ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମେଡ଼ିକାଲ ପାଠ୍ଯକ୍ରମ ପାଇଁ ସଂରକ୍ଷଣ: ଓବିସିଙ୍କ ପାଇଁ ୨୭% ଓ ଆର୍ଥିକ ଦୁର୍ବଳ ପିଲାଙ୍କ ପାଇଁ ୧୦%

ମେଡ଼ିକାଲ ପାଠ୍ଯକ୍ରମ ପାଇଁ ସଂରକ୍ଷଣ: ଓବିସିଙ୍କ ପାଇଁ ୨୭% ଓ ଆର୍ଥିକ ଦୁର୍ବଳ ପିଲାଙ୍କ ପାଇଁ ୧୦%

ମେଡିକାଲ ପାଠ୍ଯକ୍ରମରେ ଓବିସି ବର୍ଗର ପିଲାମାନଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୧୦%ର ସଂରକ୍ଷଣ ବ୍ୟବସ୍ଥା ରହିବ। ଦେଶରେ ଥିବା ସମସ୍ତ ମେଡିକାଲ କଲେଜରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ମେଡ଼ିକାଲ ପାଠ୍ଯକ୍ରମ ପାଇଁ ସଂରକ୍ଷଣ: ଓବିସିଙ୍କ ପାଇଁ ୨୭% ଓ ଆର୍ଥିକ ଦୁର୍ବଳ ପିଲାଙ୍କ ପାଇଁ ୧୦%
ଓବିସି ବର୍ଗର ପିଲାମାନଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ କଲା କେନ୍ଦ୍ର (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମେଡ଼ିକାଲ ପାଠ୍ୟକ୍ରମରେ ଆଜି ଭାରତ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ଏଣିକି ମେଡ଼ିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।

ମେଡ଼ିକାଲରେ ଆଡ଼ମିଶନ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି।  ଓବିସି ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ସରକାର ସଂରକ୍ଷଣ ଅନୁମୋଦନ କରିଛନ୍ତି।  ଓବିସି ବର୍ଗରେ ୨୭% ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୧୦% ସଂରକ୍ଷଣ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ଥିବା ସମସ୍ତ ମେଡ଼ିକାଲ କଲେଜରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସର୍ବଭାରତୀୟ ସଂରକ୍ଷଣ ଯୋଜନା ଅଧୀନରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

୨୦୧୧-୨୨ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।  ଏହି ସଂରକ୍ଷଣ ବ୍ୟବସ୍ଥା ଏମବିବିଏସ, ଏମଡ଼ି, ଏମଏସ, ବିଡ଼ିଏସ, ଏମଡ଼ିଏସ ଓ ଡିପ୍ଲୋମା ମେଡ଼ିକାଲ ପାଠ୍ୟକ୍ରମ ପାଇଁ ଲାଗୁ ହେବ। ଏହି ନିଷ୍ପତ୍ତିରୁ ପ୍ରାୟ ୫,୫୦୦ ଛାତ୍ର ଉପକୃତ ହେବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଓବିସି ଏବଂ ଇଡବ୍ଲୁଏସ୍ ବର୍ଗର ଲୋକଙ୍କୁ ସଂରକ୍ଷଣ ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ।



ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ ୧୨ରେ ଜାତୀୟ ଯୋଗ୍ୟତା ପରୀକ୍ଷା ଅର୍ଥାତ୍ NEET ୨୦୨୧ ତାରିଖ ଘୋଷଣା କରିବା ପରେ ଏହି ମାମଲା ବୃଦ୍ଧି ପାଇଥିଲା।  ସେ କହିଥିଲେ ଯେ ଏଥର ମଧ୍ୟ ଓବିସି ବର୍ଗରେ ସଂରକ୍ଷଣ ନ ଦେଇ NEET ପରୀକ୍ଷା ଅନୁଷ୍ଠିତ ହେବ।  ଏହା ପରେ ଅନେକ ଛାତ୍ର ସଂଗଠନ ଦେଶବ୍ୟାପୀ ଧର୍ମଘଟ କରିବା ନେଇ ଧମକ ଦେଇଥିଲେ।  ଏହା ସହିତ ଅନେକ ରାଜନୈତିକ ଦଳ ମଧ୍ୟ ସଂରକ୍ଷଣ ଦାବି କରିଥିଲେ।  ମାମଲା ସେଠାରେ ବନ୍ଦ ହୋଇନଥିଲା।  ସଂରକ୍ଷଣକୁ ସମର୍ଥନ କରି ବହୁ ବିଜେପି ନେତା ବାହାରକୁ ଆସିଥିଲେ। କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ ଭୁପେନ୍ଦ୍ର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ମଧ୍ୟ କରିଥିଲେ।

ଓବିସି ଓ ପଛୁଆ ବର୍ଗର ଶିକ୍ଷାର୍ଥୀମାନେ ଏବେ ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଦେଶର ଯେକୌଣସି ରାଜ୍ୟରେ ସିଟ୍‌ ପାଇଁ ଆବେଦନ କରିପାରିବେ। ଏହା କେନ୍ଦ୍ରର ସଂରକ୍ଷଣ ବ୍ୟବସ୍ଥା ହୋଇଥିବାରୁ କେନ୍ଦ୍ର ସରକାର ନୋଟିଫାଏ କରିଥିବା ଓବିସିମାନେ ଏହାର ସୁବିଧା ଉଠାଇପାରିବେ।
Published by: Soumya Das
First published: July 29, 2021, 5:49 PM IST