News18 Odia Digital
ନୂଆ ଦିଲ୍ଲୀ: କେରଳରୁ (Kerala) ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଇଡୁକିରେ କିଛି ଲୋକ ନିଜ ଘର ନିକଟରୁ ପ୍ରାୟ ୧୦୦ ମିଟର ଅଞ୍ଚଳ ମଧ୍ୟରେ ଜାଲ ବିଛାଇଥିଲେ । ଏହି ଜାଲରେ ଭୁଲବଶତଃ ପ୍ରାୟ ୫୦ କିଲୋଗ୍ରାମର ଏକ ଚିତାବାଘ (Leopard) ଜଙ୍ଗଲରୁ ବାହାରି ଫସି ଯାଇଥିଲା । ଏହା ପରେ ସେମାନେ ଏହି ଚିତାବାଘକୁ ଛାଡିଦେବା ପରିବର୍ତ୍ତେ ଏହାକୁ କାଟି ଏହାର ମାଂସକୁ ରାନ୍ଧି ଖାଇଦେଇଥିଲେ । ବର୍ତ୍ତମାନ ପୋଲିସ ଏହି ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଏହି ଆଶ୍ଚର୍ଯ୍ୟଜନକ ଘଟଣା ସମ୍ପର୍କରେ ସୂଚନା ଦେଇ ମାନକୁଲାମ ରେଞ୍ଜ ଅଧିକାରୀ ଉଦୟ ସୁରିଆନ କହିଛନ୍ତି ଯେ ଏହି ପାଞ୍ଚ ଅଭିଯୁକ୍ତଙ୍କ ନାମ ବିନୋଦ, କୁରିକୋସ, ବିନୁ, କୁଞ୍ଜାପନ୍ ଓ ଭିନ୍ସେଣ୍ଟ । ସମସ୍ତେ ମୁନିପାରା ମନମାନକୁଲମର ବାସିନ୍ଦା ଅଟନ୍ତି । ଚିତାବାଘ ବିନୋଦଙ୍କ କ୍ଷେତରେ ଫସି ଯାଇଥିଲା । ଏହା ପରେ ବିନୋଦ ନିଜର ସମସ୍ତ ସାଥୀଙ୍କୁ ଡାକି ଏହି ବାଘକୁ ମାରି ଏହାର ମାଂସକୁ ରାନ୍ଧି ଖାଇଥିଲେ ।
ରେଞ୍ଜ ଅଧିକାରୀଙ୍କ ଅନୁଯାୟୀ ବିନୋଦଙ୍କ ଘରୁ ୧୦ କିଲୋ ମାଂସ ମଧ୍ୟ ଜବତ ହୋଇଛି । ଏହି ସମସ୍ତ ଅଭିଯୁକ୍ତଙ୍କ ଯୋଜନା ଥିଲା ଯେ ସେମାନେ ଚିତାବାଘ ଚର୍ମ, ନଖ ଓ ଦାନ୍ତକୁ ମଧ୍ୟ ବିକ୍ରି କରିବେ । ଚିତାବାଘ ଏକ ସଂରକ୍ଷିତ ବନ୍ୟଜନ୍ତୁ । ଦୋଷୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଯାଇପାରେ ।
ଏହି ଘଟଣା ଯୋଗୁଁ ଏହି ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । କୁହାଯାଇଛି ଯେ ଅନେକ ଥର ଜଙ୍ଗଲରୁ ଚିତାବାଘ ଇଜ ଶିକାର ଖୋଜିବାକୁ ଯାଇ ଗାଁକୁ ଆସି ଯାଇ ଥାଏ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।