ସୋପିଆନରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟ
- News18 Odia
- Last Updated :
- New Delhi, India
News 18 Odia Digital
ଶ୍ରୀନଗର: ଜାମ୍ମୁ-କାଶ୍ମୀର ସୋପିଆନରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟ କରିଛି ଭାରତୀୟ ସେନା । ଏମାନେ ଲସ୍କର-ଏ-ତୈବାର ଆତଙ୍କବାଦୀ ସଂଗଠନର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ,ଆଜି ସକାଳୁ ଜାମ୍ମୁ-କାଶ୍ମୀରର ସୋପିଆନ୍ ସେକ୍ଟରେ ଏନକାଉଣ୍ଟ ହୋଇଛି । ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ କରିଥିଲା ସେନା । ସେନାକୁ ଦେଖି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ସୁରକ୍ଷାବଳର ପାଲଟା ଆକ୍ରମଣରେ ୩ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଛି । ଯବାନଙ୍କ ଗୁଳିରେ ଲସ୍କର-ଏ-ତୈବାର ୩ଜଣ ଆତଙ୍କ ମୃତ୍ୟୁ ହୋଇଛି ।
ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଛି । ଆତଙ୍କୀ ଲତିଫ୍ ଲୋନ୍ ସୋଫିଆନ୍ ଜିଲ୍ଲାର ବାସିନ୍ଦା । ସେ କାଶ୍ମିର ପଣ୍ଡିତ୍ ପୁରାଣ କୃଷ୍ଣ ଭଟ୍ଟ୍ ହତ୍ୟା ମାମଲାରେ ସାମିଲ ଥିଲା । ଅନ୍ୟଜଣେ ଅନନ୍ତନାଗର ଉମର ନାଜିର । ସେ ନେପାଳର ତେଲ ବାହାଦୁର ଥାପା ହତ୍ୟାରେ ସମ୍ପୃକ୍ତ ଥିଲା । ଆତଙ୍କବାଦୀଙ୍କ ପାଖରୁ ଗୋଟିଏ ଏକେ-୪୭ ରାଇଫଲ ଏବଂ ୨ଟି ପିସ୍ତଲ ଜବତ କରିଛି ସେନା । ସୁରକ୍ଷାବଳ ମୁଝା ମାର୍ଗକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।