୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିବ ୩୭୧୪ କୋଟି ଟଙ୍କାର ଦୀପାବଳୀ ବୋନସ; କ୍ୟାବିନେଟ ଦେଲା ମଞ୍ଜୁରୀ

କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ସିଧାସଳଖ ଡିବିଟି ଅର୍ଥାତ୍ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ ।

୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିବ ୩୭୧୪ କୋଟି ଟଙ୍କାର ଦୀପାବଳୀ ବୋନସ; କ୍ୟାବିନେଟ ଦେଲା ମଞ୍ଜୁରୀ
କେନ୍ଦ୍ର ସରକାର ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦୀପାବଳୀର ଉପହାର ଦେଇଛନ୍ତି
  • News18 Odia
  • Last Updated: October 21, 2020, 3:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ (Cabinet Meeting Decision) ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାବିନେଟ ଦୀପାବଳି ବୋନସ ଘୋଷଣା କରିଛି । କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ସିଧାସଳଖ ଡିବିଟି ଅର୍ଥାତ୍ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ । ସେ କହିଛନ୍ତି ତୁରନ୍ତ ଟଙ୍କା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସପ୍ତାହ ପୂର୍ବରୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ୍ ପ୍ରଣୟନ କରିବାକୁ ଘୋଷଣା କରିଥିଲେ । ଏହା ମାଧ୍ୟମରେ କର୍ମଚାରୀ ମାନେ ୧୦ ହଜାର ଟଙ୍କା ଆଗୁଆ ନେବାକୁ ସକ୍ଷମ ହେବେ ।

ଅର୍ଥନୀତି ଉପରେ କୋଭିଡ-୧୯ ର ପ୍ରଭାବ ଦେଖି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏକ ସ୍ୱତନ୍ତ୍ର LTC ନଗଦ ଯୋଜନା ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଏହାର ଲାଭ ପାଇବେ । ଏହି ଯୋଜନାରେ କର୍ମଚାରୀମାନେ LTA ବଦଳରେ ନଗଦ ଭାଉଚର ପାଇବେ । ଯଦିଓ ଏହାକୁ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ ବ୍ୟବହାର କରିବାକୁ ପଡିବ । ତେବେ ଏହି ସୁବିଧା ପାଇବା ପାଇଁ ସରକାରଙ୍କ କିଛି ନିର୍ଦ୍ଦେଶାବଳୀ ଅଛି ଯାହାକୁ ଅନୁସରଣ କରିବାକୁ ପଡିବ । ଏହା ଭ୍ରମଣ ଚାହିଦା ବୃଦ୍ଧି କରିବ ବୋଲି ବିଶ୍ୱାସ କରାଯାଏ ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତାମାମୃତ ଦେହ ପାଖରେ ୩ ଦିନ ବସିରହିଲା



ଗତ ସପ୍ତାହରେ ସରକାରୀ କର୍ମଚାରୀଙ୍କ ପାଇଁ ହୋଇଥିଲା ଏହି ଘୋଷଣା

(1) LTA କ୍ୟାଶ୍ ଭାଉଚର୍ ସ୍କିମ୍
(୨) ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ୍

କିଏ ସ୍ପେଶାଲଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ର ଲାଭ ଉଠାଇ ପାରିବ - ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ । କିନ୍ତୁ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରିବାକୁ ପଡ଼ିବ ।

ଏହା ବି ପଢ଼ନ୍ତୁ କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗରକୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

ଟଙ୍କା କିପରି ପାଇବେ? ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାର ଲାଭ ଉଠାଇବା ପାଇଁ କର୍ମଚାରୀମାନେ ଟଙ୍କା ପୂର୍ବରୁ ପ୍ରି-ପେଡ୍ କାର୍ଡରେ ମିଳିବ । ଏହା ପୂର୍ବରୁ ରିଚାର୍ଜ ହେବ । ଏଥିରେ ୧୦ ହଜାର ଟଙ୍କା ମିଳିବ । ଏଥିସହ ଏଥିରେ ଥିବା ସମସ୍ତ ବ୍ୟାଙ୍କ ଚାର୍ଜ ମଧ୍ୟ ସରକାର ବହନ କରିବେ ।



ଟଙ୍କା କିପରି ପରିଶୋଧ କରିବେ? କର୍ମଚାରୀମାନେ ୧୦ ମାସ ଭିତରେ ନେଇଥିବା ରାଶି ପରିଶୋଧ କରିପାରିବେ । ଅର୍ଥାତ ଆପଣଙ୍କୁ ମାସକୁ ହଜାରେ ଟଙ୍କାର କିସ୍ତି ଦେବାକୁ ପଡିବ ।
Published by: Jagdish Barik
First published: October 21, 2020, 3:48 PM IST
corona virus btn
corona virus btn
Loading