News18 Odia Digital
Gold Price: ସୁନା ପିନ୍ଧିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଯଦି ଆପଣ ଶସ୍ତା ଦରରେ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। କମ୍ ମୂଲ୍ୟରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା କିଣିବାର ସୁଯୋଗ ମିଳିବାକୁ ଯାଉଛି। ନିଜେ ସରକାର ଏହି ରିହାତି ପ୍ରଦାନ କରିବେ।
ରିଜର୍ଭ ବ୍ୟାଙ୍କ ସରକାରୀ ଗୋଲ୍ଡ ବଣ୍ଡ (SGB) ଯୋଜନା ୬ ମାର୍ଚ୍ଚରୁ ଆରମ୍ଭ କରିବାକୁ ଯାଉଛି। ପାଞ୍ଚ ଦିନ ପାଇଁ ଏହି ସୁବର୍ଣ୍ଣ ସୁଯୋଜ ରହିବ। ଯେଉଁଥିରେ ନିବେଶକମାନେ ସୋମବାରଠାରୁ ପୁନର୍ବାର ବିନିଯୋଗ କରି ଶସ୍ତା ସୁନା କିଣିବାକୁ ସକ୍ଷମ ହେବେ।
ଏହି ବଣ୍ଡରେ ସୁନା ମୂଲ୍ୟ ଗ୍ରାମ ପିଛା ୫,୬୧୧ ଟଙ୍କା ଧାର୍ଯ୍ୟ କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଦିନ ଏକ ବୟାନରେ କହିଛି ଯେ ୨୦୨୨-୨୩ର ଚତୁର୍ଥ ସିରିଜ୍ ଅନ୍ତର୍ଗତ ଗୋଲ୍ଡ ବଣ୍ଡ ସ୍କିମ୍ ମାର୍ଚ୍ଚ ୬ ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ କ୍ରୟ ପାଇଁ ଉପଲବ୍ଧ ହେବ। ଏଥିପାଇଁ ସୁନା ମୂଲ୍ୟ ଗ୍ରାମ ପିଛା ୫,୬୧୧ ଟଙ୍କା ରଖାଯାଇଛି।
ଅନଲାଇନ୍ କିମ୍ବା ଡିଜିଟାଲ୍ ମାଧ୍ୟମରେ ସୁନା ବଣ୍ଡ ପାଇଁ ଆବେଦନ କରୁଥିବା ନିବେଶକଙ୍କ ପାଇଁ ସୁନା ମୂଲ୍ୟ ଗ୍ରାମ ପିଛା ୫୦ ଟଙ୍କା କମ୍ ହେବ।
ଏହିପରି ନିବେଶକଙ୍କ ପାଇଁ ସୁନା ବଣ୍ଡର ସୁନା ମୂଲ୍ୟ ହେଉଛି ଗ୍ରାମ ପିଛା ୫,୫୬୧ ଟଙ୍କା। କେନ୍ଦ୍ରୀୟ ବ୍ୟାଙ୍କ ପ୍ରକୃତରେ ଭାରତ ସରକାରଙ୍କ ତରଫରୁ ସୁନା ବଣ୍ଡ ଜାରି କରିଥାଏ।
ସେହିପରି ଜଣେ ବ୍ୟକ୍ତିଙ୍କ ବିତ୍ତବର୍ଷରେ ସର୍ବାଧିକ ୪ କିଲୋଗ୍ରାମ ସୁନା କିଣି ପାରିବ। ସେହିଭଳି ଟ୍ରଷ୍ଟ ଏବଂ ଟ୍ରଷ୍ଟ ଭଳି ଅନ୍ୟ କୌଣସି ସଂସ୍ଥା ପାଇଁ ୨୦ କିଲୋଗ୍ରାମ ରହିଛି। ସୁନା ଭୌତିକ ଚାହିଦାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପ୍ରଥମେ ନଭେମ୍ବର ୨୦୧୫ରେ ସୁନା ବଣ୍ଡ ସ୍କିମ୍ ଆରମ୍ଭ କରାଯାଇଥିଲା।
ଆଜି ସୁନା ଦରରେ ଆସିଛି ସାମାନ୍ୟ ପରିବର୍ତ୍ତନ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୧,୩୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୫୬,୧୦୦ ଟଙ୍କା ରହିଛି।
ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୭୫୦ ଟଙ୍କା ଓ ୫୬,୪୫୦ ଟଙ୍କା ହୋଇଛି।
ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୧,୭୫୦ ଟଙ୍କା ଓ ୫୬,୪୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୧,୯୦୦ ଟଙ୍କା ଓ ୫୬,୬୦୦ ଟଙ୍କା ରହିଛି।
ଅନ୍ୟପଟେ ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ଟଙ୍କା ଥିବା ରେକର୍ଡ ହୋଇଛି। କୋଲକାତାରେ ଯଥାକ୍ରମେ ୫୧,୭୫୦ ଟଙ୍କା ଓ ୫୬,୪୫୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୬୬ ,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ପଢ଼ନ୍ତୁ ଏହି ଖବର:
ମୁଁ ଗୋଟିଏ ଦିନରେ ଶେଷ କରିଦେବି ଋଷ-ୟୁକ୍ରେନ ଯୁଦ୍ଧ: ଡୋନାଲ୍ଡ ଟ୍ରମ୍ପଏହି ଉପାୟରେ ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି । ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି । 'BIS Care app' ସହିତ ଗ୍ରାହକ ଗ୍ରାହକଙ୍କ ଶୁଦ୍ଧତା (ସୁନା) ଯାଞ୍ଚ କରିପାରିବେ । ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।