ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ୩୦୦ ଆତଙ୍କବାଦୀ; ପାକିସ୍ତାନର ପୂର୍ବତନ ରାଜନୈତିକ ଖୁଲାସା କଲେ
ପାକିସ୍ତାନର ପୂର୍ବତନ ରାଜନୈତିକ ଆଗା ହିଲାଲୀ ଏକ ଟିଭି ଶୋ'ରେ ସ୍ୱୀକାର କରିଛନ୍ତି ଯେ ୨୬ ଫେବୃଆରୀ ୨୦୧୯ ରେ ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ ।

ବାଲାକୋଟ ଏୟାର ଷ୍ଟ୍ରାଇକରେ ମରିଥିଲେ ୩୦୦ ଆତଙ୍କବାଦୀ
- News18 Odia
- Last Updated: January 9, 2021, 9:28 PM IST
ଶ୍ରୀନଗର: ଜମ୍ମୁ କାଶ୍ମୀରର (Jammu kashmir) ପୁଲୱାମାରେ (pulwama attack) ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ୨୬ ଫେବୃଆରୀରେ ପାକିସ୍ତାନର ବାଲାକୋଟରେ ଜୈଶ-ଏ-ମହମ୍ମଦ ନାମକ ଏକ ଆତଙ୍କବାଦୀ ସଂଗଠନ ପ୍ରଶିକ୍ଷଣ ଶିବିର ଉପରେ ଏୟାର ଷ୍ଟ୍ରାଇକୁ (Balakot airstrike) ନେଇ ଏକ ବଡ଼ ଖୁଲାସା ହୋଇଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ପାକିସ୍ତାନର ପୂର୍ବତନ ରାଜନୈତିକ ଆଗା ହିଲାଲୀ ଏକ ଟିଭି ଶୋ'ରେ ସ୍ୱୀକାର କରିଛନ୍ତି ଯେ ୨୬ ଫେବୃଆରୀ ୨୦୧୯ ରେ ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ ।
ପାକିସ୍ତାନୀ ଉର୍ଦ୍ଦୁ ଚ୍ୟାନେଲରେ ଏକ ବିତର୍କ ସମୟରେ ହିଲାଲୀ ଏହା କହିଥିଲେ । ପୂର୍ବତନ କୂଟନୀତିଜ୍ଞଙ୍କ ଏହି ପ୍ରକାଶ ପାକିସ୍ତାନ ମୁସଲିମ ଲିଗ- ନୱାଜଙ୍କ ନେତା ଆୟାଜ ସାଦିକଙ୍କ ମନ୍ତବ୍ୟ ପରେ ଆସିଛି ।
ଏୟାର ଷ୍ଟ୍ରାଇକକୁ ପାକିସ୍ତାନ ସରକାର ଅସ୍ୱୀକାର ଜାରି ରଖିଛନ୍ତି