News18 Odia Digital
Libya Migrant Boat: ସଂକଟରେ ୪୦୦ଲୋକଙ୍କ ଜୀବନ। ପାଣି ଭିତରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଶହ ଶହ ପ୍ରବାସୀ। ଏପରିକି ଜାହାରର ଇନ୍ଧନ ନାହିଁ। କ୍ୟାପଟେନ ମଧ୍ୟ ଜାହାଜ ଛାଡି କୁଆଡେ ଚାଲି ଯାଇଛନ୍ତି। କେଉଁବି ମୁହୂର୍ତ୍ତରେ ଜାହାଜଟି ସମୁଦ୍ର ଭିତରରେ ଲୀନ ହୋଇଯିବ ସେନେଇ ଭୟଭୀତ ଅଛନ୍ତି ପ୍ରବାସୀ। ଗଭୀର ସମୁଦ୍ର ଭିତରେ ଫସି ରହିଛନ୍ତି ଶହ ଶହ ପ୍ରବାସୀ ।
ଉତ୍ତର ଆଫ୍ରିକାରୁ ୟୁରୋପ ଅଭିମୁଖେ ୪୦୦ ପ୍ରବାସୀଙ୍କୁ ନେଇ ଭୂମଧ୍ୟ ସାଗର(Mediterranean Sea) ରେ ଯାତ୍ରା କରୁଥିବା ସମୟରେ ଏକ ଡଙ୍ଗା ମାଲଟା ଓ ଗ୍ରୀସ୍ ମଧ୍ୟରେ ଫସି ଯାଇଛି। ସପୋର୍ଟ ସର୍ଭିସ ଆଲାର୍ମ ଫୋନ୍ (Alarm Phone) ଏ ବିଷୟରେ ଟୁଇଟ୍ କରି କହିଛି ଯେ ଲିବିଆର ଟୋବ୍ରୁକ୍ ଛାଡିଥିବା ଡଙ୍ଗାରୁ ଏହା ମିସ କଲ ଆସିଛି। ଜର୍ମାନ ଏନଜିଓ ସାଗର-ୱାଟର ଇଣ୍ଟରନ୍ୟାସନାଲ ମଧ୍ୟ କହିଛି ଯେ ଡଙ୍ଗାରେ ଥିବା ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ଆଲାର୍ମ ଫୋନ୍ କହିଛି ଯେ ଡଙ୍ଗାରେ ଥିବା ଲୋକମାନେ ଭୟଭୀତ ହୋଇପଡିଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକଙ୍କ ଚିକିତ୍ସା ସହାୟତା ଆବଶ୍ୟକ ରହିଛି। ଏଥିମଧ୍ୟରେ ଜଣେ ଶିଶୁ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତି।
ବିବାଦରେ ଧର୍ମଗୁରୁ; ନାବାଳିକକୁ ଜିଭ ଦେଖାଇ ଚୁମ୍ବନ ମାଗିଲେ ଦଲାଇଲାମା!କେବଳ ସେତିକି ନୁହେଁ କୁହାଯାଉଛି ଜାହାଜରେ ଇନ୍ଧନ ସରିଯାଇଛି ଓ ଧୀରେ ଧୀରେ ତଳ ପଟୁ ପାଣି ଭିତରକୁ ପଶିବା ଆରମ୍ଭ କରିଛି। ଏହି ଜାହାଜ ଏବେ ମାଲଟିଜ ସର୍ଚ୍ଚ ଏଣ୍ଡ ରେସ୍କୁ ଏରିଆ ଭିତରେ ଅଛି ବୋଲି ଆକଳନ କରାଯାଉଛି । ଜାହାଜରେ ଉପସ୍ଥିତ ଲୋକଙ୍କ ସହ ମାଲଟିଜ ଅଧିକାରୀଙ୍କର କୌଣସି ସମ୍ପର୍କ ହୋଇପାରୁ ନାହିଁ । ଯଦି ଶୀଘ୍ର ସେମାନଙ୍କୁ ନ ଉଦ୍ଧାର କରାଯାଏ ତେବେ ଜାହାଜଟି ବୁଡ଼ିଯିବାର ଆଶଙ୍କା ପ୍ରକାଶ ପାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।