News18 Odia Digital
୩ ମାସ ତଳେ ହୋଇଥିଲା ବାହାଘର । ସେତେବେଳକୁ ହୋଇଥିଲା ୨୬ ବର୍ଷ । ବାହାଘର ପରେ ଯୌତୁକ ଦାବି କଲେ ଶାଶୁଘର ଲୋକେ । ମାଗୁଥିବା ଯୌତୁକ ପୂରଣ ନହେବାରୁ ସ୍ବାମୀ ଦେଇଦେଲା ତଲାକ୍ । ଖାଲି ତଲାକ୍ ନୁହେଁ ତଲାକ ସହ ସ୍ତ୍ରୀକୁ ଘରୁ ବାହାର କରିଦେଲା ସ୍ବାମୀ । ଏହାପରେ ନିରୁପାୟ ହୋଇ ତିନ ତଲାକ ଆଇନ ସାହାରରେ ସ୍ବାମୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ, ସେତେବେଳେ ସ୍ବାମୀ କହିଲେ ଯେ ପ୍ରଥମେ ନନ୍ଦୋଇଙ୍କ ସହ ହଲାଲା କରିବେ, ତା’ପରେ ହୋଇପାରିବେ ପତ୍ନୀ । ବିନା ହଲାଲାରେ ସ୍ତ୍ରୀ ରୂପେ ସେ ଗ୍ରହଣ କରିପାରିବେ ନାହିଁ । ପୀଡ଼ିତା ଜଣକ ସମ୍ମାନକୁ ଆଖିରେ ରଖି ସ୍ବାମୀ ରଖିଥିବା ସର୍ତକୁ ମନା କରିଦେଲେ । ପରେ ଦେଢ଼ଶୂର ଦ୍ବାରା ଦୁଷ୍କର୍ମ ଶିକାର ହୋଇଥିଲେ ପୀଡ଼ିତା | ପୀଡିତା ଜଣକ ଏସଏସପିଙ୍କୁ ପୁରା ଘଟଣା ବର୍ଣ୍ଣନା କରୁଥିବାବେଳେ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ପୀଡିତାଙ୍କ କଥା ଶୁଣିବା ପରେ ଏସଏସପି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଶ୍ଚିତ କରିଛନ୍ତି।....
ଫେବୃଆରୀରେ ୨୦୨୩ରେ ହୋଇଥିଲା ବିହାଘର...୨୦୨୩ ଫେବୃଆରୀ ୮ ରେ ବରେଲିର ବାରାଡାରୀ ଅଞ୍ଚଳର ୨୬ ବର୍ଷ ଯୁବତୀଙ୍କର କୋହଦାପୀରର ଜଣେ ଯୁବକଙ୍କ ସହ ବିବାହ ହୋଇଥିଲା । ପୀଡିତା କହିଛନ୍ତି ଯେ ବିବାହର କିଛି ଦିନ ପରେ ସ୍ବାମୀ ଏବଂ ଶାଶୁଘର ଲୋକ ତାଙ୍କୁ କମ୍ ଯୌତୁକ ପାଇଁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଯେତେବେଳେ ଯୌତୁକ ଦାବି ପୂରଣ ହେଲା ନାହିଁ, ସେତେବେଳେ ସ୍ବାମୀ ଏବଂ ଶାଶୁଘର ଲୋକ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କଲେ | ବେଳେବେଳେ ସେ ବନ୍ଧକ ରଖି ଅପମାନିତ କରୁଥିଲେ ତ ବେଳେବେଳେ ସେ ପରିବାର ସାମ୍ନାରେ ମାଡ ମାରୁଥିଲେ। ସ୍ବାମୀ ଏବଂ ଶଶୁର ଘର ଲୋକ ଯୌତୁକରେ କାର ଏବଂ ଏକ ଲକ୍ଷ ଟଙ୍କା ମାଗୁଥିଲେ । ୨୮ ଏପ୍ରିଲରେ ଘରର ସମସ୍ତ ସଦସ୍ୟଙ୍କ ଆଗରେ ସ୍ବାମୀ ପୀଡ଼ିତାଙ୍କୁ ତିନି ତଲାକ ଦେଇଥିଲେ । ଏହାପରେ ତାଙ୍କୁ ଘରୁ ବାହାର କରିଦେଇଥିଲେ । ପୀଡ଼ିତା ଜଣଙ୍କ ତିନି ତଲାକର ବିରୋଧ ପାଇଁ ଆଇନର ସାହାରା ନେବାକୁ କହିଲେ, ସେତେବେଳେ ସ୍ବାମୀ କହିଲା ମୁସଲମାନ ସଂପ୍ରଦାୟକଙ୍କ ଅଲଗା ନିୟମ ରହିଛି ।
ଦେଢ଼ଶୂରଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ...ପୀଡିତା ଜଣାଇଛନ୍ତି ଯେ ସ୍ବାମୀ କହିଛନ୍ତି ଯେ ସେ ମାମଲା ରୁଜୁ କରନ୍ତୁ କିମ୍ବା ଅନ୍ୟ କିଛି କରନ୍ତୁ, କିନ୍ତୁ ପ୍ରଥମେ ତାଙ୍କୁ ନନ୍ଦୋଇଙ୍କ ସହ ହଲାଲା ହେବାକୁ ପଡ଼ିବ | ଏହାପରେ ସେ ତାଙ୍କ ପତ୍ନୀ ହୋଇପାରିବେ | ହଲାଲା ବିନା ଘରେ ତାଙ୍କର କୌଣସି ସ୍ଥାନ ନାହିଁ | ଯେତେବେଳେ ପୀଡ଼ିତା ଏହାର ବିରୋଧ କଲେ ସେତେବେଳେ ପୀଡିତାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କ ଉପସ୍ଥିତିରେ ପୀଡିତାଙ୍କୁ ବଳାତ୍କାର କରି ଘରୁ ବାହାରକୁ ଫିଙ୍ଗି ଦେଇଥିଲେ। ମହିଳା ଜଣକ କହିଥିଲେ ଯେ ମୁଁ ସମ୍ମାନ ପାଇଁ ପୋଲିସ ନିକଟରେ ଅଭିଯୋଗ କରିପାରିବି ନାହିଁ। କିନ୍ତୁ ମୋର ଜୀବନ ନଷ୍ଟ ହୋଇଯାଇଛି।
ଘରେ ବନ୍ଦ କରି ପିଟିଲେ, ପରେ ବାହାର କରିଦେଲେ...ପୀଡ଼ିତା କହିଛନ୍ତି ଯେ, ଇଜ୍ଜତକୁ ଆଖି ଆଗରେ ରଖି ସ୍ବାମୀ ମାଡ଼ ମାରିଲେ ବି ସେ ଚୁପ ରହୁଥିଲେ । ଶାଶୁଘର ସଦସ୍ୟଙ୍କ ଦ୍ବାରା ବହୁ ନିର୍ଯ୍ୟାତିତ ମଧ୍ୟ ହେଉଥିଲେ । ଘରେ ବହୁଥର ତାଙ୍କୁ ଦୁଷ୍କର୍ମ ମଧ୍ୟ କରାଯାଇଛି । ମେ 24 ରେ, ପୀଡିତାଙ୍କ ସ୍ବାମୀ ଏବଂ ଶ୍ବଶୁର ଘର ଲୋକମାନେ ତାଙ୍କୁ ଘରକୁ ଡାକିଥିଲେ । ଏହାପରେ ପୀଡିତା ଶାଶୁ ଘରେ ପହଞ୍ଚିଥିଲେ। ପୀଡିତା କିଛି ବୁଝିବା ପୂର୍ବରୁ ସ୍ବାମୀ ଏବଂ ଶ୍ବଶୁର ଘର ଲୋକ ତାଙ୍କୁ ମାଡ଼ ମାରିଥିଲେ । ଏବଂ ତାଙ୍କୁ ଖରାପ ବ୍ୟବହାର କରିବା ସହ ନନ୍ଦୋଇ ତାଙ୍କର ଇଜ୍ଜତ ଲୁଟିଥିଲେ । ଏହା ପରେ ତାଙ୍କୁ ଘରୁ ବାହାରକୁ ଫିଙ୍ଗି ଦିଆଯାଇଥିଲା। ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ଏସଏସପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ପଢନ୍ତୁ ଏହି ଖବର:
ସରକାରୀ ବାବୁଙ୍କ ପାଗଳାମୀ; ମୋବାଇଲ ଫୋନ୍ ଖୋଜିବାକୁ ଖାଲି ହେଲା ଜଳଭଣ୍ଡାର ( ରଜନୀଗନ୍ଧା ରାଉତଙ୍କ ରିପୋର୍ଟ ନ୍ୟୁଜ୍୧୮ ଓଡ଼ିଆ )
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।