News 18 Odia Digital
ବିହାର : ବିହାରରେ ମଦ ବିକ୍ରି କରିବା ଓ ତିଆରି କରିବା ଉପରେ ନିଷୋଧ ସ୍ଵତ୍ତେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ପୁଣି ସାମ୍ନାକୁ ଆସିଛି । ଚୋରା ମଦ ଯୋଗୁଁ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ । ଏବେ ପୁଣି ଥରେ ସାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ଘଟିଛି । ଏହି ଘଟଣାରେ ବିଷାକ୍ତ ମଦ ପିଇବା କାରଣରୁ ଜିଲ୍ଲାର ମାରହରା ପୋଲିସ ଷ୍ଟେସନ ଅନ୍ତର୍ଗତ ଭୁଆଲପୁରରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ଉକ୍ତ ଗାଁରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ମୃତକମାନେ ହେଲେ ଆଲାଉଦ୍ଦିନ, କାମେଶ୍ୱର ମହଟୋ, ରାମଜୀବନ, ରୋହିତ ସିଂ ଓ ପପୁ ସିଂ ବୋଲି ମାରହରା ଏସଡିପିଓ ଇନ୍ଦ୍ରଜିତ ବୈଠା ସୂଚନା ଦେଇଛନ୍ତି ।
ପୋଲିସ ମୃତଦେହକୁ ଚାପ୍ରାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ କରୁଛି । ଅଧିକ ଲୋକ ମଦ୍ୟପାନ କରିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । କୁହାଯାଉଛି ଯେ ନିନ୍ଦା ଓ ଭୟ ହେତୁ ଅନେକ ଲୋକ ଗୁପ୍ତରେ ଚିକିତ୍ସା କରୁଛନ୍ତି । ଏହି ସମୟରେ ପୋଲିସ ଗ୍ରାମବାସୀଙ୍କୁ ନିବେଦନ କରିଛି ଯେ ଯଦି କେହି ମଦ୍ୟପାନ କରିଛନ୍ତି, ତେବେ ସୂଚନା ଦିଅନ୍ତୁ ଯାହା ଦ୍ୱାରା ଠିକ୍ ସମୟରେ ଚିକିତ୍ସା ଦ୍ୱାରା ସେମାନଙ୍କର ଜୀବନ ରକ୍ଷା କରାଯାଇ ପାରିବ ।
ଗତ ସପ୍ତାହରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲାପ୍ରକାଶ ଥାଉକି ଗତ ସପ୍ତାହରେ ବିହାରର ସାରଣ ଜିଲ୍ଲାରେ ୧୩ ଜଣଙ୍କର ବିଷାକ୍ତ ମଦ୍ୟପାନ ହେତୁ ମୃତ୍ୟୁ ଘଟିଥିଲା। ପ୍ରାୟ ଅନେକ ଲୋକ ଦୃଷ୍ଟି ଶକ୍ତି ହରାଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।