ଇପିଏଫଓ (EPFO)ରେ ୪୨୧ଟି ପ୍ରବର୍ତ୍ତନ ଅଧିକାରୀ ପଦ ଖାଲି ଅଛି; ଆବେଦନ ମାଗିଲା ୟୁପିଏସ୍‌ସି (UPSC)

ୟୁପିଏସସି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ୪୦୦ରୁ ଊର୍ଦ୍ଧ୍ବ ପ୍ରବର୍ତ୍ତନ ଏବଂ ଆକାଉଣ୍ଟ ଅଫିସର ପଦବୀ ଖାଲିଥିବା ନେଇ ଘୋଷଣା କରିଛି ।

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ଲଗୋ

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ଲଗୋ

  • Share this:
News18 Odia Digital

ନୂଆ ଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫଓ)ରେ ପାଖା ପାଖି ୪୨୧ ଟି ପ୍ରବର୍ତ୍ତନ ଏବଂ ଆକାଉଣ୍ଟ ଅଫିସର ପଦବୀ ଖାଲିଥିବା ନେଇ ଘୋଷଣା କରିଛି । ଏହି ପଦବୀ ଗୁଡ଼ିକ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧିନରେ ଆସୁଛି । ଏହି ପଦବୀ ଗୁଡ଼ିକ ଆବେଦନ ପାଇଁ ଜାନୁଆରୀ ୩୧ ଶେଷ ତାରିଖ ରଖାଯାଇଛି ।

ଏହି ପଦବୀ ଲାଗି ଆବେଦନ କରିବାକୁ ହେଲେ ପ୍ରାର୍ଥୀ ସ୍ନାତକ ଶିକ୍ଷା ସମାପ୍ତ କରିଥିବା ଦରକାର ଏବଂ ବୟସ ୩୦ ବର୍ଷରୁ କମ୍ ହୋଇଥିବା ଦରକାର । ପ୍ରାର୍ଥୀମାନେ ଓଆରଏ ଓ୍ବେବସାଇଟ ‘upsconline.nic.in’ ଯାଇ ସେଥିରେ ଆବେଦନ କରିପାରିବେ । ଆବେଦନ ପରେ ଆପ୍ଲିକେଶନ ଫର୍ମ ସମ୍ପୂର୍ଣ୍ଣ କରିବାର ଶେଷ ତାରିଖ ଫେବୃଆରୀ ୨ ରଖାଯାଇଛି । ଏଥିଲାଗି ପ୍ରାର୍ଥୀଙ୍କୁ ମାତ୍ର ୨୫ ଟଙ୍କା ଦେବାକୁ ପଡ଼ିବ । ଅଫଲାଇନରେ ଆବେଦନ କରୁଥିବା ପ୍ରାର୍ଥୀମାନେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ରାଞ୍ଚରେ ଡିପୋଜିଟ୍ କରିପାରିବେ ବା ଅନଲାଇନ ନେଟ୍ ବ୍ୟାଙ୍କିଙ୍ଗ ଯୋଗେ ଭିଜା/ମାଷ୍ଟର/ଡେବିଟ୍ କାର୍ଡ଼ ସାହାଯ୍ୟରେ ଦେୟ ଦେଇପାରିବେ । ପ୍ରାର୍ଥୀମାନଙ୍କ ଚୟନ ଲିଖିତ ଏବଂ ମୌଖିକ ପରୀକ୍ଷା ପରେ ହେବ । ଲିଖିତ ଏବଂ ସାକ୍ଷାତକାର ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ପ୍ରାର୍ଥୀଙ୍କୁ ହିଁ ଅଗ୍ରାଧିକାର ପ୍ରଦାନ କରାଯିବ ଏଥିପାଇଁ ୭୫:୨୫ ଅନୁପାତ ସ୍ଥିର କରାଯାଇଛି । ଲିଖିତ ପରୀକ୍ଷା ୪ ଅକ୍ଟୋବରରେ ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି । ଲିଖିତ ପରୀକ୍ଷାର ଅବଧି ୨ଘଣ୍ଟା ରଖାଯାଇଛି । ସମସ୍ତ ପ୍ରଶ୍ନର ଅଙ୍କ ସମାନ ରହିବ ବୋଲି ଜଣାପଡ଼ିଛି । ପ୍ରଶ୍ନ ଗୁଡ଼ିକ ଅବଜେକ୍ଟିଭ ଟାଇପର ହେବାକୁଥିବାବେଳେ ପ୍ରାର୍ଥୀ ଇଂରାଜୀ କିମ୍ବା ହିନ୍ଦୀରେ ଏହାର ଉତ୍ତର ଦେଇପାରିବେ । ଯେଉଁମାନେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ମୌଖିକ ସାକ୍ଷାତକାର ଲାଗି ଡକାଯିବ ।
Published by:Durgamadhab Rath
First published: