ଆଜିଠାରୁ ଆରମ୍ଭ ହେଲା ୩୯୨ଟି ସ୍ପେଶାଲ ଟ୍ରେନ୍; ସମସ୍ତ ନିୟମଠାରୁ ଆରମ୍ଭ କରି ଭଡା ପର୍ଯ୍ୟନ୍ତ ଜାଣନ୍ତୁ ସବୁକିଛି

IRCTC Festival Train Ticket Booking: ​​ଭାରତୀୟ ରେଳ (Indian Railways) ଆଜି ଅର୍ଥାତ ୨୦ ଅକ୍ଟୋବର ୨୦୨୦ ରୁ ୧୯୬ ଯୋଡ଼ା ଫେଷ୍ଟିଭାଲ୍ ସ୍ପେଶାଲ ଟ୍ରେନ୍ ଆରମ୍ଭ କରୁଛି । ଏହି ସ୍ପେଶାଲ ଟ୍ରେନ୍ କୋଲକାତା, ପାଟନା, ବାରାଣାସୀ, ଲକ୍ଷ୍ନୌ ଓ ଦିଲ୍ଲୀରୁ ଚଳାଚଳ କରିବ ।

ଆଜିଠାରୁ ଆରମ୍ଭ ହେଲା ୩୯୨ଟି ସ୍ପେଶାଲ ଟ୍ରେନ୍; ସମସ୍ତ ନିୟମଠାରୁ ଆରମ୍ଭ କରି ଭଡା ପର୍ଯ୍ୟନ୍ତ ଜାଣନ୍ତୁ ସବୁକିଛି
ଆଜିଠାରୁ ଚାଲିବା ଆରମ୍ଭ କଲା ୩୯୨ଟି ସ୍ପେଶାଲ ଟ୍ରେନ୍
  • News18 Odia
  • Last Updated: October 20, 2020, 11:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପାର୍ବଣ ସିଜିନରେ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ(Indian Railways) ଆଜି ଅର୍ଥାତ ୨୦ ଅକ୍ଟୋବର ୨୦୨୦ ରୁ ୩୯୨ ଟି ସ୍ପେଶାଲ ଟ୍ରେନ୍ (Special Trains) ଆରମ୍ଭ କରିବାକୁ ଯାଉଛି । ଦୁର୍ଗା ପୂଜା, ଦଶହରା, ଦୀପାବଳି, ଛଟ ପୂଜାରେ ଯାତ୍ରୀମାନଙ୍କ ଅତ୍ୟଧିକ ଚାହିଦା ପୂରଣ କରିବା ପାଇଁ ଏହି ଫେଷ୍ଟିଭାଲ୍ ସ୍ୱତନ୍ତ୍ର ଟ୍ରେନ୍ କୋଲକାତା, ପାଟନା, ବାରାଣାସୀ, ଲକ୍ଷ୍ନୌ ଓ ଦିଲ୍ଲୀରୁ ଚଳାଚଳ କରିବ । ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ ସହିତ ଲକଡାଉନ ପରେ ଏପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସମସ୍ତ ଟ୍ରେନ୍ ପାଇଁ ଆରପିଏଫ୍ କଡା ନିୟମ ଜାରି କରିଛି । ଏହାକୁ ଭାଙ୍ଗିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ ଓ ଜୋରିମାନା ମଧ୍ୟ କରାଯାଇପାରେ। ରେଳବାଇ ମାର୍ଚ୍ଚ ୨୨ ରୁ କୋଭିଡ -୧୯ କାରଣରୁ ସମସ୍ତ ଯାତ୍ରୀବାହୀ ଟ୍ରେନକୁ ନିଷିଦ୍ଧ କରିଛି । ତେବେ ଚାହିଦା ଅନୁଯାୟୀ ୩୦୦ ରୁ ଅଧିକ ସ୍ପେଶାଲ ମେଲ ଓ ଏକ୍ସପ୍ରେସ ଟ୍ରେନ ନିୟମିତ ଚାଲୁଛି ।

ରେଳବାଇ ୧୯୬ ଯୋଡି ସ୍ପେଶାଲ ଟ୍ରେନର ତାଲିକା ପ୍ରକାଶ କରିଛି
ସେପ୍ଟେମ୍ବର ୧୨ ରୁ ରେଳବାଇ ୮୦ ଟି ଅତିରିକ୍ତ ଟ୍ରେନ୍ ଚଳାଚଳ କରିଛି । ଯାହାକୁ କ୍ଲୋନ୍ ଟ୍ରେନ୍ ନାମ ଦିଆଯାଇଛି । IRCTC ୧୭ ଅକ୍ଟୋବରରୁ ଘରୋଇ 'ତେଜସ୍' ଟ୍ରେନର ସେବାକୁ ପୁନଃସ୍ଥାପିତ କରିଛି । ଏହା ବ୍ୟତୀତ ନିକଟରେ ରେଳବାଇ ବିଭିନ୍ନ ଜୋନ୍କୁ ୩୯ ଟି ନୂତନ ଟ୍ରେନ୍ ଅନୁମୋଦନ କରିଛି । ରେଳବାଇ ପାର୍ବଣକୁ ଦୃଷ୍ଟିରେ ରଖି ୧୯୬ ଯୋଡ଼ା ଅର୍ଥାତ ୩୯୨ ଟି ସ୍ୱତନ୍ତ୍ର ଟ୍ରେନ୍ତା ତାଲିକା ପ୍ରକାଶ କରିଛି । ଏହି ଟ୍ରେନ୍ ଗୁଡିକ ୨୦ ଅକ୍ଟୋବରରୁ ୩୦ ନଭେମ୍ବର ମଧ୍ୟରେ ଚାଲିବ । ରେଳ ମନ୍ତ୍ରଣାଳୟ କହିଛି ଯେ ପାର୍ବଣ ସିଜିନରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ୍ ଗୁଡିକ ଘଣ୍ଟା ପ୍ରତି ଅତି କମରେ ୫୫ କିଲୋମିଟର ବେଗରେ ଚାଲିବ । ଏହି ଟ୍ରେନ୍ଗୁଡ଼ିକ ପାଇଁ ଅନ୍ଲାଇନ୍ ଟିକେଟ୍ ବୁକିଂ ସୁବିଧା IRCTC ୱେବସାଇଟ୍ ଓ PRS ଟିକେଟ୍ କାଉଣ୍ଟରରେ ଉପଲବ୍ଧ ହେବ ।

ଏହା ବି ପଢ଼ନ୍ତୁ | ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି !

ସାଧାରଣ ଟ୍ରେନ୍ ତୁଳନାରେ ସ୍ପେଶାଲ ଟ୍ରେନ୍ ଭଡା ୩୦% ଅଧିକ ହେବ
ଫେଷ୍ଟିଭାଲ ସ୍ପେଶାଲ ଟ୍ରେନରେ ରେଳବାଇ ସାଧାରଣ ଭଡାଠାରୁ ଅଧିକ ଚାର୍ଜ କରିବ । ଆଜି ଠାରୁ ଦେଶର ବିଭିନ୍ନ ବ୍ୟସ୍ତବହୁଳ ମାର୍ଗରେ ରେଳ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ ଆରମ୍ଭ କରୁଛି । ସାଧାରଣ ଟ୍ରେନ୍ ତୁଳନାରେ ଫେଷ୍ଟିଭାଲ୍ ସ୍ୱତନ୍ତ୍ର ଟ୍ରେନର ଭଡା 30 ପ୍ରତିଶତ ଅଧିକ ହେବ । ଅର୍ଥାତ୍ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ ଅଧିକ ପକେଟ ଖୋଲିବାକୁ ପଡିବ । ସାଧାରଣ ଦିନରେ ରେଳବାଇ ପ୍ରାୟ ୧୨ ହଜାର ଟ୍ରେନ୍ ଚଳାଉଥିଲା କିନ୍ତୁ କରୋନା ଭାଇରସ୍ ସଙ୍କଟ ମଧ୍ୟରେ ଚାହିଦା ଅନୁଯାୟୀ ଧୀରେ ଧୀରେ ଟ୍ରେନ୍ ବଢି଼ବା ଆରମ୍ଭ ହେଉଛି । ଏଥି ସହିତ ରେଳବାଇ ଯାତ୍ରା ପାଇଁ କଡା ନିୟମ ଜାରି କରିଛି । ଏହା ସହିତ ସେ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି ଏହି ନିୟମ କିଏ ଭାଙ୍ଗେ ତେବେ ତାକୁ ଜେଲକୁ ଯିବାକୁ ପଡିପାରେ ।

କରୋନା ପଜିଟିଭ୍ ହୋଇ ଯାତ୍ରା କଲେ ମଧ୍ୟ ମିଳିବ ଦଣ୍ଡ
ରେଳବାଇ ଏହା ସ୍ପଷ୍ଟ କରିଛି ଯେ ମାସ୍କ ପିନ୍ଧିବା ପରେ ମଧ୍ୟ କୋଭିଡ -୧୯ ସହ ଜଡିତ ପ୍ରୋଟୋକଲ ଅନୁସରଣ ନକରିବା ଓ କରୋନା ପଜିଟିଭ ବୋଲି ଜଣାପଡିବା ପରେ ମଧ୍ୟ ରେଳ ଆଇନର ବିଭିନ୍ନ ବିଭାଗ ଅଧୀନରେ ମାମଲା ଦାୟର କରାଯିବ ।

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ନିୟମ ଭାଙ୍ଗିବା କାରଣରୁ ଯାତ୍ରୀମାନଙ୍କୁ ମଧ୍ୟ ଜରିମାନା ଓ ଜେଲଦଣ୍ଡ ଦିଆଯାଇପାରେ । ରେଳବାଇ ପୋଲିସ୍ ଫୋର୍ସ (RPF) ଗାଇଡଲାଇନରେ ଦର୍ଶାଯାଇଛି ଯେ ମାସ୍କ ନ ପିନ୍ଧିବା କିମ୍ବା ସଠିକ୍ ଭାବରେ ନ ପିନ୍ଧିବା, ରେଳ ପରିସରରେ ସାମାଜିକ ଦୂରତା ନ ରଖିବା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂକ୍ରମଣର ସୁନିଶ୍ଚିତତା କିମ୍ବା ବିଚାରାଧୀନ ପରୀକ୍ଷା ରିପୋର୍ଟ ସମୟରେ ଷ୍ଟେସନକୁ ଆସିବା କିମ୍ବା ଷ୍ଟେସନରେ ସ୍ୱାସ୍ଥ୍ୟ ଦଳର ଅନୁମୋଦନ ନ ପାଇବା ପରେ ମଧ୍ୟ ଟ୍ରେନରେ ଯାତ୍ରା କଲେ ଜେଲ ଯିବାକୁ ପଡିପାରେ । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମଧ୍ୟ ଅପରାଧ ବୋଲି ଧରାଯିବ ।

ନିୟମ ଭାଙ୍ଗିବା ପାଇଁ ପାଞ୍ଚ ବର୍ଷ ଜେଲ ବ୍ୟବସ୍ଥା ରହିଛି
ଷ୍ଟେସନ ପରିସର ଓ ଟ୍ରେନରେ ମଇଳା ବିସ୍ତାର କରିବାକୁ କିମ୍ବା ଜନସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ପ୍ରଭାବିତ କରୁଥିବା କାର୍ଯ୍ୟ କରିବା ସମୟରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆରପିଏଫ କହିଛି ଯେ କରୋନା ଭୁତାଣୁ ବିସ୍ତାର କରୁଥିବା କାର୍ଯ୍ୟକଳାପ ଦ୍ୱାରା ଜଣେ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତି ବିପଦ ଆସିପାରେ । ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରେଳ ଆଇନର ଧାରା ୧୪୫, ୧୫୩ ଓ ୧୫୪ ଅନୁଯାୟୀ ଦଣ୍ଡିତ କରାଯିବ ।



ରେଲୱେ ଆକ୍ଟର ଧାରା ୧୪୫ (ମଦ୍ୟପାନ କିମ୍ବା ବିଚଳିତ) ଅନୁଯାୟୀ ଏକ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।ଏଥି ସହିତ ଧାରା -୧୫୩ ଅନୁଯାୟୀ (ଯାତ୍ରୀଙ୍କ ସୁରକ୍ଷାକୁ ମନଇଚ୍ଛା ବିପଦରେ) ଅନୁଯାୟୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜୋରିମାନା ଓ ଜେଲଦଣ୍ଡ ଦିଆଯାଇପାରେ । ଏକ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ଜୋରିମାନା କିମ୍ବା ଉଭୟ ଧାରା ୧୫୪ ଅନୁଯାୟୀ (ବେପରୁଆ ଭାବରେ ସାଥୀ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ) ରହିଛି ।
Published by: Jagdish Barik
First published: October 20, 2020, 11:37 AM IST
corona virus btn
corona virus btn
Loading