News18 Odia Digital
ତାଇପେଇ (ତାଇୱାନ): ଦକ୍ଷିଣ ତାଇୱାନରେ ଏକ ୧୩-ମହଲା ଅଟ୍ଟାଳିକାରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢ଼ି ୪୬ ହୋଇଛି ବୋଲି ଗୁରୁବାର ଦିନ ଅଧିକାରୀମାନେ କହିଛନ୍ତି । ଅତି କମରେ ୪୧ ଜଣ ଆହତ ହୋଇଛନ୍ତି (Taiwan fire) ।
୧୩ ମହଲା ବିଶିଷ୍ଟ କୋଠାରେ ଗୁରୁବାର ଭୋର୍ ୩ଟା ବେଳେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବିଭାଗର ବିବୃତ୍ତିରେ କୁହାଯାଇଛି ଯେ ଏହି ଅଗ୍ନିକାଣ୍ଡ ଅତି ଭୟଙ୍କର ଥିଲା ଓ ଏଥିରେ ଅନେକ ମହଲା ନଷ୍ଟ ହୋଇଯାଇଛି (Taipei fire) । ଜଣେ ଅଧିକାରୀ କହିଛନ୍ତି ଯେ ନିଆଁ ଲାଗିଥିବା ସ୍ଥାନରୁ ୩୨ଟି ମୃତ ଦେହକୁ ସିଧା ମର୍ଗକୁ ପଠାଯାଇଛି। ଡାକ୍ତରଖାନାକୁ ନିଆଯାଇଥିବା ଅନ୍ୟ ୫୫ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ଦେହରେ ଜୀବନର କୌଣସି ଲକ୍ଷଣ ନ ଥିଲା ବୋଲି ଜଣେ ଅଧିକାରୀ ସମ୍ବାଦ ସଂସ୍ଥା ଏ.ପି.କୁ କହିଛନ୍ତି । ତାଇୱାନରେ ମୃତ୍ୟୁର ସରକାରୀ ନିଶ୍ଚିତକରଣ କେବଳ ଡାକ୍ତରଖାନାରେ କରାଯାଏ ।
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ ଖୋଲିବ; ତାଙ୍କ ୩ ସାଙ୍ଗ ଏବେ ପୋଲିସ କବଜାରେ; କାର୍ ମାଲିକ ଏବେ ବି ଫେରାର୍
ତାଇୱାନ ଟେଲିଭିଜନରେ ପ୍ରଦର୍ଶିତ ଭିଡିଓରେ ଦେଖାଯାଇଥିଲା ଯେ କମଳା ରଙ୍ଗର ନିଆଁର ଶିଖା ଓ ପ୍ରବଳ ଧୂଆଁ ବିଲ୍ଡିଂର ତଳ ମହଲାରୁ ବାହାରୁଛି ଓ ଅଗ୍ନିଶମ କର୍ମଚାରୀମାନେ ରାସ୍ତାରେ ଠିଆ ହୋଇ ପାଣି ସ୍ପ୍ରେ କରୁଛନ୍ତି (fire mishap) । ଜଣେ ମହିଳା, ଯାହାଙ୍କ ପରିଚୟ ମିଳିନାହିଁ, କହିଥିଲେ ଯେ ତାଙ୍କ ୬୦ରୁ ୭୦ ବର୍ଷର ପିତାମାତା ସେହି ବିଲ୍ଡିଂ ଭିତରେ ଥିଲେ ।

ଏହି ୧୩ ମହଲା ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । (ଏ.ପି. ଫଟୋ)
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମୋବାଇଲ୍ ଫୋନ୍ ହେଲା କାଳ; ଗେମ୍ ଖେଳିବାକୁ ନ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର
ସକାଳ ହେବା ପରେ ଦେଖାଯାଇଥିଲା ଯେ ଅଗ୍ନିଶମ କର୍ମଚାରୀମାନେ ଉଚ୍ଚ ପ୍ଲାଟଫର୍ମରେ ଠିଆହୋଇ ଧୂଆଁ ବାହାରୁଥିବା କୋଠାର ମଧ୍ୟ ଭାଗର ଫ୍ଲାଟଗୁଡ଼ିକ ଭିତରକୁ ପାଣି ସ୍ପ୍ରେ କରୁଥିଲେ । ଏହି ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ଅଛି, କିନ୍ତୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ କହିଥିଲେ ଯେ ଯେଉଁଠି ବହୁତ ଜିନିଷ ଗଦା ହୋଇ ରହିଥିଲା ସେଠାରେ ନିଆଁ ଖୁବ୍ ଜୋର୍ ଜଳୁଥିଲା ।
ଏହା ବି ପଢ଼ନ୍ତୁ | ଢେଙ୍କାନାଳ: ଟଙ୍କା ଭର୍ତ୍ତି ବ୍ୟାଙ୍କ୍ ଗାଡି଼ ଲୁଟିଥିଲେ, ମାତ୍ର ଧରାପଡ଼ିଗଲେ; ୧ କୋଟି ଟଙ୍କା ଜବତ, ୩ ଗିରଫ
ପ୍ରତ୍ୟକ୍ଷଦର୍ଶୀମାନେ ତାଇୱାନ ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ପ୍ରାୟ ୩ଟା ବେଳେ ଏକ ବିସ୍ଫୋରଣ ଶୁଣିଥିଲେ । ଏହି ବିଲ୍ଡିଂଟି ପ୍ରାୟ ୪୦ ବର୍ଷ ପୁରୁଣା । ଏହାର ତଳ ମହଲାରେ ଦୋକାନ ଥିଲା ଓ ଉପର ମହଲାରେ ଆପାର୍ଟମେଣ୍ଟଗୁଡ଼ିକ ଥିଲେ । ତଳ ମହଲା ସମ୍ପୂର୍ଣ୍ଣ କଳା ହୋଇଯାଇଛି । (ଏ.ପି.)
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।