ପାକିସ୍ତାନ ବେଲୁଚିସ୍ଥାନ ଦୁର୍ଘଟଣା (ଫୋଟ ସୌଜନ୍ୟ:AP)
News18 Odia Digital
ଏକ ଯାତ୍ରୀବାହୀ ଗାଡ଼ି ଘାଟି ତଳକୁ ଖସି ପଡ଼ି ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ପାକିସ୍ତାନର ବେଲୁଚିସ୍ତାନରେ। ଗାଡ଼ି ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଘାଟି ତଳକୁ ଖସିପଡ଼ିଥିବାର ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଏହି ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି। ବେଲୁଚିସ୍ତାନର ଡେପୁଟି କମିଶନର ହାଫିଜ ମହମ୍ମଦ କାସିମଙ୍କ ସୂଚନାନୁସାରେ ଯାତ୍ରୀବାହୀ ବସ ଯୋବରୁ ଲୋରାଲିଆ ଯାଉଥିଲା। ଅଖତରଜାଇ ନିକଟ ଏକ ପାହାଡ଼ ଉପରୁ ଗାଡ଼ିଟି ଖସିପଡ଼ିଥିଲା। ତେବେ ଏହି ଅଞ୍ଚଳ ଅତି ଦୁର୍ଗମ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହେଉଛି।
ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ଭବିଷ୍ୟତରେ ଏହିପରି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।