ନିର୍ଭୟା ମାମଲାରେ ଫାଶୀ ପୁଣି ଘୁଞ୍ଚି ପାରେ; ତିନି ଦୋଷୀ ଅନ୍ତର୍ଜାତୀୟ କୋର୍ଟରେ ଆବେଦନ କଲେ

ମାର୍ଚ୍ଚ ୨୦ ତାରିଖ ଭୋର୍ ୫.୩୦ରେ ଚ଼ାରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ତୃତୀୟ ଥର କୋର୍ଟ ୱାରେଣ୍ଟ୍ ଜାରି କରିଛନ୍ତି । ଏବେ ଏହି ନୂଆ ଆବେଦନ ଯୋଗୁଁ ସମ୍ଭାବ୍ୟ ଫାଶୀକୁ ନେଇ ପୁଣି ଅନିଶ୍ଚିତତା ଦେଖାଦେଇଛି ।

ନିର୍ଭୟା ମାମଲାରେ ଫାଶୀ ପୁଣି ଘୁଞ୍ଚି ପାରେ; ତିନି ଦୋଷୀ ଅନ୍ତର୍ଜାତୀୟ କୋର୍ଟରେ ଆବେଦନ କଲେ
ଫାଶୀ ପାଇବାକୁ ଥିବା ଚ଼ାରି ଦୋଷୀ
  • News18 Odia
  • Last Updated: March 16, 2020, 8:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚ଼ାରି ଜଣ ଦୋଷୀଙ୍କ ମଧ୍ୟରୁ ତିନି ଜଣ – ଅକ୍ଷୟ ସିଂ, ପୱନ ଗୁପ୍ତା ଏବଂ ବିନୟ ଶର୍ମା – ଆଇ.ସି.ଜେ. (ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ)ରେ ସେମାନଙ୍କ ଫାଶୀ ଘୁଞ୍ଚାଇବା ପାଇଁ ଆବେଦନ କରିଛନ୍ତି । ଅନ୍ୟ ଏକ ଦୋଷୀ ମୁକେଶ ସିଂର ଏକ ନୂଆ ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ୍‌ ଖାରଜ କରିଦେବା ପରେ ନିର୍ଭୟା ମାମଲାର ଦୋଷୀମାନଙ୍କ ଓକିଲଙ୍କର ଏହା ଏକ ନୂଆ ପଇଁତରା ବୋଲି କୁହାଯାଉଛି ।

ମାର୍ଚ୍ଚ ୫ ତାରିଖରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏହି ଚ଼ାରି ଦୋଷୀଙ୍କ ପାଇଁ ନୂଆ ଡେଥ୍ ୱାରାଣ୍ଟ ଜାରି କରି ମାର୍ଚ୍ଚ ୨୦ ତାରିଖ ଭୋର୍‌ ୫.୩୦ରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ନେଇ ରାୟ ଶୁଣାଇଥିଲେ । ତେବେ ବର୍ତ୍ତମାନ ତିନି ଜଣ ଦୋଷୀ ଆଇସିଜେରେ ଆବେଦନ କରିବା ପରେ ସମ୍ଭାବ୍ୟ ଫାଶୀକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

ନିର୍ଭୟା ମାମଲାରେ ଏହି ଚାରି ଜଣ ଯୁବକ – ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ ସିଂ (୩୧) – ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ପାଇଛନ୍ତି । ସେହି ମାମଲାରେ ଜଣେ ନାବାଳକ ସମେତ ମୋ’ଟ ଛଅ ଜଣଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ରାମ ସିଂ ଜେଲରେ ଆତ୍ମହତ୍ୟା କରିଥିବା ବେଳେ ନାବାଳକଟିକୁ ଏକ ସୁଧାର ଗୃହରେ ତିନି ବର୍ଷ ରଖିବା ପରେ ଛାଡ଼ି ଦିଆଯାଇଥିଲା ।

ପୂର୍ବରୁ ଏହି ଚ଼ାରି ଦୋଷୀ ନିଜର ସମସ୍ତ ନ୍ୟାୟିକ ବିକଳ୍ପର ଉପଯୋଗ କରିସାରିଛନ୍ତି । ସେମାନଙ୍କର ରାଜକ୍ଷମା ଆବେଦନ ବି ରାଷ୍ଟ୍ରପତିଙ୍କ ଦ୍ବାରା ପୂର୍ବରୁ ଖାରଜ ହୋଇସାରିଛି । ତେବେ ପୂର୍ବର ଓକିଲମାନେ ତାଙ୍କୁ ଭୁଲ୍ ବାଟ ଦେଖାଇଥିବା ଅଭିଯୋଗ କରି ମୁକେଶ ସିଂ ପୁନଃ ନ୍ୟାୟିକ ସୁବିଧା ଫେରିପାଇବା ଲାଗି ଯେଉଁ ଆବେଦନ କରିଥିଲେ ତାହାକୁ ମଧ୍ୟ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି ।

ଏହି ଚାରି ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ, ପୱନ ଓ ବିନୟ ନିଜ ପରିବାର ସହ ଶେଷ ମୁହାଁମୁହିଁ ସାକ୍ଷାତ କରିସାରିଛନ୍ତି। ଫାଶୀର ନିର୍ଦ୍ଧାରିତ ତାରିଖ (ମାର୍ଚ୍ଚ ୨୦) ପୂର୍ବରୁ ଏହି ଅନ୍ତିମ ସାକ୍ଷାତ ପାଇଁ ଅଧିକାରୀମାନେ ଅକ୍ଷୟଙ୍କ ପରିବାରକୁ ଚିଠି ଲେଖିଛନ୍ତି।

ଜେଲ କର୍ତ୍ତୃପକ୍ଷ ଦୋଷୀମାନଙ୍କର ନିଜ ପରିବାର ସହିତ ସାପ୍ତାହିକ ସାକ୍ଷାତ ଏ ପର୍ଯ୍ୟନ୍ତ ବନ୍ଦ କରି ନାହାଁନ୍ତି ।

ମୃତ୍ୟୁ ପରେ ନିର୍ଭୟା ନାଆଁରେ ପରିଚିତ ୨୩ ବର୍ଷୀୟା ଫିଜିଓଥେରାପି ଇଣ୍ଟର୍ଣ୍ଣ ଡିସେମ୍ବର ୧୬, ୨୦୧୨ ରେ ଦକ୍ଷିଣ ଦିଲ୍ଲୀର ଏକ ଚଳନ୍ତା ବସ୍‌ରେ ଗଣବଳାତ୍କାର ଓ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନିକଟ ଅତୀତରେ ତିନି ତିନି ଥର ଧାର୍ଯ୍ୟ ଫାଶୀ ତାରିଖକୁ ବଦଳାଯାଇଛି । ନ୍ୟାୟିକ ବାଧ୍ୟବାଧକତା ଯୋଗୁଁ ଦୋଷୀଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥାଇ ମଧ୍ୟ ଫାଶୀ ହୋଇପାରୁନି । ଏହାକୁ ନେଇ ଦେଶବ୍ୟାପୀ ଶୋଭାଯାତ୍ରା ଓ ବିରୋଧ ପ୍ରଦର୍ଶନ ହୋଇଛି ।
First published: March 16, 2020, 8:18 PM IST
corona virus btn
corona virus btn
Loading