ଚାକିରିରୁ ଆପଣ କେତେ ରୋଜଗାର କରିଥାନ୍ତି? ପାନ-ସିଗାରେଟ୍ ଦୋକାନ ପାଇଁ ମାସକୁ ଭଡା ୩.୨୫ ଲକ୍ଷ

ପାନ-ସିଗାରେଟ୍ ଦୋକାନ ଦେଖିଲେ ଲୋକମାନଙ୍କର ଚିନ୍ତାଧାରା ଥାଏ କି ଦୋକାନୀ ଜଣକ ନିଶ୍ଚିତ ଭାବରେ ଗରିବ ହୋଇଥିବେ । ସେ ନିଶ୍ଚୟ ନିଜ ଘରକୁ ବହୁତ କଷ୍ଟରେ ଚଳାଉଥିବେ । କିନ୍ତୁ ସୋନୁ ନାମକ ବ୍ୟକ୍ତି  ନୋଏଡାର ସେକ୍ଟର ୧୮ରେ ଥିବା ଏକ ପାନ ସିଗାରେଟ୍ ଦୋକାନ ପାଇଁ ମାସକୁ ଭଡା ୩.୨୫ ଲକ୍ଷ ଟଙ୍କା ଦେବେ ।

ଚାକିରିରୁ ଆପଣ କେତେ ରୋଜଗାର କରିଥାନ୍ତି? ପାନ-ସିଗାରେଟ୍ ଦୋକାନ ପାଇଁ ମାସକୁ ଭଡା ୩.୨୫ ଲକ୍ଷ

ଚାକିରିରୁ ଆପଣ କେତେ ରୋଜଗାର କରିଥାନ୍ତି? ପାନ-ସିଗାରେଟ୍ ଦୋକାନ ପାଇଁ ମାସକୁ ଭଡା ୩.୨୫ ଲକ୍ଷ

  • News18 Odia
  • Last Updated :
  • Noida, India
  • Share this:
News 18 Odia Digital

ନୋଏଡା; ଚାକିରି ( job ) କରି ଲୋକେ ସାଧାରଣତଃ କେତେ ଟଙ୍କା ରୋଜଗାର ( Income ) କରନ୍ତି । ମାସକୁ ୨୦ ହଜାର, ୫୦ ହଜାର କିମ୍ବା ଲକ୍ଷେ ଟଙ୍କା । ଯଦି ବହୁତ ଭଲ ଚାକିରି ହୋଇଥାଏ, ତେବେ ଆପଣ ମାସକୁ ଏକ ଲକ୍ଷରୁ ଅଧିକ ବେତନ ପାଇଥାନ୍ତି । ଆପଣ କଳ୍ପନା କରିପାରିବେନି କି ଏକ ପାନ ଦୋକାନ କିମ୍ବା ପାନ-ସିଗାରେଟ ଦୋକାନରୁ କେତେ ଆୟ ହେଉଥିବ ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଉତ୍ତରପ୍ରଦେଶର ( Uttar pradesh ) ନୋଏଡା ( Noida ) ରେ ମାତ୍ର ୭.୫୯ ବର୍ଗ ମିଟର ପରିମିତ ଦୋକାନକୁ ମାସକୁ ୩.୨୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ପାନ, ସିଗାରେଟ୍, ଚକଲେଟ, ଗୁଟଖା, ସହ ଛୋଟ ମୋଟ ସାମଗ୍ରୀ ବିକ୍ରୟ କରୁଥିବା ଜଣେ ଦୋକାନୀ ଏଥିପାଇଁ ଟେଣ୍ଡର କରିଛନ୍ତି । ଏପରିକି ନୋଏଡା କର୍ତ୍ତୃପକ୍ଷ ଆଶା କରିନଥିଲେ ଯେ, ଏକ ଛୋଟ ଦୋକାନୀ ମାସକୁ ଲକ୍ଷ ଲକ୍ଷ ଟଙ୍କା ଭଡା ଦେଇପାରିବ ।

