ବାବା କା ଢ଼ାବା ମାଲିକଙ୍କ ଆକାଉଣ୍ଟକୁ ଆସିଥିଲା ୪୨ ଲକ୍ଷ ଟଙ୍କା; ଦିଲ୍ଲୀ ପୋଲିସ ଦାଖଲ କଲା ଷ୍ଟାଟସ୍ ରିପୋର୍ଟ

ୟୁଟ୍ୟୁବର୍ ଗୌରବ ଭାସନଙ୍କ ବିରୋଧରେ କୋର୍ଟରେ ପିଟିସନ ଦାଖଲ କରି ବାବା କା ଢ଼ାବା (Baba Ka Dhaba) ପରିଚାଳନା କରୁଥିବା କାନ୍ତା ପ୍ରସାଦ ନିଜ ସମସ୍ତ ଟଙ୍କାର ହିସାବ ମାଗିଥିଲେ । ଏହି ମାମଲାରେ ଦିଲ୍ଲୀ ପୋଲିସ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି ।

ବାବା କା ଢ଼ାବା ମାଲିକଙ୍କ ଆକାଉଣ୍ଟକୁ ଆସିଥିଲା ୪୨ ଲକ୍ଷ ଟଙ୍କା; ଦିଲ୍ଲୀ ପୋଲିସ ଦାଖଲ କଲା ଷ୍ଟାଟସ୍ ରିପୋର୍ଟ
ବାବା କା ଢ଼ାବା ମାଲିକଙ୍କ ଆକାଉଣ୍ଟକୁ ଆସିଥିଲା ୪୨ ଲକ୍ଷ ଟଙ୍କା
  • News18 Odia
  • Last Updated: December 30, 2020, 2:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବାବା କା ଢ଼ାବା ବିବାଦରେ ଦିଲ୍ଲୀ ପୋଲିସ ସାକେଟ କୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି । ଏଥିରେ ପୋଲିସ କହିଛି ଯେ ବାବାଙ୍କ ଆକାଉଣ୍ଟକୁ ୪୨ ଲକ୍ଷ ଟଙ୍କା ଆସିଛି । ପ୍ରକୃତରେ ଢ଼ାବା ମାଲିକ କାନ୍ତା ପ୍ରସାଦ କୋର୍ଟରେ ଏକ ପିଟିସନ ଦାଖଲ କରି ତାଙ୍କ ଆକାଉଣ୍ଟ ହିସାବ ମାଗିଥିଲେ ।

ଅନ୍ୟ ପକ୍ଷରେ ଏହି ମାମଲାରେ ଦିଲ୍ଲୀ ପୋଲିସ ଏହି ମାମଲାରେ ୟୁଟ୍ୟୁବର ଗୌରବ ଭାସନଙ୍କ ଲିଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି । ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ କିମ୍ବା ଚାର୍ଜସିଟ ଦାଖଲ କରାଯାଇ ନାହିଁ ।

ଏହା ବି ପଢ଼ନ୍ତୁ | ‘‘ମା ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ୟୁ-ଟ୍ୟୁବର ଗୌରବ ଭାସନ୍ ସୋସିଆଲ ମିଡିଆରେ ନିଜର ଓ ନିଜ ପତ୍ନୀଙ୍କ ଆକାଉଣ୍ଟ ସେୟାର କରିଥିଲେ । ଗୌରବ ଭାସନ୍ ବାବାଙ୍କୁ ସମସ୍ତ ଟଙ୍କା ଦେଇଥିଲେ । କିନ୍ତୁ ପ୍ରାୟ ୪.୨୦ ଲକ୍ଷ ଟଙ୍କା ନେଇ ବିବାଦ ଲାଗି ରହିଥିଲା ।

ଏହି ବିବାଦକୁ ନେଇ ବାବା ମାଲଭିଆ ନାଗର ପୋଲିସ ଷ୍ଟେସନରେ ଗୌରବ ଭାସନଙ୍କ ବିରୋଧରେ ଜାଲିଆତି ଅଭିଯୋଗ କରି ଏକ FIR ଦେଇଥିଲେ । ଉକ୍ତ ମାମଲାରେ ଯାଞ୍ଚ ବେଳେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଗୌରବ ଭାସନ ଆହୁରି ଅନେକ ବ୍ୟାଙ୍କ ଆକାଉଣ୍ଟ ସେୟାର କରିଛନ୍ତି ଯାହା ଯାଞ୍ଚ କରାଯାଉଛି ।

ଏହା ବି ପଢ଼ନ୍ତୁ | ମାସ ପାଇଁ ବ୍ୟବହୃତ ହେଲେ ରଦ୍ଦ ହୋଇଯିବ କି ଆପଣଙ୍କ ରାସନ କାର୍ଡ? ଜାଣନ୍ତୁ କଣ କହିଲେ କେନ୍ଦ୍ର ସରକାର...!

ଏଠାରେ ବାବା କାନ୍ତା ପ୍ରସାଦ ମାଲଭିଆ ନାଗରରେ ନିଜର ନୂତନ ରେଷ୍ଟୁରାଣ୍ଟ ଖୋଲିଛନ୍ତି । ଯେଉଁଥିରେ ଗ୍ରାହକ ଧୀରେ ଧୀରେ ଆସିବାରେ ଲାଗିଛନ୍ତି । କାନ୍ତା ପ୍ରସାଦ କହିଛନ୍ତି ଯେ ଯଦିଓ ଗ୍ରାହକମାନେ ବର୍ତ୍ତମାନ କମ୍ ଆସୁଛନ୍ତି, କିନ୍ତୁ ଅନଲାଇନ୍ ଅର୍ଡର ଆସୁଛି । ଅଧିକାଂଶ ଲୋକ ଚାଇନିଜ୍ ଖାଇବାକୁ ପସନ୍ଦ କରନ୍ତି । ଆପଣଙ୍କୁ କହିରଖୁଛୁ ଯେ କିଛି ମାସ ପୂର୍ବେ ଦିଲ୍ଲୀ ପୋଲିସ କାନ୍ତା ପ୍ରସାଦଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରିଥିଲା ​​ଯେଉଁଥିରେ ପ୍ରସାଦ ତାଙ୍କୁ ହତ୍ୟା ଧମକ ମିଳୁଥିବାର ଅଭିଯୋଗ କରିଥିଲେ ।



ପ୍ରସାଦ ଅଭିଯୋଗରେ କହିଛନ୍ତି ଯେ ଧମକ ଦେଉଥିବା ବ୍ୟକ୍ତି ନିଜକୁ ଗୌରବ ଭାସନଙ୍କ ଭାଇ ବୋଲି କହୁଛନ୍ତି । ପ୍ରକାଶ ଥାଉକି ରେଷ୍ଟୁରାଣ୍ଟର ଉଦଘାଟନ ଅବସରରେ କାନ୍ତ ପ୍ରସାଦ କହିଥିଲେ ଯେ ସେ କେବଳ ଗୌରବ ଭସନଙ୍କ କାରଣରୁ ଏଠାରେ ପହଞ୍ଚିଛନ୍ତି ।
Published by: Jagdish Barik
First published: December 30, 2020, 2:44 PM IST
corona virus btn
corona virus btn
Loading