26 January Violence: କୃଷକଙ୍କ ରାଲିରେ ହିଂସାର 'ସତ୍ୟତା'; ଦିଲ୍ଲୀ ପୋଲିସ୍ ଜାରି କଲା VIDEO

ଦିଲ୍ଲୀ ପୋଲିସ (Delhi Police) ଭିଡିଓ ରିଲିଜ୍ କରିବାବେଳେ କହିଛି ଯେ ୨୬ ଜାନୁଆରୀରେ ଲାଲ କିଲ୍ଲାରେ (Lal Quila) ପାର୍କିଂ ହୋଇଥିବା ଏକ ବସକୁ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଥିଲେ । ଟ୍ରାକ୍ଟର ମାର୍ଚ୍ଚ ସମୟରେ ହୋଇଥିବା ହିଂସାରେ ପୋଲିସ ସମେତ ଅନେକ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଛନ୍ତି ।

26 January Violence: କୃଷକଙ୍କ ରାଲିରେ ହିଂସାର 'ସତ୍ୟତା'; ଦିଲ୍ଲୀ ପୋଲିସ୍ ଜାରି କଲା VIDEO
କୃଷକଙ୍କ ରାଲିରେ ହିଂସାର 'ସତ୍ୟତା'
  • News18 Odia
  • Last Updated: January 28, 2021, 1:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ୨୬ ଜାନୁଆରୀରେ ଦେଶର ରାଜଧାନୀ ଦିଲ୍ଲୀରେ ବ୍ୟାପକ ହିଂସା ହୋଇଥିଲା । ବିକ୍ଷୋଭକାରୀମାନେ ସାର୍ବଭୌମତ୍ଵର ପ୍ରତୀକ ଐତିହାସିକ ଲାଲ କିଲ୍ଲାରେ ପ୍ରବେଶ କରି ନିଜର ପତାକା ଉତ୍ତୋଳନ କରିଥିଲେ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଯାନବାହନ ଭଙ୍ଗାରୁଜା ମଧ୍ୟ କରିଥିଲା । ଏପରିକି ବିକ୍ଷୋଭକାରୀମାନେ ପୋଲିସ ସହିତ ମଧ୍ୟ ସଂଘର୍ଷ କରିଥିଲେ । ଏବେ ଦିଲ୍ଲୀ ପୋଲିସ ଏକ ଭିଡିଓ ଜାରି କରିଛି ଯେଉଁଥିରେ ବିକ୍ଷୋଭକାରୀମାନେ ଏକ ବସ୍ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀ ପୋଲିସ (Delhi Police) ଭିଡିଓ ରିଲିଜ୍ କରିବାବେଳେ କହିଛି ଯେ ୨୬ ଜାନୁଆରୀରେ ଲାଲ କିଲ୍ଲାରେ (Lal Quila) ପାର୍କିଂ ହୋଇଥିବା ଏକ ବସକୁ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଥିଲେ । ଟ୍ରାକ୍ଟର ମାର୍ଚ୍ଚ ସମୟରେ ହୋଇଥିବା ହିଂସାରେ ପୋଲିସ ସମେତ ଅନେକ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଥିଲେ ।



ସୂଚନାନୁସାରେ ଟ୍ରାକ୍ଟର ରାଲି ସମ୍ପର୍କରେ ପୋଲିସ ସହ ହୋଇଥିବା ଚୁକ୍ତି ଭଙ୍ଗ କରିଥିବାରୁ ଯୋଗେନ୍ଦ୍ର ଯାଦବ, ବାଲଦେବ ସିଂ ସିରସା, ବାଲବୀର ଏସ ରାଜୱାଲଙ୍କ ସମେତ ଅତି କମରେ ୨୦ ଜଣ କୃଷକ ନେତାଙ୍କୁ ଦିଲ୍ଲୀ ପୋଲିସ ନୋଟିସ ଜାରି କରିଛି । ଦିଲ୍ଲୀ ପୋଲିସର କହିବାନୁସାରେ ସେମାନଙ୍କୁ ୩ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି ।

ଲାଲ କିଲ୍ଲାର ମେଟ୍ରୋ ଷ୍ଟେସନରେ ପ୍ରବେଶ ପ୍ରସ୍ଥାନ ବନ୍ଦ କରାଯାଇଛି

ଏଥି ସହିତ ଟ୍ରାକ୍ଟର ରାଲି ସମୟରେ ବିଭିନ୍ନ ଅଞ୍ଚଳରେ ହିଂସା ଦେଖାଯିବା ପରେ ସୁରକ୍ଷା ପାଇଁ କିଛି ମେଟ୍ରୋ ଷ୍ଟେସନ ବନ୍ଦ ରହିଥିଲା । ମେଟ୍ରୋ ସେବା ସମ୍ବନ୍ଧରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଗୁରୁବାର ଏକ ନୂତନ ଅପଡେଟ ପ୍ରକାଶ କରିଛି । ଯେଉଁଥିରେ ଲାଲ କିଲ୍ଲାର ମେଟ୍ରୋ ଷ୍ଟେସନ ଯାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ଷ୍ଟେସନରେ ଯାତ୍ରୀମାନେ ମେଟ୍ରୋ ଷ୍ଟେସନରେ ପ୍ରବେଶ କରିପାରିବେ ନାହିଁ କିମ୍ବା ବାହାରକୁ ଆସପାରିବେ ନାହିଁ । ଏଥି ସହିତ ଜାମା ମସଜିଦ ମେଟ୍ରୋ ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ମଧ୍ୟ ବନ୍ଦ କରାଯାଇଛି ।
Published by: Jagdish Barik
First published: January 28, 2021, 1:12 PM IST