ଆମ୍ବୁଲାନ୍ସରୁ ୨୫ କୋଟି ନକଲି ନୋଟ ଜବତ; ପୋଲିସର ତଦନ୍ତ ଜାରି

ପୋଲିସ ଆମ୍ବୁଲାନ୍ସକୁ ଯାଞ୍ଚ କରିଥିଲା, ଗାଡିକୁ ଯାଞ୍ଚ କରିବା ପରେ ୬ଟି ବଡ଼ ବାକ୍ସରେ ୨୫.୮୦ କୋଟି ଟଙ୍କାର ନକଲି ନୋଟ ୨ହଜାର ଟଙ୍କିଆ ୧୨୯୦ ପ୍ୟାକେଟ ମିଳିଥିଲା । ପୋଲିସ ଡ୍ରାଇଭରକୁ ପଚରାଉଚରା କରି ନୋଟ ଜବତ କରିଛି ।

ଆମ୍ବୁଲାନ୍ସରୁ ୨୫ କୋଟି ନକଲି ନୋଟ ଜବତ; ପୋଲିସର ତଦନ୍ତ ଜାରି

ଆମ୍ବୁଲାନ୍ସରୁ ୨୫ କୋଟି ନକଲି ନୋଟ ଜବତ; ପୋଲିସର ତଦନ୍ତ ଜାରି

  • News18 Odia
  • Last Updated :
  • Gujarat, India
  • Share this:
News 18 Odia Digital

ଗୁଜୁରାଟ; ସୁରଟରେ ପୋଲିସକୁ ବଡ଼ ସଫଳତା ମିଳିଛି । ଏଠାରେ ପୋଲିସ ୨୫ କୋଟି ଟଙ୍କା ମୂଲ୍ୟର ନକଲି ମୁଦ୍ରା ଜବତ କରିଛି । ଯାହାର ସୂଚନା ଏସପି ହିତେଶ ଜୋଏସର ପ୍ରଦାନ କରିଛନ୍ତି । ସୂଚନା ମୁତାବକ ସୁରଟର କାମରେଜ ପୋଲିସ ଅହମ୍ମଦାବାଦ-ମୁମ୍ବାଇ ରାସ୍ତାରେ ଆମ୍ବୁଲାନ୍ସକୁ ଅଟକାଇଛି ବୋଲି ସେ କହିଛନ୍ତି । ଏହା ପରେ ପୋଲିସ ଆମ୍ବୁଲାନ୍ସକୁ ଯାଞ୍ଚ କରିଥିଲା, ଗାଡିକୁ ଯାଞ୍ଚ କରିବା ପରେ ୬ଟି ବଡ଼ ବାକ୍ସରେ ୨୫.୮୦ କୋଟି ଟଙ୍କାର ନକଲି ନୋଟ ୨ହଜାର ଟଙ୍କିଆ ୧୨୯୦ ପ୍ୟାକେଟ ମିଳିଥିଲା । ପୋଲିସ ଡ୍ରାଇଭରକୁ ପଚରାଉଚରା କରି ନୋଟ ଜବତ କରିଛି ।
ଗ୍ରାମୀଣ ଏସପି ହିତେଶ ଜୋଏସର ଆହୁରି ସୂଚନା ଦେଇଛନ୍ତି ଯେ ନୋଟ ଗୁଡ଼ିକୁ ଭଲଭାବେ ଦେଖିବା ପରେ ରିଜର୍ଭ ବ୍ୟାଙ୍କ ବଦଳରେ ରିଭର୍ସ ବ୍ୟାଙ୍କ ଅଫ ଇଣ୍ଡିଆ ଲେଖା ହୋଇଥିଲା । ଏଥିସହ ବ୍ୟାଙ୍କ ଅଧିକାରୀ ଓ ଏଫଏସଏଲ ଟିମକୁ ଡକାଯାଇଛି । ଏଥିସହ ଏକ ମାମଲା ରୁଜୁ ହୋଇଛି, ପୋଲିସର ତଦନ୍ତ ଜାରି ରଖିଛି ।

ହାଇଦ୍ରାବାଦରେ ମିଳିଲା ୧.୨୪ କୋଟି ଟଙ୍କା

ହାଇଦ୍ରାବାଦରେ କମିଶନରଙ୍କ ଟାସ୍କ ଫୋର୍ସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଯେଉଁଥିରୁ ୧.୨୪ କୋଟି ଟଙ୍କା ମୂଲ୍ୟର ବେଆଇନ ନଗଦ ଟଙ୍କା ଜବତ କରିଛି । ସେ ପୋଲିସକୁ କହିଛନ୍ତି ଯେ ତାଙ୍କ ମାମୁଁ ତାଙ୍କୁ ଅନ୍ୟ ଚାରି ଜଣଙ୍କୁ ନଗଦ ଟଙ୍କା ଦେବାକୁ କହିଥିଲେ । ଅନ୍ୟପକ୍ଷରେ, ବ୍ୟକ୍ତି ଟଙ୍କା ପାଇଁ ଉପଯୁକ୍ତ ଦଲିଲ ପ୍ରସ୍ତୁତ କରିବାରେ ବିଫଳ ହୋଇଥିଲେ ।
Published by:Soubhagya Mishra
First published: