Bomb Blast: କାବୁଲରେ ପୁଣି ଆତ୍ମଘାତୀ ବିସ୍ଫୋରଣ; ୫୩ ଜଣଙ୍କ ମୃତ୍ୟୁ

Kabul Bomb Blast: ତିନି ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୩୦ରେ ମଧ୍ୟ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ପ୍ରାୟ ୧୦୦ ପିଲାଙ୍କର ମୃତ୍ୟୁ ଘଟିଥିଲା।

କାବୁଲରେ ପୁଣି ଆତ୍ମଘାତୀ ବିସ୍ଫୋରଣ

କାବୁଲରେ ପୁଣି ଆତ୍ମଘାତୀ ବିସ୍ଫୋରଣ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Kabul Bomb Blast: ଆଫଗାନିସ୍ତାନର କାବୁଲରେ ତିନି ଦିନ ମଧ୍ୟରେ ପୁଣି ଥରେ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି। ସହିଦ ମଜାରୀ ରୋଡରେ ଥିବା ପୁଲ-ଇ-ସୁଖତା ଅଞ୍ଚଳ ନିକଟରେ ଏହି ଘଟଣା ଘଟିଛି।

ସୋମବାର ଏଠାରେ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୫୩ ଜଣଙ୍କର ମୃତ୍ୟୁ ଘଟିଛି। ନିହତ ହୋଇଥିବା ୫୩ ଜଣଙ୍କ ମଧ୍ୟରୁ ୪୬ ଜଣ ଯୁବତୀ ଓ ମହିଳା ଥିଲେ। ଖବର ଅନୁଯାୟୀ, ଅପରାହ୍ନ ପ୍ରାୟ ୨ଟା ସମୟରେ ଏହି ଘଟଣା ଘଟିଥିଲା।

ପ୍ରକାଶ ଥାଉକି ତିନି ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୩୦ରେ ମଧ୍ୟ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ପ୍ରାୟ ୧୦୦ ପିଲାଙ୍କର ମୃତ୍ୟୁ ଘଟିଥିଲା। ରାଜଧାନୀର ଏକ ଶିଆ ଅଞ୍ଚଳରେ ଅବସ୍ଥିତ ଏକ ବିଦ୍ୟାଳୟରେ ପିଲାମାନେ ପରୀକ୍ଷା ଦେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।
Published by:Lipina Das
First published: