶ୍ୱରୀ ସମ୍ପ୍ରଦାୟ ତୃତୀୟ କନ୍ୟା ସନ୍ତାନ ପାଇଁ ୫,୦୦୦ ଟଙ୍କା ଏଫଡି ଘୋଷଣା କରିଥିଲା। ଏହି ନିଷ୍ପତ୍ତି ୮ ବର୍ଷ ପୂର୍ବରୁ ନିଆଯାଇଥିଲା, କିନ୍ତୁ ବର୍ତ୍ତମାନ ଏହି ନିୟମ ପୁତ୍ର ସନ୍ତାନଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି।
Published by:Lipina Das
First published: