ପଞ୍ଜାବ ପୋଲିସର ହୋସ୍ ଉଡ଼ାଇଲେଣି ୩୦ ବର୍ଷୀୟ ଅମ୍ରିତପାଲ୍ ସିଂହ !

୪ ଦିନ ହେବ ଅମ୍ରିତପାଲ୍ ସିଂହଙ୍କ ପତ୍ତା ପାଉନି ପୋଲିସ । ବିଭିନ୍ନ ସ୍ଥାନରେ ରେଡ କରିବା ସହ ସମ୍ପର୍କୀୟଙ୍କୁ ସ୍କାନରରେ ରଖି ପଚରାଉଚରା କରୁଛି ପୋଲିସ । ପଞ୍ଜାବ ସହ ନ ଖେଳିବାକୁ ମାନ୍‌ଙ୍କ ଚେତାବନୀ ।

ପଞ୍ଜାବ ପୋଲିସର ହୋସ୍ ଉଡ଼ାଇଲେଣି ୩୦ ବର୍ଷୀୟ ଅମ୍ରିତପାଲ୍ ସିଂହ !

ପଞ୍ଜାବ ପୋଲିସର ହୋସ୍ ଉଡ଼ାଇଲେଣି ୩୦ ବର୍ଷୀୟ ଅମ୍ରିତପାଲ୍ ସିଂହ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଅମ୍ରିତପାଲ୍ ସିଂହ ନାମକ ୩୦ ବର୍ଷୀୟ ଜଣେ ଯୁବକ ପଞ୍ଜାବ ପୋଲିସର (punjab police) ନିଦ ହଜାଇ ଦେଇଛନ୍ତି । ଚାରି ଦିନ ହେଲାଣି ଅମ୍ରିତପାଲଙ୍କୁ ଖୋଜୁଛି ପୋଲିସ । ପଞ୍ଜାବ ସହ ରାଜ୍ୟ ବାହାରେ ମଧ୍ୟ ଛାନଭିନ୍ ଚାଲିଛି, ହେଲେ ଫଳ ଶୂନ୍ । ଖଲିସ୍ତାନୀ ନେତା ଅମ୍ରିତପାଲ୍ ସିଂହଙ୍କୁ ଖୋଜି ପାଉନି ପଞ୍ଜାବ ପୋଲିସ । ସମ୍ପର୍କୀୟଙ୍କୁ (relative) ଗିରଫ କରୁଛି, ବିଭିନ୍ନ ସ୍ଥାନରେ ରେଡ୍ ବି ହେଉଛି । ହେଲେ କୁଆଡ଼େ ଖସି ଚାଲିଗଲେ ଅମ୍ରିତପାଲ୍ ତାହା ଜାଣିପାରୁନି ପୋଲିସ । ପଞ୍ଜାବ ପୋଲିସ ଏବେ ଏହି ଯୁବକଙ୍କ ପଛରେ ପଡ଼ିଥିବା ବେଳେ ରାଜ୍ୟରେ ହାଇଆଲର୍ଟ (high alert) ଜାରି କରାଯାଇଛି ।