ସେକ୍ଟର ୧୮ ହେଉଛି ନୋଏଡାର ଏକ ପୋସ୍ ସେକ୍ଟର । ସେହି ସେକ୍ଟରରେ ନିର୍ମିତ ୭.୫୯ ବର୍ଗ ମିଟର କିଓସ୍କ ପାଇଁ ନୋଏଡା ପ୍ରାଧିକରଣ ଅନଲାଇନ୍ ବିଡ୍ ଆମନ୍ତ୍ରଣ କରିଥିଲା ​​। ଏହି କିଓସ୍କ ପାଇଁ ସର୍ବାଧିକ ବିଡ୍ ହେଉଛି ୩.୨୫ ଲକ୍ଷ ଟଙ୍କା । ଏହାର ଅର୍ଥ କର୍ତ୍ତୃପକ୍ଷ ଏତେ ଛୋଟ ଦୋକାନ ପାଇଁ ଭଡା ହିସାବରେ ୧.୨୫ ଲକ୍ଷ ଟଙ୍କା ପାଇବେ । ଏହି ଦୋକାନର ମୂଳ ମୂଲ୍ୟ ମାସକୁ ମାତ୍ର ୨୭ ହଜାର ରଖାଯାଇଥିଲା ।

ସାତଟି କିଓସ୍କ ନିଲାମ ପାଇଁ ରଖାଯାଇଥିଲା
କର୍ତ୍ତୃପକ୍ଷଙ୍କ କହିବାନୁସାରେ, ନୋଏଡା ସେକ୍ଟର ୧୮ରେ ସମାନ ଆକାରର ୭ କିଓସ୍କ ଭଡା ଦେବାକୁ ବିଡ୍ ନିମନ୍ତ୍ରଣ କରାଯାଇଥିଲା । ୨୦ ଜଣ ବିଡର ବିଡିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। ଏଥିରେ ସର୍ବାଧିକ ବିଡ୍ ମାସକୁ ୩.୨୫ ଲକ୍ଷ ଟଙ୍କା ଥିଲା । ଏହି ବିଡ୍ ସୋନୁ କୁମାର ପାଇଛନ୍ତି । ଏଥିପାଇଁ ସେ ୧୪ ମାସ ଅର୍ଥାତ୍ ୪୫ ଲକ୍ଷ ଅଗ୍ରୀମ ଭଡା ମଧ୍ୟ ଜମା କରିଛନ୍ତି ।

ଏଥିରେ ସୁମିତ ଅୱାନା ଏବଂ ସିଦ୍ଧେଶ୍ୱର ନାଥ ୧.୯୦ ଲକ୍ଷ ଟଙ୍କା ଦେଇଥିବାବେଳେ ବିନୋଦ କୁମାର ପ୍ରସାଦ ମାସକୁ ୧.୦୩ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଛନ୍ତି । ଏହାସହ କର୍ତ୍ତୃପକ୍ଷ ଗୋଟିଏ ବର୍ଷରେ ପ୍ରାୟ ୧.୨୫କୋଟି ଟଙ୍କା ରୋଜଗାର କରିବେ ।

ନୋଏଡାର ସେକ୍ଟର ୧୮ ସବୁଠାରୁ ମୁଖ୍ୟ ସ୍ଥାନ ଭାବରେ ଗଣାଯାଏ। ଏଠାରେ ୧୮ ଟି କିଓସ୍କ ତିଆରି କରି କର୍ତ୍ତୃପକ୍ଷ ଭଡା ପାଇଁ ଆବେଦନ କରିଥିଲେ । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୮ ଟି କିଓସ୍କ ଭଡ଼ାରେ ନିଆଯାଇଥିଲା । ଅବଶିଷ୍ଟ ୧୦ ଟି ଆବେଦନ ପ୍ରତ୍ୟାହାର କରାଯାଇଥିଲା । ଏଥିମଧ୍ୟରୁ ୭ ଟି କିଓସ୍କ ପାଇଁ ବିଡିଂ କରାଯାଇଛି। ବର୍ତ୍ତମାନ ଅବଶିଷ୍ଟ ତିନୋଟି ଶ୍ରେଣୀ ପାଇଁ ନିୟମ ଅନୁଯାୟୀ କର୍ତ୍ତୃପକ୍ଷ ଭବିଷ୍ୟତରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ଟେଣ୍ଡର କରିବାର ସୁଯୋଗ ଦେବେ ।
Published by:Soubhagya Mishra
First published: