୩୮ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି; ଖୋଲିବ ୭୪୦ ଏକଲବ୍ୟ ମଡେଲ ସ୍କୁଲ: ଅମିତ ଶାହା

କେନ୍ଦ୍ର ସରକାରଙ୍କ ତରଫରୁ ସାରା ଦେଶରେ ପ୍ରାୟ ୩୮ହଜାର ଶିକ୍ଷକ ପଦବୀ ପାଇଁ ଭ୍ୟାକେନ୍ସି ବାହାରିବ। ଏହା ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ୭୪୦ ଏକଲବ୍ୟ ମଡେଲ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯିବ।

୩୮ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି; ଖୋଲିବ ୭୪୦ ଏକଲବ୍ୟ ମଡେଲ ସ୍କୁଲ: ଅମିତ ଶାହା

୩୮ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି; ଖୋଲିବ ୭୪୦ ଏକଲବ୍ୟ ମଡେଲ ସ୍କୁଲ: ଅମିତ ଶାହା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ (Central Govt) ତରଫରୁ ସାରା ଦେଶରେ ପ୍ରାୟ ୩୮ହଜାର ଶିକ୍ଷକ ପଦବୀ ପାଇଁ ଭ୍ୟାକେନ୍ସି (Vacancy) ବାହାରିବ। ଏହା ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ୭୪୦ ଏକଲବ୍ୟ ମଡେଲ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯିବ। ଫେବୃଆରୀ ୧, ୨୦୨୩ ରେ ପ୍ରକାଶିତ କେନ୍ଦ୍ର ବଜେଟରେ ୩୮ହଜାର ଶିକ୍ଷକ ନିଯୁକ୍ତି ଓ ୭୪୦ ଏକଲବ୍ୟ ସ୍କୁଲ (School) ଖୋଲିବାକୁ ମଧ୍ୟ ଘୋଷଣା କରାଯାଇଛି।

ନିଯୁକ୍ତି ପାଇଁ ସୂଚନା ଦେଲେ ଅମିତ ଶାହା !

ଏଥି ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଝାଡଖଣ୍ଡର ଦେୱଘରରେ ଆୟୋଜିତ ବିଜୟ ସଂକଳ୍ପ ରାଲିରେ ଏହି ନିଯୁକ୍ତି ବିଷୟରେ ସଂକେତ ଦେଇଛନ୍ତି। ସେ କହିଛନ୍ତି, ଆଦିବାସୀ ସମ୍ପ୍ରଦାୟର ବିକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆସନ୍ତା ୩ ବର୍ଷରେ ୭୪୦ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିବେ ଓ ପ୍ରାୟ ୩୮ହଜାର ଶିକ୍ଷକଙ୍କ ଖାଲି ପଦବୀ ପୂରଣ କରାଯିବ।

ଏହି ଖବର ପଢ଼ନ୍ତୁ - http://କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରେ ଭରସା ନାହିଁ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନର୍ସିଂ କଲେଜ ଗୁଡ଼ିକ ମଧ୍ୟ ପ୍ରତିଷ୍ଠା ହେବ

ଫେବୃଆରୀ ୧, ୨୦୨୩ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଉପସ୍ଥାପନ କରିବାବେଳେ ଶିକ୍ଷା କ୍ଷେତ୍ର ପାଇଁ ଜାତୀୟ ଡିଜିଟାଲ୍ ଲାଇବ୍ରେରୀ ସମେତ ଅନେକ ଯୋଜନା ଘୋଷଣା କଥିଲେ । ଏଥିରେ ୩୮ହଜାର ଶିକ୍ଷକ ନିଯୁକ୍ତି ଓ ୭୪୦ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ବିଷୟରେ ମଧ୍ୟ କହିଥିଲେ। ଏହା ବ୍ୟତୀତ ଦେଶରେ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ୧୫୭ ଟି ନୂତନ ନର୍ସିଂ କଲେଜ ମଧ୍ୟ ପ୍ରତିଷ୍ଠା କରାଯିବ ଏବଂ ଡାକ୍ତରୀ ଉପକରଣ ତାଲିମ ପାଇଁ ନୂତନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ।

୩.୫ ଲକ୍ଷ ଛାତ୍ରଛାତ୍ରୀ ହେବେ ଉପକୃତ

ବାସ୍ତବରେ, ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ (EMRS) ରେ ୩୮ହଜାର ଶିକ୍ଷକ ଓ ସହାୟକ କର୍ମଚାରୀଙ୍କ ପଦବୀ ପୂରଣ ହେବ। ଏହି ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ଏକଲଵ୍ୟ ଶିକ୍ଷକ କର୍ମଚାରୀ ଚୟନ ପରୀକ୍ଷା (ETSSE) ମାଧ୍ୟମରେ କରାଯିବ। ଏହି ନିଯୁକ୍ତି ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ ହେବ । ଅନ୍ୟପକ୍ଷରେ, ୭୪୦ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲିବା ସହିତ ପ୍ରାୟ ୩.୫ ଲକ୍ଷ ଆଦିବାସୀ ଛାତ୍ର ଅଧ୍ୟୟନ କରିବାର ସୁଯୋଗ ପାଇବେ।
Published by:Soubhagya Mishra
First published: