News 18 Odia Digital
ନୂଆଦିଲ୍ଲୀ: ଜଣେ ମହିଳାଙ୍କ କାହାଣୀ ଶୁଣି ନେଟେଜେନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୨୮ ବର୍ଷ ବୟସରେ ଏହି ମହିଳା ୯ ସନ୍ତାନର ମା'(mother) । ତାଙ୍କ ନାମ କୋରା ଡ୍ୟୁକ୍ । ସେ ୨୦୦୧ ରେ ୧୭ ବର୍ଷ ବୟସରେ ତାଙ୍କର ପ୍ରଥମ ସନ୍ତାନକୁ (first child) ଜନ୍ମ ଦେଇଥିଲେ । ଏହା ପରେ ସେ ଦଶ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ଗର୍ଭବତୀ (pregnant) ହୋଇଥିଲେ । ସେ ୨୦୧୨ରେ ତାଙ୍କର ଶେଷ (last) ତଥା ନବମ ସନ୍ତାନକୁ ଜନ୍ମ ଦେଇଥିଲେ । ନଅ ଛୁଆଙ୍କ ୩୯ ବର୍ଷୀୟ ମାଆ ବର୍ତ୍ତମାନ ନିଜର ସାଥୀଙ୍କ (partner) ସହିତ ନେଭାଡାର ଲାସ୍ ଭେଗାସ୍ ରେ ରୁହନ୍ତି । ସେ ଗତ ୨୩ ବର୍ଷ ଧରି ଏଠାରେ ରହିଆସୁଛନ୍ତି । କୋରା କହିଛନ୍ତି ଯେ, ସେ ୯ ଟି ସନ୍ତାନର ମା' ହେବାକୁ କେବେ ଚାହିଁନଥିଲେ । କିନ୍ତୁ ସେ ଅନୁଭବ (feel) କରନ୍ତି ଯେ, ୯ ସନ୍ତାନର ମାତା ହେବା ତାଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ (blessing of gods) ଓ କୃପା ।
ସେମାନଙ୍କର ପ୍ରଥମ ସନ୍ତାନ ଏଲିଜାଙ୍କୁ ଏବେ ୨୧ ବର୍ଷ (21 year) । ତା’ପରେ ଶିନା, ଜାନ, କାଇରୋ, ସୟାହ, ଅଭି, ରୋମାନି ଓ ତାଜଙ୍କ ବୟସ ଯଥାକ୍ରମେ ୨୦, ୧୭, ୧୫, ୧୪, ୧୩, ୧୨ ଓ ୧୦ ବର୍ଷ । ମାତୃତ୍ୱ ଯାତ୍ରାରେ ସେ ଗୋଟିଏ ସନ୍ତାନକୁ ହରାଇଥିଲେ । ୨୦୦୪ରେ ସେମାନଙ୍କର ଝିଅ (daughter) ୟୁନାର ଶିଶୁ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ଜନ୍ମର ଏକ ସପ୍ତାହ ପରେ ଶିଶୁ କନ୍ୟା ହଜି ଯାଇଥିଲା (missing case) । କୋରା ଓ ଆଣ୍ଡ୍ରେଙ୍କ ପ୍ରେମ ବିଦ୍ୟାଳୟରୁ (school love) ଆରମ୍ଭ ହୋଇଥିଲା । ଉଭୟ ଥିଏଟର ଶ୍ରେଣୀରେ ପ୍ରଥମ ଥର ପାଇଁ କଥା ହୋଇଥିଲେ । ସେ ଅଳ୍ପ ବୟସରେ ତାଙ୍କର ପ୍ରଥମ ସନ୍ତାନ ପାଇଁ ପ୍ରସ୍ତୁତ (ready) ହୋଇଥିଲେ । କାରଣ ସେମାନେ ବାକି ଜୀବନ ଏକାଠି ବିତାଇବାକୁ ସ୍ଥିର କରିଥିଲେ । କିନ୍ତୁ ତାଜର ଜନ୍ମ ପରେ କୋରା ଡ୍ୟୁକ୍ ଆଉ ସନ୍ତାନ ଚାହୁଁ ନଥିଲେ । ନିକଟରେ ସେ ଟ୍ୟୁବଲ୍ ଲିଗେସନ୍ କରିଥିଲେ ।
ଏହି ଖବର ପଢ଼ନ୍ତୁ -
http://କ'ଣ ସ୍ୱରା ଭାସ୍କରଙ୍କ ବିବାହର କାରଣ ପ୍ରେଗନେନ୍ସି? ଭାଇରାଲ ଫଟୋକୁ ନେଇ ଚର୍ଚ୍ଚାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।