ନୋଏଡା ଏକ୍ସପ୍ରେସ-ଓ୍ବେରେ ଭୟଙ୍କର ବସ୍ ଦୁର୍ଘଟଣା
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଳୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୨ ବସ୍ ସାମ୍ନା ସାମ୍ନି ଧକ୍କାରେ ୩ ମୃତ। ଗ୍ରେଟର ନୋଏଡା ଏକ୍ସପ୍ରେସ-ଓ୍ବେ ଠାରେ ରବିବାର ସକାଳେ ଦୁଇ ବସ୍ ମୁହାଁମୁହିଁ ଧକ୍କା ଫଳେର ୩ ଜଣକ ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣକ ଅବସ୍ଥା ଗୁରୁତର ରହିଛି। ତେବେ ଘଟଣାର ସୂଚନା ମିଳିବା ପରେ ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗ୍ରେଟର ନୋଏଡା ଏକ୍ସପ୍ରେସ ଓ୍ବେ ରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଯାଞ୍ଚ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ। କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।