୩ ବର୍ଷରେ ୩୪୮ଟି ହାଜତ ମୃତ୍ୟୁ ଓ ୧୧୮୯ଟି ନିର୍ଯ୍ୟାତନା ମାମଲା ରୁଜ୍ଜୁ; କେନ୍ଦ୍ର ସରକାର

ତିନି ବର୍ଷ ମଧ୍ୟରେ ପୋଲିସ ହେପାଜତରେ ୩୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧୮୯ଟି ନିର୍ଯ୍ୟାତନା ମାମଲା ରୁଜୁ ହୋଇଛି। ୨୦୧୮ରେ ୧୩୭ ଜଣ, ୨୦୧୯ରେ ୧୧୨ ଜଣ ଓ ୨୦୨୦ରେ ୧୦୦ ଜଣଙ୍କର ହାଜତ ମୃତ୍ୟୁ ହୋଇଛି।

କଏଦୀ ଜେଲକୁ ଫେରି ଆସି ଆତ୍ମସର୍ମପଣ କରିଛି (ପ୍ରତୀକାତ୍ମକ ଛବି)

କଏଦୀ ଜେଲକୁ ଫେରି ଆସି ଆତ୍ମସର୍ମପଣ କରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ପୋଲିସର ଆଚରଣକୁ ନେଇ ଅନେକ ସମୟରେ ସ୍ୱର ଉତ୍ତୋଳନ କରାଯାଏ।  ଜେଲରେ ଥିବା କଏଦୀଙ୍କ ଚିକିତ୍ସା ତଥା ପୋଲିସ ହେପାଜତରେ ଥିବା ବେଳେ କଏଦୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମଧ୍ୟ ଦର୍ଶାଯାଇଛି।  ବର୍ତ୍ତମାନ କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ପୋଲିସ ହେପାଜତରେ ୩୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧୮୯ଟି ନିର୍ଯ୍ୟାତନା ମାମଲା ରୁଜୁ ହୋଇଛି।

ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଜାତୀୟ ମାନବ ଅଧିକାର ଆୟୋଗ ଦେଇଥିବା ସୂଚନା ଅନୁଯାୟୀ ୨୦୧୮ରେ ୧୩୭ ଜଣ, ୨୦୧୯ରେ ୧୧୨ ଜଣ ଓ ୨୦୨୦ରେ ୧୦୦ ଜଣଙ୍କର ହାଜତ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୨୦୧୮ରେ ୫୪୨ ଜଣ,୨୦୧୯ରେ ୪୧୧ ଓ ୨୦୨୦ରେ ୨୩୬ ଜଣଙ୍କୁ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଥିଲା।

ତାମିଲନାଡୁ ପୋଲିସର ନିର୍ଯ୍ୟାତନା ମାମଲା ସାରା ଦେଶରେ ଆଲୋଚନାର ବିଷୟ ବସ୍ତୁ ପାଲଟି ଥିଲା।

ଗତ ବର୍ଷ କରୋନା ଲକଡାଉନ ସମୟରେ ତାମିଲନାଡୁରେ ପୋଲିସର ନିର୍ଯ୍ୟାତନା ମାମଲା ସାରା ଦେଶରେ ଆଲୋଚନାର ବିଷୟ ପାଲଟିଥିଲା। ତାମିଲନାଡୁରେ ପି ଜୟରାଜ ଓ ତାଙ୍କ ପୁଅ ଜେ ଫେନିକ୍ସ ପୋଲିସର ନିର୍ଯାତନା ଯୋଗୁଁ ମୃତ୍ୟୁବରଣ କରିଥିଲେ।  ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ ଯେ ତାଲା ବନ୍ଦ ସମୟରେ ମୋବାଇଲ୍ ଦୋକାନ ଖୋଲା ଥିବାରୁ ପୋଲିସ ପଚରାଉଚରା ପାଇଁ ଗିରଫ କରିଥିଲା।ମାତ୍ର ପରେ ହାଜତରେ ସେମାନଙ୍କ ମୃତ୍ୟୁ ହୋଇଥିଲା।

ମାଡ୍ରାସ ହାଇକୋର୍ଟ ବହୁତ କଠୋର ମନ୍ତବ୍ୟ ଶୁଣାଇ ଥିଲେ।

ଜେଲ ଅଧିକାରୀଙ୍କ କହିବାନୁସାରେ, ଯେତେବେଳେ ଫିନିକ୍ସକୁ ଜେଲକୁ ଅଣାଯାଇଥିଲା, ସେତେବେଳେ ତାଙ୍କ ଶରୀରରେ ରକ୍ତସ୍ରାବ ହେଉଥିଲା।  ଟୁଟିକୋରିନ ଜିଲ୍ଲା ମାଜିଷ୍ଟ୍ରେଟ ସାଣ୍ଡିନ ନନ୍ଦୁରୀ କହିଥିଲେ ଯେ ଉଭୟଙ୍କୁ ଗିରଫ କରାଯାଇ କୋଭିଲପାଟୀ ସବ ଜେଲରେ ରଖାଯାଇଥିଲା। ସେ କହିଛନ୍ତି ଯେ ଫେନିକ୍ସ ଅସୁସ୍ଥ ହୋଇ କୋଭିଲପାଟୀ ଜେନେରାଲ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ।  ତାଙ୍କ ପିତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।  ମାଡ୍ରାସ ହାଇକୋର୍ଟ ଏପରିକି ପୋଲିସ ଷ୍ଟେସନରେ ନିୟନ୍ତ୍ରଣ ରଖିବା ଉଚିତ ବୋଲି କହିଥିଲେ।
Published by:Soumya Das
First published: