ଗଣତନ୍ତ୍ର ଦିବସ ପୂବର୍ରୁ ପୁଲବାମାରେ ସକ୍ରିୟ ହେଲେ ଜୈଶ ଆତଙ୍କବାଦୀ, ୩ ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାବଳ

ଦକ୍ଷିଣ କାଶ୍ମୀରର ପୁଲବାମା ଜିଲ୍ଲାର ତ୍ରାଲରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସେନା ସେଠାରେ ଜୈଶର ୩ଜଣ ଆତଙ୍କବାଦୀଙ୍କୁ ଘେରି ରଖିଛି ।

ଗଣତନ୍ତ୍ର ଦିବସ ପୂବର୍ରୁ ପୁଲବାମାରେ ସକ୍ରିୟ ହେଲେ ଜୈଶ ଆତଙ୍କବାଦୀ, ୩ ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାବଳ
ପ୍ରତୀକାତ୍ମ ଫଟୋ
  • News18 Odia
  • Last Updated: January 25, 2020, 10:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ଗଣତନ୍ତ୍ର ଦିବସ ପୂର୍ବରୁ ଦକ୍ଷିଣ କାଶ୍ମୀରର ପୁଲବାମା ଜିଲ୍ଲାର ତ୍ରାଲରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ଏବଂ ସେନାର ଯବାନମାନେ ସେଠାରେ ୩ଜଣ ଆତଙ୍କବାଦୀଙ୍କୁ ଘେରି ରଖିଛନ୍ତି । ରିପୋର୍ଟ ମୁତାବକ ଦୁଇ ପଟରୁ ଫାଇରିଙ୍ଗ ଚାଲିଛି । ସେନା ପକ୍ଷରୁ ଆଖପାଖ ଅଞ୍ଚଳରେ ଘେରାବନ୍ଦୀ କରିଦିଆଯାଇ ତଲାସୀ ଅଭିଯାନ ଚଲାଯାଇଛି ।

ଗଣତନ୍ତ୍ର ଦିବସକୁ ଆଖିଆଗରେ ରଖି ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ଆତଙ୍କବାଦୀଙ୍କ ସକ୍ରିୟ ଥିବା ଖବର ମିଳିବା ପରେ ସେନାର ଯବାନମାନେ ସେଠାରେ ପହଞ୍ଚି ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ ।

ଖବର ଅନୁସାରେ ଆତଙ୍କବାଦୀମାନେ ଏକ ଘର ଭିତରେ ଲୁଚିଥିବା ଜଣାପଡ଼ିଛି । ସେନା ସେଠାକାର ସ୍ଥାନୀୟ ଲୋକଙ୍କୁ ନିଜର ଘର ଖାଲି କରିବାକୁ କହିଛି । ସେନାଦ୍ବାରା ଘେରାଯାଇଥିବା ଆତଙ୍କବାଦୀମାନଙ୍କର ପରିଚୟ ସାମ୍ନାକୁ ଆସିଛି । ଆତଙ୍କବାଦୀଙ୍କ ମଧ୍ୟରେ ଜୈଶର  କମାଣ୍ଡର କାରୀ ୟାସିର ରହିଛି । ୟାସିର ପାକିସ୍ଥାନର ମୂଳ ବାସିନ୍ଦା ହୋଇଥିବାବେଳେ ଜାମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ସାଧାରଣ ନାଗରିକ ମାନଙ୍କୁ ହତ୍ୟା କରିବାର ଅଭିଯୁକ୍ତ ଥିଲା । ଏହା ସହ ତା ଉପରେ ତ୍ରାଲରେ ଗୁଜ୍ଜରମାନଙ୍କୁ ହତ୍ୟା କରିବାର ଅଭିଯୋଗ ରହିଥିଲା । ଦ୍ବିତୀୟ ଆତଙ୍କବାଦୀର ନାମ ବୁରହାନ ଶେଖ କୁହାଯାଉଥିବାବେଳେ ସେ ଜଣେ ଫିଦାୟୀନ ବୋଲି ଜଣା ପଡ଼ିଛି । ଏହି କାରଣରୁ ସେନା ଅତି ସାବଧାନତାର ସହ ଅପରେଶନ ଚଳାଉଛି ।
First published: January 25, 2020, 10:45 AM IST