୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଲଶ୍କର ଆତଙ୍କବାଦୀ ଜାକି-ଉର ରେହମାନ ଲାଖଭି ଗିରଫ ହେଲା

ଲଶ୍କର ଆତଙ୍କବାଦୀ (Lashkar Terrorists) ଜାକି-ଉର ରେହମାନ ଲାଖଭିଙ୍କୁ (Zaki ur Rehman Lakhvi) ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ତଥା ଟଙ୍କା ଯୋଗାଇ ପାଇଁ ଗିରଫ କରାଯାଇଛି ।

୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଲଶ୍କର ଆତଙ୍କବାଦୀ ଜାକି-ଉର ରେହମାନ ଲାଖଭି ଗିରଫ ହେଲା
୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଲଶ୍କର ଆତଙ୍କବାଦୀ ଜାକି-ଉର ରେହମାନ ଲାଖଭି ଗିରଫ ହେଲା
  • News18 Odia
  • Last Updated: January 2, 2021, 5:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ମୁମ୍ବାଇ ଆକ୍ରମଣର (Mumbai Attack) ମାଷ୍ଟରମାଇଣ୍ଡ ଓ ଲଶ୍କର ଆତଙ୍କବାଦୀ (Lashkar Terrorists) ଜାକି-ଉର ରେହମାନ ଲାଖଭିଙ୍କୁ (Zaki ur Rehman Lakhvi) ଗିରଫ କରାଯାଇଛି । ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଓ ସେମାନଙ୍କୁ ଟଙ୍କା ଯୋଗାଇବା ଅଭିଯୋଗରେ ଜାକି-ଉର ରେହମାନ ଲାଖଭିଙ୍କୁ ଗିରଫ କରାଯାଇଛି । ହାଫିଜ ସଇଦଙ୍କ ସହ ଜାକି-ଉର ରେହମାନ ଲାଖଭି ୨୬/୧୧ ଆକ୍ରମଣର ଷଡଯନ୍ତ୍ର କରିଥିଲେ ।

ମୁମ୍ବାଇ ଆକ୍ରମଣ ପରେ ୨୦୦୮ ମସିହାରେ ୟୁଏନଏସସି ରିଜୋଲ୍ୟୁସନ ଅନୁଯାୟୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାଙ୍କ ଅପରେସନ୍ କମାଣ୍ଡର ଲଖଭିଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ନାମିତ କରାଯାଇଥିଲା। ମୁମ୍ବାଇ ଆକ୍ରମଣର ଯାଞ୍ଚ ବେଳେ ହାଫିଜ ସଇଦଙ୍କୁ ଆତଙ୍କବାଦୀ ଆକ୍ରମଣର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିବା ଜାକି-ଉର ରେହମାନ ଲାଖଭି ପ୍ରକାଶ କରିଥିଲେ ।

ଏହି ଆକ୍ରମଣରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଲଶ୍କରର ୧୦ ଜଣ ସଶସ୍ତ୍ର ଆତଙ୍କବାଦୀ ସହରରେ ଆଖିବୁଜା ଭାବରେ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଲଶ୍କରଙ୍କ ଅପରେସନ୍ କମାଣ୍ଡର ଜାକି-ଉର ରେହମାନ ଲାଖଭି ପ୍ରାୟ ଛଅ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ଏପ୍ରିଲ୍ ୨୦୧୫ ରେ ଜେଲରୁ ମୁକ୍ତ ହୋଇଥିଲେ ।
Published by: Jagdish Barik
First published: January 2, 2021, 5:00 PM IST
corona virus btn
corona virus btn
Loading