News18 Odia Digital
ଶ୍ରୀନଗର: ଜମ୍ମୁ-କଶ୍ମୀରରେ (Jammu Kashmir) ସୁରକ୍ଷା ବାହିନୀଙ୍କୁ ପୁଣି ଥରେ ଏକ ବଡ଼ ସଫଳତା ମିଳିଛି । ଜାମ୍ମୁ-କାଶ୍ମୀର ପୋଲିସ ଚାରି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ (Jaish-e-Mohammed terrorists) ଗିରଫ କରିଛି । ଜାମ୍ମୁ କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଗିରଫ ଆତଙ୍କବାଦୀ ଇଜହାର ଖାନକୁ ପାକିସ୍ଥାନରେ ଥିବା ଆତଙ୍କୀ କମାଣ୍ଡରମାନେ ହରିୟାଣାର ପାନିପତରେ ଥିବା ତୈଳ ବିଶୋଧନାଗାରର ଅନୁସନ୍ଧାନ କରି ଖବର ଦେବାକୁ କହିଥିଲେ ।
ଇଜହାର ଖାନ ପାନିପତର ତୈଳ ବିଶୋଧନାଗାରର ଏକ ଭିଡିଓ ପାକିସ୍ତାନରେ ବସିଥିବା ନିଜ କମାଣ୍ଡରମାନଙ୍କ ନିକଟକୁ ପଠାଇଥିଲା । ଏହା ବ୍ୟତୀତ ତାକୁ ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଅନୁସନ୍ଧାନ ଦାୟିତ୍ୱ ବି ଦିଆଯାଇଥିଲା, କିନ୍ତୁ ସେ ତାହା କରିବା ପୂର୍ବରୁ ତାକୁ ଗିରଫ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ତାଙ୍କ ପତ୍ନୀ ବିଦ୍ୟାଙ୍କୁ ଘଟଣା ସ୍ଥଳକୁ ଆଣି ସିନ୍ ରିକ୍ରିଏଟ୍ କାହିଁକି କରୁନାହିଁ ପୋଲିସ? ଉଠିଲା ପ୍ରଶ୍ନଶନିବାର ଦିନ ଗିରଫ ହୋଇଥିବା ଜୈଶ-ଏ-ମହମ୍ମଦର ଏହି ଆତଙ୍କବାଦୀମାନେ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଜାମ୍ମୁରେ ବିଭିନ୍ନ ଗାଡି଼ରେ ବିସ୍ଫୋରକ IED ଲଗାଇବାକୁ ଯୋଜନା କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ଶାମଲୀ ନିବାସୀ ଆତଙ୍କବାଦୀ ଇଜହାର ଖାନ୍ ପ୍ରକାଶ କରିଛି ଯେ ପାକିସ୍ତାନର ଜଣେ ଜୈଶ କମାଣ୍ଡର ତାକୁ ଅମୃତସର ନିକଟରୁ ଅସ୍ତ୍ର ସଂଗ୍ରହ କରିବାକୁ ବି କହିଥିଲେ । ସେହି ଅସ୍ତ୍ର ଡ୍ରୋନ୍ ଦ୍ୱାରା ପକାଯାଇଥାନ୍ତା ।
ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହରପୋଲିସ ଜାଣିବାକୁ ପାଇଛି ଯେ ଗତ କିଛି ଦିନ ହେବ ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡର ସହିଦ ଇଲିଆସ୍ ଜାମ୍ମୁରେ ବିସ୍ଫୋରଣ କରିବା ଓ କାଶ୍ମୀରକୁ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଷଡ଼ଯନ୍ତ୍ର କରିଥିଲା । ସେ ଏହି କାମ ପାଇଁ କିଛି ଲୋକଙ୍କୁ ପ୍ରସ୍ତୁତ କରିଥିଲା । ପାକିସ୍ତାନରେ ବସିଥିବା ଆତଙ୍କବାଦୀଙ୍କ ସାହାଯ୍ୟ ନେଉଥିବା କାଶ୍ମୀରର ଆତଙ୍କବାଦୀ ଅବର ମଧ୍ୟ ଏଥିରେ ସମ୍ପୃକ୍ତ ଥିଲା । ଏଥି ପାଇଁ ଚାରି ଜଣ ଆତଙ୍କବାଦୀ ପ୍ରସ୍ତୁତ ଥିଲେ ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚା’ ଦୋକାନରେ ଝଗଡ଼ାରୁ ନକଲି ନୋଟ୍ ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତଏହା ପୂର୍ବରୁ ସଇଫୁଲ୍ଲା ଓ ତୌସିଫ ନାମକ ଦୁଇ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ଦୁଇ ଆତଙ୍କବାଦୀ ମୋଟରସାଇକେଲ କିଣିବା ଓ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ସେମାନଙ୍କୁ ପୋଲିସ ଧରିଥିଲା । ଆଇଜିପି ସୂଚନା ଦେଇଛନ୍ତି ଯେ ଇଜହାର ନାମକ ଜଣେ ଆତଙ୍କବାଦୀକୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସ୍ଥଳର ଡିଜାଇନ୍ ଜାଣିବା ସହିତ ସରଯୁ ନଦୀର ଜଳର ଗଭୀରତା ମାପ କରିବାର ଦାୟିତ୍ୱ ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏକା ସାଙ୍ଗରେ ୪ଟି ଛୁଆ ଜନ୍ମ ଦେଲେ ମହିଳା; କଟକ SCB ହସପିଟାଲର ଚିକିତ୍ସା ଇତିହାସରେ ପ୍ରଥମକୁହାଯାଉଛି ଯେ ଏହି ଆତଙ୍କବାଦୀମାନେ ଅଯୋଧ୍ୟାରେ ଏକ ବଡ଼ ଘଟଣା କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ଟାର୍ଗେଟ ଅନୁଯାୟୀ ଆତଙ୍କବାଦୀମାନେ ପାନିପତ ରିଫାଇନାରୀ ବିଷୟରେ ସୂଚନା ସଂଗ୍ରହ କରିବାର କାର୍ଯ୍ୟ କରିଥିଲେ, କିନ୍ତୁ ଅଯୋଧ୍ୟା ବିଷୟରେ ଏମିତି କିଛି କରିବା ପୂର୍ବରୁ ହିଁ ସେମାନଙ୍କୁ ଗିରଫ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ୨ ତାଲା ଘର ଥିବା ଲୋକଙ୍କୁ ମିଳୁଛି’‘‘ଆମ ଟିମ୍ ପ୍ରାୟ ୨୦-୨୫ ଦିନ ହେବ ଏହା ଉପରେ କାମ କରୁଥିଲା । ସୀମା ସେପାରିରେ ଥିବା ଶହୀଦ୍ ନାମକ ଜଣେ ଜୈଶ ଆତଙ୍କବାଦୀ ଏମାନଙ୍କୁ ନିର୍ଦ୍ଦେଶ ଦେଉଥିଲା । ଶହୀଦ ବନେଇଥିବା ଏକ ମଡ୍ୟୁଲରେ ଅନେକ ଲୋକ ସାମିଲ୍ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏ ଭଳି ଚାରି ଜଣ ଆତଙ୍କବାଦୀଙ୍କୁ ଧରିଛୁ । ଆମେ ଚାରି ଜଣ ସନ୍ଦିଗ୍ଧଙ୍କୁ ବି ଗିରଫ କରିଛୁ । ସେଥିରୁ ଜଣେ ଉତ୍ତର ପ୍ରଦେଶରୁ ଓ ତିନି ଜଣ କାଶ୍ମୀରରୁ,’’ କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ ।
ସେ ଆହୁରି କହିଛନ୍ତି ଯେ ଗିରଫ ହୋଇଥିବା ଆତଙ୍କବାଦୀ ତୌସିଫ ସ୍ୱୀକାର କରିଛି ଯେ ଜୈଶ କମାଣ୍ଡରର ନିର୍ଦ୍ଦେଶରେ ସେ ଜମ୍ମୁରେ ଗୋଟେ ରୁମ୍ ଭଡ଼ା ନେଇଥିଲା ଓ ସେଇଠି ଗୋଟେ ମୋଟରସାଇକେଲରେ ଆଇ.ଇ.ଡି. ଫିଟ୍ କରି ଆକ୍ରମଣ କରାଯାଇଥାନ୍ତା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।