୨୭ ଟି ରାଜ୍ୟକୁ ଆତ୍ମନିର୍ଭର ଭାରତ ଅଧୀନରେ ୯୮୮୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ରାଶି ମଞ୍ଜୁର ...

ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଅନ୍ତର୍ଗତ ୨୭ଟି ରାଜ୍ୟକୁ କ୍ୟାପିଟାଲ୍ ଏକ୍ସପେଣ୍ଡିଚର (Capital Expenditure) ପାଇଁ ୯୮୮୦ କୋଟି ଟଙ୍କାର ବିଶେଷ ସହାୟତା ରାଶି ମଞ୍ଜୁର କରିଛନ୍ତି ।

୨୭ ଟି ରାଜ୍ୟକୁ ଆତ୍ମନିର୍ଭର ଭାରତ ଅଧୀନରେ ୯୮୮୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ରାଶି ମଞ୍ଜୁର ...
୨୭ ଟି ରାଜ୍ୟକୁ ଆତ୍ମନିର୍ଭର ଭାରତ ଅଧୀନରେ ୯୮୮୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ରାଶି ମଞ୍ଜୁର
  • News18 Odia
  • Last Updated: December 12, 2020, 6:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ (Finance Ministry) ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଅନ୍ତର୍ଗତ ୨୭ ଟି ରାଜ୍ୟକୁ କ୍ୟାପିଟାଲ୍ ଏକ୍ସପେଣ୍ଡିଚର (Capital Expenditure) ପାଇଁ ୯୮୮୦ କୋଟି ଟଙ୍କାର ବିଶେଷ ସହାୟତା ରାଶି ମଞ୍ଜୁର କରିଛନ୍ତି । ଏହି ସହାୟତା ୮ ଡିସେମ୍ବର ପର୍ଯ୍ୟନ୍ତ ଅନୁମୋଦନ କରାଯାଇଛି । ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି । ଏହି ବିବୃତ୍ତିରେ କୁହାଯାଇଛି ଏହା ଅନ୍ତର୍ଗତ ଏପର୍ଯ୍ୟନ୍ତ ୪୯୪୦ କୋଟି ଟଙ୍କା ଜାରି କରାଯାଇ ସାରିଛି । ତାମିଲନାଡୁ ବ୍ୟତୀତ ସମସ୍ତ ରାଜ୍ୟ ଆତ୍ମନିର୍ଭର ଭାରତ ଅଧୀନରେ ଜାରି ରାଶିର ଲାଭ ଉଠାଇଛନ୍ତି । ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ର ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ଏହି ରାଶି ଦିଆଯାଇଛି ।

କେଉଁ ରାଜ୍ୟ କେତେ ପରିମାଣ ପାଇଲା
ଉତ୍ତର ପ୍ରଦେଶ ସର୍ବାଧିକ ୭୫୦ କୋଟି ଟଙ୍କା ପାଇଛି
ବିହାରକୁ ୪୨୧ କୋଟି
ମଧ୍ୟ ପ୍ରଦେଶକୁ ଏପର୍ଯ୍ୟନ୍ତ ୩୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି

ମନ୍ତ୍ରଣାଳୟ କହିଛି ଯେ ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସେହି ରାଜ୍ୟ ସରକାରମାନଙ୍କୁ ପୁଞ୍ଜି ଖର୍ଚ୍ଚ କରିବାକୁ ଉତ୍ସାହିତ କରିବା ଯେଉଁମାନେ କୋଭିଡ -୧୯ ମହାମାରୀ ଯୋଗୁଁ ଟିକସ ରାଜସ୍ୱ ହ୍ରାସର ସମ୍ମୁଖୀନ ହେଉଛନ୍ତି । ଏହି ଯୋଜନା ଅଧୀନରେ ୧୫ ତମ ଅର୍ଥ ଆୟୋଗର ସୁପାରିଶ ଆଧାରରେ ରାଜ୍ୟମାନଙ୍କୁ ଋଣ ବଣ୍ଟନ କରାଯାଇଛି । ଗତ ବର୍ଷ ନଭେମ୍ବରରେ ଆୟୋଗ ଏହାର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିଥିଲେ । ୩ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ଅନୁଦାନ ଭାବରେ ୧.୧୮ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ରୋଜଗାର ପାଇଁ ଉଠାଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ମଧ୍ୟ ଅନୁମୋଦନ ହୋଇଛି । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର ସୂଚନା ଦେଇଛନ୍ତି ଯେ ଏହି ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷରେ ୧,୫୮୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥି ସହିତ ୨୦୨୦ ରୁ ୨୦୧୩ ମଧ୍ୟରେ ସମଗ୍ର ଯୋଜନାରେ ମୋଟ ୨୨,୮୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରୁ ୫୮.୫ ଲକ୍ଷ କର୍ମଚାରୀ ଉପକୃତ ହେବେ ।
Published by: Jagdish Barik
First published: December 12, 2020, 6:14 PM IST
corona virus btn
corona virus btn
Loading