ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟାର ପ୍ରତିଶୋଧ ନେଲା Army; ଏନକାଉଣ୍ଟରରେ ୫ ଆତଙ୍କବାଦୀଙ୍କୁ ହତ୍ୟା କଲା

କଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟାର ପ୍ରତିଶୋଧ ନେଲା Army; ଏନକାଉଣ୍ଟରରେ ୫ ଆତଙ୍କବାଦୀଙ୍କୁ ହତ୍ୟା କଲା

5 terrorists killed by security forces in 2 encounters in Kashmir | ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କରି ବାରମ୍ବାର ଘୋଷଣା କରାଯାଇଥିଲା, କିନ୍ତୁ ସେମାନେ ସେନାର ମିଳିତ ସର୍ଚ୍ଚ ପାର୍ଟି ଉପରେ ଗୁଳି ଚଳାଇଥିଲେ । ଫଳରେ ସୈନ୍ୟମାନେ ଆତ୍ମରକ୍ଷା ପାଇଁ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ ।

କଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟାର ପ୍ରତିଶୋଧ ନେଲା Army; ଏନକାଉଣ୍ଟରରେ ୫ ଆତଙ୍କବାଦୀଙ୍କୁ ହତ୍ୟା କଲା
କଶ୍ମୀରେ ସେନା ବାହିନୀକୁ ବଡ଼ ସଫଳତା ମିଳିଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 12, 2021, 10:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ଜମ୍ମୁ କଶ୍ମୀରର (Jammu Kashmir) ଶୋପିଆନ୍ ଜିଲ୍ଲାରେ ଦୁଇଟି ପୃଥକ ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ଭାରତୀୟ ସୁରକ୍ଷା ବାହିନୀର ସୈନ୍ୟମାନେ । ମୃତ ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ କିଛି ଦିନ ତଳେ ଶ୍ରୀନଗରରେ ବିହାରର ଜଣେ ହକରଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା ବୋଲି ପୋଲିସ ସୂଚନା ଦେଇଛି। ପୋଲିସର ମୁଖପାତ୍ର କହିଛନ୍ତି ଯେ ଶ୍ରୀନଗର ଓ ବାନ୍ଦିପୋରାରେ ହତ୍ୟା କରାଯାଇଥିବା ଚାରି ଜଣ ସାଧାରଣ ଲୋକଙ୍କ ମଧ୍ୟରୁ ଦୁଇ ଜଣଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଆତଙ୍କବାଦୀମାନଙ୍କ ହତ୍ୟା ସହ ସେହି ମାମଲାର ସମାଧାନ କରାଯାଇଛି ।

‘‘ଗତ ୨୪ ଘଣ୍ଟାରେ ଶୋପିଆନର ଦୁଇଟି ଗାଁ ତୁଲରାନ୍ ଓ ଫେରିପୁରାରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ସୂଚନା ପାଇବା ପରେ ଦୁଇଟି ଆତଙ୍କବାଦୀ-ବିରୋଧୀ ଅପରେସନ୍‌ ଆରମ୍ଭ କରାଯାଇଥିଲା, ଯେଉଁଥିରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଶ୍ରୀନଗରର ଲାଲ୍‌ ବଜାର ଅଞ୍ଚଳରେ ଜଣେ ସ୍ଥାନୀୟ ବିକ୍ରେତାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ମୁଖାର୍ ଶାହା ବି ଅଛି,’’ କହିଛନ୍ତି ଜମ୍ମୁ-କଶ୍ମୀର ପୋଲିସର ଜଣେ ମୁଖପାତ୍ର ।

ଏହା ବି ପଢ଼ନ୍ତୁ | Coal Crisis: ଦେଶରେ ବିଜୁଳି ସମସ୍ୟା ଆହୁରି ବଢ଼ିବ ନା କମିବ? ଶକ୍ତି ସଚିବ ସ୍ଥିତି ସ୍ପଷ୍ଟ କଲେ

ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀରର ଏହି ଦୁଇଟି ଗ୍ରାମକୁ ଘେରିଯାଇଥିଲେ ଓ ସେଠାରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ଖୋଜିଥିଲେ । ତୁଲରାନରେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ବାରମ୍ବାର ସୁଯୋଗ ଦିଆଯାଇଥିଲା, କିନ୍ତୁ ସେମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ଏହା ପରେ ଏନକାଉଣ୍ଟର୍‌ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ପୋଲିସର ମୁଖପାତ୍ର।

ଏହା ବି ପଢ଼ନ୍ତୁ | ପୁଅ ଆର୍ୟନ୍ ଖାନ୍ ଗିରଫ ହେବା ପରେ ସୁପରଷ୍ଟାର୍ ଶାହାରୁଖ ଖାନଙ୍କୁ ଲାଗିଲା ବଡ଼ ଆର୍ଥିକ ଝଟକା

ଅନ୍ଧକାର ଯୋଗୁଁ ଅପରେସନକୁ ସ୍ଥଗିତ ରଖାଯାଇଥିଲା, ​​କିନ୍ତୁ ଦୁଇଟି ଗାଁକୁ ସୁରକ୍ଷା ବାହିନୀ ଘେରି ରଖିଥିଲେ । ସକାଳେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ କରି ବାରମ୍ବାର ଘୋଷଣା କରାଯାଇଥିଲା, କିନ୍ତୁ ସେମାନେ ମିଳିତ ସର୍ଚ୍ଚ ପାର୍ଟି ଉପରେ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷା ବାହିନୀ ଆତ୍ମରକ୍ଷା ପାଇଁ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ ।

ଏହା ବି ପଢ଼ନ୍ତୁ | ଆସିଲା ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ: ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ ଘଟିଛି; ଶେଷ ଫଟୋ ବି ମିଳିଲା

ଏହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏନକାଉଣ୍ଟର ସ୍ଥଳରୁ ସେମାନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ମୃତ ଆତଙ୍କବାଦୀମାନଙ୍କୁ ଶୋପିଆନର ରାଇ କାପରେନର ବାସିନ୍ଦା ଦାନିଶ ହୁସେନ୍‌ ଡାର, ପାହିପୁରାର ବାସିନ୍ଦା ୟାୱାର ହୁସେନ୍‌ ନାଇକୋ ଓ କେନ୍ଦ୍ରୀୟ କାଶ୍ମୀରର ଗନ୍ଦେରବଲର ସିନ୍ଦବଲ ନିବାସୀ ମୁଖ୍ତାର୍ ଅହମ୍ମଦ ଶାହା ବୋଲି ଚିହ୍ନଟ କରାଯାଇଛି ।



‘‘ଏହି ତିନି ଆତଙ୍କବାଦୀ ଲଶ୍କର-ଏ-ତଇବା (LeT) ସହ ଜଡି଼ତ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌ (ଟି.ଆର.ଏଫ.) ସହିତ ଜଡି଼ତ ଥିଲେ। ପୋଲିସ୍ ରେକର୍ଡ ଅନୁଯାୟୀ ମୃତ ଆତଙ୍କବାଦୀମାନଙ୍କର ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତଇବା (ଟି.ଆର.ଏଫ୍.) ସହିତ ସମ୍ପର୍କ ଥିଲା ଓ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଓ ସାଧାରଣ ନାଗରିକଙ୍କ ଉପରେ ଅତ୍ୟାଚାର କରିବା ଭଳି ଅନେକ ଆତଙ୍କବାଦୀ ଅପରାଧରେ ସେହି ସଙ୍ଗଠନର ସମ୍ପୃକ୍ତି ଥିଲା,’’ କହିଛନ୍ତି ଅଧିକାରୀ ।

ଏହା ବି ପଢ଼ନ୍ତୁ | ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲା ପିଲାଟି, ତାବେକକୁ କାମୁଡ଼ି ଝାମ୍ପି ନେଇଗଲା ଚିତାବାଘ

ବିହାରର ମୂଳ ବାସିନ୍ଦା ଓ ଚାଟ୍‌ ବିକ୍ରେତା ବିରେନ୍ଦ୍ର ପାସୱାନଙ୍କୁ ଶ୍ରୀନଗରରେ ଅକ୍ଟୋବର ୫ ତାରିଖରେ ଗୁଳି ମାରି ହତ୍ୟା କରିଥିଲେ ଆତଙ୍କବାଦୀମାନେ । ଏହାର କିଛି ସମୟ ପୂର୍ବରୁ ପ୍ରଖ୍ୟାତ ରସାୟନ ବିଜ୍ଞାନୀ ଏମ୍‌.ଏଲ୍ ବିନ୍ଦୃଙ୍କୁ ଶ୍ରୀନଗରରେ ତାଙ୍କ ଦୋକାନ ନିକଟରେ ଗୁଳି ମାରି ଆତଙ୍କବାଦୀମାନେ ହତ୍ୟା କରିଥିଲେ । ଆତଙ୍କବାଦୀମାନେ ସେହି ଦିନ ବାନ୍ଦିପୋରା ଜିଲ୍ଲାର ନାଇଡଖାଇ ଅଞ୍ଚଳରେ ସ୍ଥାନୀୟ ଟ୍ୟାକ୍ସି ଷ୍ଟାଣ୍ଡର ଚେୟାରମ୍ୟାନ୍ ମହମ୍ମଦ ଶାଫି ଲୋନଙ୍କୁ ବି ହତ୍ୟା କରିଥିଲେ ।
Published by: Anand S.T. Das
First published: October 12, 2021, 10:56 PM IST