କୋରନା ଭାଇରସ୍ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ; ବୁହାନରେ ଫସିଛନ୍ତି ଭାରତର ୨୫ ଜଣ ଛାତ୍ର

ଭାରତୀୟ ଦୂତାବାସ ଅନୁସାରେ କୋରନା ଭାଇରସର ପ୍ରକୋପ ସହୁଥିବା ଚୀନର ବୁହାନ ପ୍ରାନ୍ତରେ କେରଳର ୨୦ ଛାତ୍ରଙ୍କ ସମେତ ୨୫ଜଣ ଛାତ୍ର ଫସିରହିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଛାତ୍ରମାନଙ୍କୁ ମୁକାଳାଇବାକୁ ବିଦେଶମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ।

କୋରନା ଭାଇରସ୍ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ; ବୁହାନରେ ଫସିଛନ୍ତି ଭାରତର ୨୫ ଜଣ ଛାତ୍ର
କୋରନା ଭାଇରସ ଯୋଗୁଁ ଚୀର ଏକ ବିମାନ ବନ୍ଦରରେ ଲୋକମାନେ ମୁହଁରେ ମାସ୍କ ଲଗାଇ ଯାଉଛନ୍ତି
  • News18 Odia
  • Last Updated: January 24, 2020, 10:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଜିଂ: ଚୀନରେ ବର୍ତ୍ତମାନ ଭୟାବହ କୋରନା ଭାଇରସ ବ୍ୟାପୁଥିବାବେଳେ ଭାରରସରେ ଆକ୍ରାନ୍ତ ହୋଇ ୨୫ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ସେଠାରେ ଥିବା ଭାରତୀୟ ଦୂତାବାସର ସୂଚନା ଅନୁସାରେ ବୁହାନରେ କେରଳର ୨୦ଜଣ ଛାତ୍ରଙ୍କ ସମେତ ସମୁଦାୟ ୨୫ଜଣ ଛାତ୍ର ଫସିରହିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବିଦେଶମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ପତ୍ର ଲେଖି ଏହି ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।

ଚୀନର ଅଧିକାରୀମାନଙ୍କ କହିବା ଅନୁସାରେ ଏହି ଭୟଙ୍କର ଭାଇରସକୁ ନେଇ ଚୀନର ୫ଟି ସହର ହୁଗାଙ୍ଗ, ଏଝାଓ, ଜିଝିଆଙ୍ଗ, କ୍ରିନଜିଆଙ୍ଗ ଏବଂ ବୁହାନ ସହରକୁ ସାର୍ବଜନିନ ପରିବହନ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆାଯାଇଛି । ଏହି ଭାଇରସର ମାରାତ୍ମକତାକୁ ଦୃଷ୍ଟିରେ ରଖି ଏବେ ଚୀନ ୬ଦିନରେ ଏକ ନୂଆ ହସ୍ପିଟାଲ ତିଆରି କରିବାକୁ ଯୋଜନା କରୁଛି ।

ଏହା ଭିତରେ ଭାରତୀୟ ଦୂତାବାସ ତରଫରୁ କୁହାଯାଇଛି ଯେ, ସାଉଦି ଆରବରେ କାମ କରୁଥିବା କେରଳର ଜଣେ ମହିଳା କୋରନା ଭାଇରସରେ ପିଡ଼ିତ ନାହାନ୍ତି । କିନ୍ତୁ ପ୍ରଥମେ ଖବର ଆସିଥିଲା ଏହି  ନର୍ସ ଜଣଙ୍କ ଏହି ଭାଇରସରେ ପିଡ଼ିତ ନୁହନ୍ତି । ମାତ୍ର ଭାରତୀୟ ଦୂତାବାସ ତରଫରୁ ସାଉଦି ହସ୍ପିଟାଲକୁ ପଠାଯାଇଥିବା ଦୁଇଜଣ ପ୍ରତିନିଧି ନର୍ସଙ୍କୁ ଭେଟିବା ପରେ ତାଙ୍କୁ ଭାଇରସ ଆକ୍ରାନ୍ତ କରିନଥିବା ସ୍ପଷ୍ଟ କରିଥିଲେ ।

କୋରନା ଭାଇରସର ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି ବୁହାନରେ ଏକ ସ୍ବତନ୍ତ୍ର ହସ୍ପିଟାଲ ତିଆରି କରାଯାଉଛି । ଏହି ହସ୍ପିଟାଲ ୬ଏକର ଜମିରେ ତିଆରି କରାଯିବ । ରିପୋର୍ଟରେ କରାଯାଇଥିବା ଦାବି ଅନୁସାରେ ଚୀନର ଏକ କନଷ୍ଟ୍ରକସନ୍ କମ୍ପାନୀକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଏହି କମ୍ପାନୀ ୨୪ତାରିଖ ସୁଦ୍ଧା ଏହାର ସମ୍ପୂର୍ଣ୍ଣ ଡିଜାଇନ ପ୍ରସ୍ତୁତ କରିଦେବ । ଏ ସମ୍ପର୍କରେ ଅଧିକ ସୂଚନା ଶୀଘ୍ର ମିଳିବ । ବୁହାନ ସ୍ବାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ଏହି ଭାଇରସ ସଂକ୍ରମଣ ହେଉଥିବା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କାରଣରୁ ହସ୍ପିଟାଲରେ ବେଡ ସଂଖ୍ୟା କମିଯାଇଛି । ଏହା ପୂର୍ବରୁ ଚୀନରେ ୨୦୦୩ରେ କୋରନା ଭାଇରସ ସଂକ୍ରମଣ ଦେଖାଯାଇଥିଲା  । ତେବେ ବର୍ତ୍ତମାନ ଦେଖାଯାଇଥିବା ଭାଇରସ ତାଠାରୁ ୧୦ଗୁଣା ଅଧିକ ମାରାତ୍ମକ ଅଟେ ।

କୋରାନା ଭାଇରସର ପ୍ରସାର ବନ୍ଦ କରିବା ପାଇଁ ଜାନବାହନ ଚଳାଚଳକୁ ବନ୍ଦ କରିଦିଆଯିବା ସହ ୫ଟି ସହରକୁ ସିଲ୍ କରିଦିଆଯାଇଛି । ଏହି ସହରକୁ ଗୁଡ଼ିକୁ ବାହାର ଲୋକଙ୍କ ଯିବା ଆସିବାରେ ପ୍ରତିବନ୍ଧ ଲଗାଯାଇଛି । ବୁହାନରେ ସିଲ ଯୋଗୁଁ ସଡ଼କ, ସପିଂ ମଲ୍, ରେଷ୍ଟୋରାଣ୍ଟ ଏବଂ ଅନ୍ୟ ସ୍ଥାନ ଯେଉଁଠି ଭିଡ଼ ରହୁଥିଲା ସେସବୁକୁ ବନ୍ଦ କରିଦିଆଯାଇଛି । ବୁହାନ ସହରର ଲୋକସଂଖ୍ୟା ୧.୧କୋଟି ହୋଇଥିବାବେଳେ ଏବେ ସହର ଖାଁ ଖାଁ ଲାଗୁଛି । ଏହି ସହରରେ ରହୁଥିବା ଭାରତୀୟମାନଙ୍କ ଲାଗି ସେଠାକାର ଦୂତାବାସ ହେଲ୍ପଲାଇନ ଜାରି କରିଛନ୍ତି ।
First published: January 24, 2020, 10:34 AM IST