ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରି ନିଆଁ ଲଗାଇଲେ; ୨୬ ଜଣ ଗିରଫ ହେଲେ

ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ଓ ହିଂସା ଏକ ସାଧାରଣ କଥା । ସେଠାରେ ମୁସଲମାନମାନେ ଦେଖର ଜନସଂଖ୍ୟାର ୯୭% ହୋଇଥିବା ବେଳେ ହିନ୍ଦୁମାନେ ପ୍ରାୟ ୨% ଅଛନ୍ତି ।

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରି ନିଆଁ ଲଗାଇଲେ; ୨୬ ଜଣ ଗିରଫ ହେଲେ
ମୁସଲମାନଙ୍କ ଆକ୍ରମଣରେ ଧ୍ୱଂସ ହୋଇଥିବା ମନ୍ଦିରରେ ପୋଲିସ୍ କର୍ମୀମାନେ ମୁତୟନ ହୋଇଛନ୍ତି । (ଏ.ଏଫ୍‌.ପି. ଫଟୋ)
  • News18 Odia
  • Last Updated: December 31, 2020, 4:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଡ଼କ (ପାକିସ୍ଥାନ): ଉତ୍ତର-ପଶ୍ଚିମ ପାକିସ୍ଥାନରେ ଏକ ହିନ୍ଦୁ ମନ୍ଦିରରେ ଆକ୍ରମଣ କରି ନିଆଁ ଲଗାଇଦେଇଥିବା କାରଣରୁ ଗୁରୁବାର ଦିନ କେତେକ ମୁସଲମାନ ଧର୍ମଗୁରୁଙ୍କ ସମେତ ଅତି କମରେ ୨୬ ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ପାଖାପାଖି ୧,୫୦୦ ମୁସଲମାନ ସେହି ମନ୍ଦିର ଚାରି ପାଖପେ ଏକଜୁଟ୍‌ ହୋଇଥିସେ ଓ ତା’ ପାଖରେ ହିନ୍ଦୁଙ୍କ ମାଲିକାନାରେ ଥିବା ଏକ କୋଠାରେ ଚାଲିଥିବା ନବୀକରଣ କାର୍ଯ୍ୟକୁ ବିରୋଧ କରିଥିଲେ । ତା’ପରେ ସେମାନେ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହି ମନ୍ଦିରଟିକୁ ୧୯୯୭ ମସିହାରେ ସମାନ ପରିସ୍ଥିତିରେ ଭାଙ୍ଗିଦିଆଯାଇଥିଲା । ଏହି ମନ୍ଦିରଟି ପେଶୱାରର ଦକ୍ଷିଣ-ପୂର୍ବରେ ପ୍ରାୟ ୧୬୦ କିଲୋମିଟର ଦୂରରେ କଡ଼କ ଜିଲ୍ଲାର ଏକ ଦୂର ଗ୍ରାମରେ ଏହି ମନ୍ଦିରଟି ଅବସ୍ଥିତ ।

ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ଦିନେ ନବୀନ ପଟ୍ଟନାୟକଙ୍କ ଭାରି ପ୍ରିୟ ଥିଲେ

ସ୍ଥାନୀୟ ପୋଲିସ ଅଧିକାରୀ ଫଜଲ ଶେର ସମ୍ବାଦ ସଂସ୍ଥା ଏ.ଏଫ୍‌.ପି.କୁ କହିଛନ୍ତି, “ଆମେ ସ୍ଥାନୀୟ ଧର୍ମଗୁରୁଙ୍କ ସମେତ ୨୬ ଜଣଙ୍କୁ ଗିରଫ କରିଛୁ । ଆକ୍ରମଣର ଏକ ଭିଡିଓରୁ ଚିହ୍ନଟ ହୋଇଥିବା ଆହୁରି ୫୦ ଜଣଙ୍କୁ ପୋଲିସ ଖୋଜୁଛି ।’’

ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ଓ ହିଂସା ଏକ ସାଧାରଣ କଥା । ସେଠାରେ ମୁସଲମାନମାନେ ଦେଖର ଜନସଂଖ୍ୟାର ୯୭% ହୋଇଥିବା ବେଳେ ହିନ୍ଦୁମାନେ ପ୍ରାୟ ୨% ଅଛନ୍ତି ।

ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତାଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

ଏହି ଗିରଫଦାରୀକୁ ଜିଲ୍ଲା ପୋଲିସର ମୁଖ୍ୟ ଇରଫାନୁଲ୍ଲା ଖାନ ମଧ୍ୟ ନିଶ୍ଚିତ କରିଛନ୍ତି । ସେ ଏ.ଏଫ୍‌.ପି.କୁ କହିଛନ୍ତି ଯେ ମନ୍ଦିର ନିକଟରେ ଥିବା ଏକ ଘରକୁ ହିନ୍ଦୁ ସମ୍ପ୍ରଦାୟ କିଣିଥିଲା ଓ ଏହାର ନବୀକରଣ କରାଯାଉଥିଲା, ଯାହା ସ୍ଥାନୀୟ ଲୋକଙ୍କୁ ଅସନ୍ତୋଷ ଆଣିଦେଇଥିଲା ।

୧୯୪୭ ମସିହାରେ ଯେତେବେଳେ ବ୍ରିଟିଶ ଶାସିତ ଭାରତ ବିଭାଜିତ ହୋଇଥିଲା ଓ ପାକିସ୍ତାନ ସୃଷ୍ଟି ହୋଇଥିଲା ସେବେ ଠାରୁ ହିନ୍ଦୁମାନେ ଏହି ଅଞ୍ଚଳରେ ବାସ କରି ନାହାଁନ୍ତି । କିନ୍ତୁ ହିନ୍ଦୁ ଭକ୍ତମାନେ ବେଳେବେଳେ ଏହି ମନ୍ଦିର ଓ ହିନ୍ଦୁ ସାଧୁ ଶ୍ରୀ ପରମହଂସଙ୍କ ସମାଧି ପରିଦର୍ଶନ କରିବାକୁ ଏଠାକୁ ଆସନ୍ତି । ହିନ୍ଦୁ ବିଶ୍ୱାସ ଅନୁଯାୟୀ ସାଧୁ ଶ୍ରୀ ପରମହଂସ ୧୯୧୯ ମସିହାରେ ଏହି ଗାଁରେ ମୃତ୍ୟୁ ବରଣ କରିଥିଲେ ।

ଏହା ବି ପଢ଼ନ୍ତୁ ବାଲେଶ୍ରରେ ନିଶାସକ୍ତ ଅବସ୍ଥାରେ ମାସର ଶିଶୁ କନ୍ୟାର ହାତକୁ ହାଣି ଦୁଇ ଖଣ୍ଡ କରିଦେଲା ପଡ଼ୋଶୀ

‘‘ଏହି ଲୋକମାନେ (ଆକ୍ରମଣକାରୀମାନେ) ଆମ ଅଞ୍ଚଳକୁ ଏକ ଖରାପ ନାମ ଦେଇଛନ୍ତି ଓ ରାଜ୍ୟର ଭାବମୂର୍ତ୍ତିକୁ ଅପବିତ୍ର କରିଛନ୍ତି,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଆମିନ୍ ପଶ୍ତୀନ୍ ।



ଏହି ମାସର ଆରମ୍ଭରେ ଆମେରିକା ପାକିସ୍ତାନକୁ ଧାର୍ମିକ ସ୍ୱାଧୀନତା ଉଲ୍ଲଙ୍ଘନ ପାଇଁ “ବିଶେଷ ଚିନ୍ତାର ଦେଶ” ତାଲିକାରେ ରଖିଥିଲା । ‘‘ପାକିସ୍ତାନରେ କଷ୍ଟରେ ଥିବା ହିନ୍ଦୁ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ଭେଦଭାବର ଆଉ ଏକ ଉଦାହରଣ ହେଉଛି କଡ଼କରେ ଥିବା ହିନ୍ଦୁ ମନ୍ଦିରର ଧ୍ୱଂସ କାର୍ଯ୍ୟ,’’ କହିଛନ୍ତି ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ପାକିସ୍ତାନ କ୍ୟାମ୍ପେନର୍‌ ରିମେଲ ମୋହିଦ୍ଦିନ । (ଏ.ଏଫ୍‌.ପି.)
Published by: Anand Shankar Thankur Das
First published: December 31, 2020, 4:38 PM IST
corona virus btn
corona virus btn
Loading