ବିଦେଶୀ ଶକ୍ତି ସହ ହାତ ମିଳାଇ ଦିଲ୍ଲୀ ଏବଂ ପଞ୍ଜାବରେ ଅସ୍ଥିରତା, ଅଶାନ୍ତି ଓ ହିଂସା ସୃଷ୍ଟି କରିବାକୁ ଅମ୍ରିତପାଲ୍ ଉଦ୍ୟମ କରୁଥିବା ଅଭିଯୋଗ ରହିଛି । ଏପରିକି ପାକିସ୍ତାନର ଆଇଏସ୍‌ଆଇ ସହ ରହିଛି ଅମ୍ରିତପାଲଙ୍କ ସମ୍ପର୍କ । ଗୁଇନ୍ଦା ବିଭାଗ ଏହି ଖବର ପାଇବା ପରେ ଏବେ ଅମ୍ରିତପାଲଙ୍କୁ ଖୋଜୁଛି ପୋଲିସ । ପଞ୍ଜାବ ପୋଲିସ ଆରମ୍ଭ କରିଛି ମିସନ୍ ଅମ୍ରିତପାଲ୍ । ୪ ଦିନ ବିତିଯାଇଥିଲେ ବି ପୋଲିସର ହାତ ଖାଲି । କୁହାଯାଉଛି, ଖୁବ ଶୀଘ୍ର ଅମ୍ରିତପାଲଙ୍କ ପାଖରେ ପହଞ୍ଚିବ ପୋଲିସ । କାରଣ ଅମ୍ରିତପାଲ୍ ବ୍ୟବହାର କରୁଥିବା କାର୍ ଜବତ କରିଛି ପୋଲିସ । କାରରୁ ମିଳିଛି ଅମ୍ରିତଙ୍କ ଡ୍ରେସ୍ । କିଛି ହତିଆର ମଧ୍ୟ ପାଇଛି ପୋଲିସ । ଅମ୍ରିତପାଲ୍ ପଞ୍ଜାବ ଛାଡ଼ି ସାରିଥିବା ଅନୁମାନ କରାଯାଉଛି । ରୂପ ବଦଳାଇ ରାଜ୍ୟରୁ ପଳାଇଛନ୍ତି । ଏଥିରେ ତାଙ୍କୁ ୪ ଜଣ ସହଯୋଗ କରିଥିଲେ । ଏମାନଙ୍କୁ ଗିରଫ କରିଛି ପୋଲିସ । ଅମ୍ରିତପାଲ୍ ଫେରାର୍ ହେବା ପରେ ସମାଲୋଚନାର ଶିକାର ହୋଇଛନ୍ତି ପଞ୍ଜାବ ସରକାର । ଯେତେବେଳେ ବିରୋଧୀ ଟାର୍ଗେଟ୍ କରୁଛନ୍ତି, ଯେତେବେଳେ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି, ସେତେବେଳେ ପ୍ରେସମିଟ୍ କରି ଶାନ୍ତି ବଜାୟ ରଖିବା ସହ ଆଇନ୍‌କୁ ସମ୍ମାନ ଦେବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂହ ମାନ୍ । ସେ କହିଛନ୍ତି, ପୋଲିସ ସ୍ଥିତି ଉପରେ କଡ଼ା ନଜର ରଖିଛି । କୌଣସି ସ୍ଥାନରେ କିଛି ବି ଅଘଟଣ ହୋଇନି । ପଞ୍ଜାବ ସହ ଯିଏ ବି ଖେଳିବ ତାକୁ ଛଡ଼ାଯିବ ନାହିଁ । ପଞ୍ଜାବ ସବୁବେଳେ ଶାନ୍ତି ଚାହେଁ । ଅଶାନ୍ତି ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସିଏମ୍ ମାନ୍ ।

ଅମ୍ରିତପାଲ୍ ଫେରାର୍ ହେବା ପରେ ପଞ୍ଜାବ ପୋଲିସର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ । ସ୍ଥିତି ଯେଭଳି ଅଣାୟତ୍ତ ନହୁଏ ସେଥି ପ୍ରତି ନଜର ରଖିଛି ପୋଲିସ । ଅମୃତସର, ଲୁଧିଆନା ଓ ଗୁରୁଦାସପୁରରେ ପୋଲିସ କରିଛି ଫ୍ଲାଗମାର୍ଚ୍ଚ । ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦଥିବା ବେଳେ ପଞ୍ଜାବ ଓ ହିମାଚଳ ପ୍ରଦେଶ ସୀମା ଉପରେ ରଖାଯାଇଛି କଡ଼ା ନଜର । ଅମ୍ରିତପାଲଙ୍କ ସମସ୍ତ ଆଡ୍ଡା, ସମ୍ପର୍କୀୟଙ୍କ ଘରେ ଚାଲିଛି ଛାନଭିନ୍ । ଅମ୍ରିତପାଲଙ୍କୁ ପଳାତକ ଘୋଷଣା କରାଯାଇଥିବା ବେଳେ ଅନେକଙ୍କ ବିରୋଧରେ ଲାଗିଛି NSA । ଖୋଜି ଖୋଜି ଅମ୍ରିତପାଲ୍ ସହ ଯୋଡ଼ି ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରୁଛି ପୋଲିସ । ଏଯାବତ୍ ୧୨୦ରୁ ଅଧିକଙ୍କୁ ଗିରଫ କରାଯାଇ ଅନେକଙ୍କୁ ଆସାମ ଦିବ୍ରୁଗଡ଼ ପଠାଯାଇଛି । ପଞ୍ଜାବ ପୋଲିସ ହରିୟାଣା, ହିମାଚଳ, ଜାମ୍ମୁ-କାଶ୍ମୀର ପୋଲିସ ସହ ମିଶି ଆରମ୍ଭ କରିଛି ଜଏଣ୍ଟ ଅପରେସନ୍ । ପଞ୍ଜାବ ଡିଜିପିଙ୍କ ସହ ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଥିବା ବେଳେ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛି ପୋଲିସ । ତେବେ ପଞ୍ଜାବ ସହ ବ୍ରିଟେନ୍‌ରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାକୁ ନିନ୍ଦା କରିଛନ୍ତି ଶିଖ ଧର୍ମର ବରିଷ୍ଠ ନେତା ।

ଅମ୍ରିତପାଲ୍ ଖସିଯିବା ପରେ ପଞ୍ଜାବ ପୋଲିସକୁ ସମାଲୋଚନା କରିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ । କୋର୍ଟ କହିଛନ୍ତି, କିଭଳି ଫେରାର୍ ହୋଇଗଲେ ଅମ୍ରିତପାଲ୍ ? କଣ କରୁଥିଲା ପୋଲିସ ? କଣ କରୁଥିଲେ ୮୦ ହଜାର ପୋଲିସ କର୍ମଚାରୀ ? କଣ କରୁଥିଲା ପଞ୍ଜାବ ପୋଲିସର ଗୁଇନ୍ଦା ବିଭାଗ ? ଏହି ଅବସରରେ ନିଜର ଉତ୍ତର ରଖିଥିଲା ପୋଲିସ । ଅମ୍ରିତପାଲଙ୍କୁ ଧରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବା କହିଛି ପୋଲିସ । ଏଥିସହ ଅମ୍ରିତପାଲଙ୍କ ବିରୋଧରେ NSA ଲାଗୁ କରାଯାଇଛି । ଘଟଣାରେ ୧୨୦ରୁ ଅଧିକ ଲୋକଙ୍କ ଗିରଫ କରାଯାଇଛି । କୋର୍ଟ କହିଛନ୍ତି, ପୋଲିସର କଥା ଉପରେ ଆମର ଭରସା ନାହିଁ । କୋର୍ଟ, ପଞ୍ଜାବ ପୋଲିସକୁ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଘଟଣାରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଅମ୍ରିତପାଲ୍ ଦୁବାଇରୁ ଆସି ପଞ୍ଜାବରେ ରହିବା ପରେ ମଧ୍ୟ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ।

ଏହି ଖବର ପଢ଼ନ୍ତୁ -  ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣା: ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ !

ଅମ୍ରିତପାଲଙ୍କ ନାଁରେ ରହିଛି ସାଂଘାତିକ ଅଭିଯୋଗ । ଅମ୍ରିତପାଲ୍ ସିଂହ ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟ ! ଖଲିସ୍ତାନୀଙ୍କ ଜରିଆରେ ହିଂସା ସୃଷ୍ଟି କରିବାକୁ ଯୋଜନା କରିଥିଲେ ଅମ୍ରିତପାଲ୍ । ଦିଲ୍ଲୀରେ ଆକ୍ରମଣ କରି ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ଶିଖମାନଙ୍କୁ ଅସ୍ତ୍ର କରି ସରକାରଙ୍କ ବିରୋଧରେ ବ୍ୟବହାର କରୁଥିଲେ । କେବଳ ଏତିକି ନୁହେଁ ‘ଆନନ୍ଦପୁର ଖାଲସା ଫୋର୍ସ’ ନାମରେ ଏକ ପ୍ରାଇଭେଟ୍ ଆର୍ମି ଗଢ଼ିବା ପାଇଁ ଯୋଜନା କରିଥିଲେ ଅମ୍ରିତପାଲ୍ । ବିଦେଶୀ ପାଣ୍ଠି ମିଳୁଥିବା ଜାଣିବାକୁ ପାଇଛି ପୋଲିସ । ଏଣୁ ଅମ୍ରିତପାଲଙ୍କୁ ଗିରଫ କରିବା ପାଇଁ ଏବେ ଦିନ ରାତି ଏକ୍ କରି ଦେଇଛନ୍ତି ପଞ୍ଜାବ ପୋଲିସ ।
Published by:Soubhagya Mishra
First published: