ରାଜସ୍ଥାନରେ ନଦୀ ଗର୍ଭକୁ ଖସି ପଡ଼ିଲା ବରଯାତ୍ରୀରେ ଭରା ବସ୍, ୨୪ ଜଣ ମୃତ

ଦ୍ରୁତ ଗତିରେ ଯାଉଥିବା ବସଟି ମେଜ୍ ନଦୀ ଭିତରକୁ ଖସି ପଡ଼ିଥିଲା । ଘଟଣା ସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ହସ୍ପିଟାଲ ନେବା ସମୟରେ ରାସ୍ତାରେ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୧୦ଜଣ ମହିଳା ଓ ୩ ଜଣ ସାନ ପିଲା ଅଛନ୍ତି ।

ରାଜସ୍ଥାନରେ ନଦୀ ଗର୍ଭକୁ ଖସି ପଡ଼ିଲା ବରଯାତ୍ରୀରେ ଭରା ବସ୍, ୨୪ ଜଣ ମୃତ
ଦୁର୍ଘଟଣା ପରର ଏକ ଦୃଶ୍ୟ
  • News18 Odia
  • Last Updated: February 26, 2020, 2:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜୟପୁର: ରାଜସ୍ଥାନର ବୁନ୍ଦୀ ଜିଲ୍ଲାରେ ଏକ ବରଯାତ୍ରୀରେ ଭରା ବସ୍‌ ଏକ ନଦିକୁ ଖସି ପଡ଼ିବାରୁ ସେଥିରେ ଥିବା ଲୋକଙ୍କ ମଧ୍ୟରୁ ୨୪ ଜଣ ପ୍ରାଣ ହରାଇଛନ୍ତି ଓ ଚ଼ାରି ଜଣ ଆହତ ହୋଇଛନ୍ତି ।

ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି ଯେ ଏହି ବସଟି କୋଟା ଜିଲ୍ଲାର ସୱାଇମାଧୋପୁର ଅଭିମୁଖେ ଯାଉଥିବା ବେଳେ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା । ବସରେ ମୋଟ ୨୮ ଜଣ ବରଯାତ୍ରୀ ଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଦ୍ରୁତ ଗତିରେ ଯାଉଥିବା ବସଟି ପାପଡ଼ି ଗ୍ରାମ ପାଖରେ ମେଜ୍‌ ନଦୀ ଭିତରକୁ ଖସି ପଡ଼ିଥ୍ଲା ।

ଦୁର୍ଘଟଣା ଘଟିବାର କିଛି ମିନିଟ୍‌ ପରେ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ରକ୍ଷା କରିବାକୁ ପହଞ୍ଚିଥିଲେ ଓ ଏହି ଦୁର୍ଘଟଣା ବିଷୟରେ ପୋଲିସକୁ ମଧ୍ୟ ସୂଚିତ କରିଥିଲେ । ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ ଘଟଣା ସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ହସ୍ପିଟାଲ ନେଉଥିବା ବେଳେ ରାସ୍ତାରେ ପ୍ରାଣ ହରାଇଥିଲେ । ମୃତକମାନଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୧୦ଜଣ ମହିଳା ଓ ୩ ଜଣ ଛୋଟ ପିଲା ସାମିଲ ଅଛନ୍ତି ।

ଆହତ ଲୋକମାନଙ୍କୁ ଲେଖରୀ ସରକାରୀ ହସ୍ପିଟାଲକୁ ନିଆଯାଇଛି । ସେଠାରୁ ଅତ୍ୟଧିକ ଗୁରୁତର ଲୋକମାନଙ୍କୁ କୋଟାର ସରକାରୀ ହସ୍ପିଟାଲକୁ ରେଫର କରାଯାଇଛି ।

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏହି ମାସ ୯ ତାରିଖ ଦିନ ଏକ ବରଯାତ୍ରୀରେ ଭରା ବସ ଏକ ଅଘଟଣକ ଶିକାର ହୋଇ ସାଥିରେ ଥିବା ଲୋକଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ 'ସିଲ୍‌କ ସିଟି' ନାମକ ବସଟିରେ ମିଆଁ ତାଗିଯାଇଥିଲା । ସେଥିରେ ଥିବା ୪୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ନଅ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଜଣ ପରେ ହସ୍‌ପିଟାଲରେ ଚ଼ିକିତ୍ସା ବେଳେ ପ୍ରାଣ ହରେଇଥିଲେ । ଏ ଦୁର୍ଘଟଣା ବ୍ରହ୍ମପୁରର ଗୋଳନ୍ଥରା ମେଣ୍ଡରାଜପୁର ଗାଁରେ ଘଟିଥିଲା ।
First published: February 26, 2020, 2:21 PM IST
corona virus btn
corona virus btn
Loading