୫ବର୍ଷୀୟ ନମନ ହେବେ କନେଷ୍ଟବଳ; ଏସପି ଦେଲେ ନିଯୁକ୍ତି ପତ୍ର

ବର୍ତ୍ତମାନ ବୟସ ମାତ୍ର ୫ ବର୍ଷ, କିନ୍ତୁ ତୁଲାଇବେ ଏତେ ବଡ଼ ଦାୟିତ୍ୱ। ଯାହାକୁ ନେଇ ସମସ୍ତଙ୍କ ଭିତରେ ସୃଷ୍ଟି ହୋଇଛି, ଏହା କିପରି ସମ୍ଭବ?

ଚାଇଲ୍ଡ କନେଷ୍ଟବଳ

ଚାଇଲ୍ଡ କନେଷ୍ଟବଳ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Child Constable: ଜଣେ ୫ ବର୍ଷର ବାଳକ ତୁଲାଇବେ କନେଷ୍ଟବଳ(Constable) ଦାୟିତ୍ୱ। ଜଣେ ଶିଶୁକୁ କନଷ୍ଟେବଳ ଭାବରେ ପୋଷ୍ଟ କରାଯିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

୫ ବର୍ଷୀୟ ନମନ ରାଜୱାଡେ ଝାଡ଼ଖଣ୍ଡ(Jharkhand) ପୋଲିସ ବିଭାଗରେ ଚାକିରି କରିବେ। ଜିଲ୍ଲା ଏସପି ଭାବନ ଗୁପ୍ତା ତାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଆପଣ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଏହା କିପରି ସମ୍ଭବ? ଜାଣନ୍ତୁ ପୂରା କାହାଣୀ।

ସୁରଗୁଜା ପୋଲିସ ଅଧୀକ୍ଷକ ଭାବନ ଗୁପ୍ତା ନମନଙ୍କୁ ଶିଶୁ କନଷ୍ଟେବଳ ନିଯୁକ୍ତି ପତ୍ର ଦେଇଛନ୍ତି। ସରକାରୀ ନିୟମ ଅନୁଯାୟୀ ତାଙ୍କୁ ସମସ୍ତ ସୁବିଧା ଓ ଦରମା ମଧ୍ୟ ମିଳିବ। ନମନଙ୍କ ବାପା ରାଜ କୁମାର ରାଜୱାଡେ ଛତିଶଗଡ଼ ପୋଲିସ ବିଭାଗର ଜଣେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ। ୨୦୨୧ ସେପ୍ଟେମ୍ବର ୩ରେ ରାଜକୁମାର ରାଜୱାଡେଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ କନଷ୍ଟେବଳଙ୍କ ପତ୍ନୀ ଓ ତାଙ୍କର ୫ ବର୍ଷର ପୁଅ ନମନ ନିଃସହାୟ ହୋଇଯାଇଥିଲର। ରାଜକୁମାରଙ୍କ ମୃତ୍ୟୁ ପରେ ଛତିଶଗଡ ପୋଲିସ ବିଭାଗ ସହଯୋଗ କରିବେ ବୋଲି ପରିବାରକୁ ଆଶ୍ୱାସନା ଦେଇଥିଲେ। କୁହାଯାଉଛି ଯେ ପିତାଙ୍କ ମୃତ୍ୟୁ ପରେ ନମନଙ୍କୁ କନଷ୍ଟେବଳ ଭାବରେ ପୋଷ୍ଟ କରାଯାଇଛି।

Medical college in India: ସବୁଠୁ ଶସ୍ତା ମେଡ଼ିକାଲ କଲେଜ; ମାତ୍ର ୬୬ ହଜାରରେ ପଢ଼ିବେ MBBS


ସୂଚନାଯୋଗ୍ୟ, ବର୍ତ୍ତମାନ ଶିଶୁ କନଷ୍ଟେବଳ ଭାବରେ ପୋଷ୍ଟ ହୋଇଥିବା ୫ ବର୍ଷିୟ ନମନର ୧୮ ବର୍ଷ ପୂରା ହେବା ପରେ ସେ କନଷ୍ଟେବଳ ମାନ୍ୟତା ପାଇବେ। ଏଥି ସହ ଏସପି ଭାବନ ଗୁପ୍ତା ଜଣେ ପାଞ୍ଚ ବର୍ଷର ଶିଶୁକୁ ନିଯୁକ୍ତି ପତ୍ର ପ୍ରଦାନ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନମନ ରାଜୱାଡାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରୁଥିବାବେଳେ ଭବନ ଗୁପ୍ତା କହିଛନ୍ତି ଯେ ବର୍ତ୍ତମାନ ଆପଣ ଜଣେ ପୋଲିସ ହୋଇଗଲେ। ପୋଲିସ ବିଭାଗର ଏଭଳି କାର୍ଯ୍ୟକୁ ନେଇ ନେଇ ସମସ୍ତେ ପ୍ରାୟ ପ୍ରଶଂସା କରିଛନ୍ତି।
Published by:Soumya Das
First published: