News 18 Odia Digital
ନୂଆଦିଲ୍ଲୀ: ପ୍ରକୃତରେ ଟଙ୍କା (Money) ସବୁକିଛି କିଣି ପାରିବ ନାହିଁ କଥାଟି ସଠିକ୍ ସାବ୍ୟସ୍ତ ହୋଇଛି । ଟଙ୍କା ଆପଣଙ୍କୁ କିଛି ସମୟ ପାଇଁ ସୁଖ ଦେଇପାରେ, କିନ୍ତୁ ଶାନ୍ତି କେବଳ ଲୋକଙ୍କ ଭଲ ପାଇବା ଓ ସ୍ନେହ ଆଦର (Love and affection)ରୁ ମିଳିଥାଏ । ଜଣେ ୨୪ ବର୍ଷର ଯୁବକ ସୋସିଆଲ ମିଡିଆରେ ଏପରି କିଛି ପୋଷ୍ଟ କରି ଘଟଣାକୁ ଖୁବ୍ ନିଆରା ଡଙ୍ଗରେ ବ୍ୟାଖ୍ୟା କରିଛନ୍ତି । ଯୁବକ ଜଣକ ଏକ ଟେକ୍ କମ୍ପାନି (tech company)ରେ ସଫ୍ଟୱୟାର ଇଞ୍ଜିନିୟର ଭାବରେ କାର୍ଯ୍ୟରତ । ତାଙ୍କର ଦରମା (salary) ରହିଛି ୫୮ଲକ୍ଷ । ନିଜ ଜୀବନରେ ଘଟିଥିବା ଅନେକ କଥାକୁ ସେ ନିଜ ସୋସିଆଲ ମିଡିଆ (social media)ରେ ପୋଷ୍ଟ୍ କରିଛନ୍ତି ଯାହା ବର୍ତ୍ତମାନ ଧିରେ ଧିରେ ଅଧିକ ଭାଇରାଲ୍ (viral) ହେବାରେ ଲାଗିଛି ।
ଯୁବକ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, "ମୁଁ ଜଣେ ସଫ୍ଟୱେୟାର ଇଞ୍ଜିନିୟର (software engineer) ଏବଂ ମୋର ବୟସ ମାତ୍ର ୨୪ ବର୍ଷ । ମୁଁ ବହୁତ ବଡ କମ୍ପାନିରେ କାମ କରେ । ମୁଁ ପାଖାପାଖି ୩ବର୍ଷ ବର୍ଷ ହେବ କାମ କରିଆସୁଛି । ମୋର ବାର୍ଷିକ ପ୍ୟାକେଜ୍ ୫୮ ଲକ୍ଷ ଟଙ୍କା । ମୁଁ ଭଲ ରୋଜଗାର (income) କରୁଛି, କର୍ମମୟ ଜୀବନ ମଧ୍ୟ ଅତ୍ୟନ୍ତ ଆରାମଦାୟକ ରହିଛି । ଏସବୁ ପରେ ମଧ୍ୟ ମୁଁ ଜୀବନରେ ନିଜକୁ ଏକାକୀ ଅନୁଭବ କରେ । ମୋର କୌଣସି ଗର୍ଲଫ୍ରେଣ୍ଡ (girlfriend) ନାହିଁ ଯାହାଙ୍କ ସହ ମୁଁ ସମୟ ବିତାଇ ପାରିବି, ମୋର ସମସ୍ତ ବନ୍ଧୁଙ୍କର ଗର୍ଲଫ୍ରେଣ୍ଡ ଅଛନ୍ତି ଏବଂ ସେମାନେ ସମସ୍ତେ ନିଜ ଜୀବନକୁ ଖୁବ୍ ଉପଭୋଗ କରୁଛନ୍ତି । ମୁଁ ବହୁତ ବ୍ୟସ୍ତ ରହୁଛି । ମୋର ଦୈନିକ କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ବିରକ୍ତିକର। କୌଣସି କମ୍ପାନି ନବଦଳାଇ ମୁଁ ଆରମ୍ଭରୁ ସମାନ କମ୍ପାନିରେ କାମ କରିଆସୁଛି ଏବଂ ପ୍ରତ୍ୟେକ ଦିନ ସମାନ କାମ କରୁଛି । ଏହା ଏପରି ସ୍ଥିତିରେ ପହଞ୍ଚିଛି ଯେ, ମୁଁ ମୋ କ୍ୟାରିୟରରେ ନୂଆ ଚ୍ୟାଲେଞ୍ଜ ନେବାକୁ ଚାହେଁ । ତେଣୁ ମତେ କିଛି ସୁଯୋଗ ଆବଶ୍ୟକ । ଏଥିସହ ଯୁବକ ଜଣକ ସୋସିଆଲ ମିଡିଆରେ ବନ୍ଧୁମାନଙ୍କୁ ପ୍ରଶ୍ନ କରି ପଚାରିଛନ୍ତି ଯେ, ମୋତେ କୁହ ମୋର ଜୀବନକୁ ମଜାଳିଆ ଓ ନିଜକୁ ଉପଭୋଗ କରିବା ପାଇଁ ମୁଁ ଆଉ କ’ଣ କରିବି ? ଜିମ୍ ଯିବା କଥା କେହି କହିବେନି କାରଣ ମୁଁ ଆଗରୁ ଜିମ୍ ଯାଉଛି ।
ସୋସିଆଲ ମିଡିଆରେ ପୋଷ୍ଟଟି ଭାଇରାଲ ହେବା ପରେ କିଛି ବ୍ୟକ୍ତି ଏହାକୁ ସେୟାର କରିଥିଲେ ଓ ଆଉକିଛି ବ୍ୟକ୍ତି ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଉକ୍ତ ପୋଷ୍ଟଟିକୁ @appadappajappa ନାମକ ଜଣେ ସୋସିଆଲ ମିଡିଆ ୟୁଜର ତାଙ୍କ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି । ଉକ୍ତ ପୋଷ୍ଟଟିକୁ ପଢିବା ପରେ ଦୁଇଟି କଥା ମନକୁ ଆସିଥିଲା । ମଣିଷ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସେ ଟଙ୍କା ରୋଜଗାରରେ ସନ୍ତୁଷ୍ଟ ହୋଇପାରିବ ନାହିଁ । ଦ୍ୱିତୀୟ କଥା ହେଉଛି ଟଙ୍କା କେବେ ସୁଖ କିଣିପାରିବ ନାହିଁ ।
ଏହି ପୋଷ୍ଟଟି ଭାଇରାଲ୍ ହେବାପରେ ଅନେକ ବ୍ୟକ୍ତି କମେଣ୍ଟ ମାଧ୍ୟମରେ ନିଜର ମତ ଦେଇଥିଲେ । କିଛି ବ୍ୟକ୍ତି ଲେଖିଥିଲେ ଯେ, ସେମାନଙ୍କର ଜୀବନ ମଧ୍ୟ ଠିକ୍ ଏପରି ଚାଲିଛି । ଆଉକିଛି ବ୍ୟକ୍ତି ଲେଖିଥିଲେ ଯେ, ବର୍ତ୍ତମାନ କିଛି ନୂଆ ଷ୍ଟାର୍ଟଅପ୍ ଆରମ୍ଭ କର । ଏହାରି ମଧ୍ୟରେ କିଛି ମଜାଳିଆ କମେଣ୍ଟ୍ ମଧ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରେ ଜଣେ ବ୍ୟକ୍ତି ଲେଖିଥିଲେ ଯେ, ତମର ଦରମା ସମ୍ପର୍କରେ ବର୍ତ୍ତମାନ ଅନେକ ଝିଅ ଜାଣିଗଲେଣି ତେଣୁ ଖୁବ୍ ଶୀଘ୍ର ଝିଅଙ୍କର ଲମ୍ୱା ଲାଇନ୍ ଲାଗିବ ଏବଂ ତମକୁ ଜୀବନସାଥୀ ମିଳିଯିବ ।
ଏହି ଖବର ପଢ଼ନ୍ତୁ -
ସ୍ଥାନ ଖୋଜୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ: ଖୋଲିବେ ଚା' ଦୋକାନ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।