ଗୁରୁଗ୍ରାମ ହସ୍ପିଟାଲରେ ICU ରେ ଭର୍ତ୍ତି ଥିବା ଯୁବତୀଙ୍କୁ ରେପ୍; ପୋଲିସ ପଞ୍ଜିକରଣ କଲା FIR

ଗୁରୁଗ୍ରାମର ପ୍ରସିଦ୍ଧ ହସ୍ପିଟାଲରେ (Hospital) ଭର୍ତ୍ତି ହୋଇଥିବା ଯୁବତୀଙ୍କ ରେପ୍ (Rape) ହେବା ଖବରକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଯଦିଓ ପୋଲିସ ପୀଡିତା ପିତାଙ୍କ ଅଭିଯୋଗକୁ ପଞ୍ଜିକରଣ କରିସାରିଛି ।

ଗୁରୁଗ୍ରାମ ହସ୍ପିଟାଲରେ ICU ରେ ଭର୍ତ୍ତି ଥିବା ଯୁବତୀଙ୍କୁ ରେପ୍; ପୋଲିସ ପଞ୍ଜିକରଣ କଲା FIR
ଗୁରୁଗ୍ରାମ ହସ୍ପିଟାଲରେ ICU ରେ ଭର୍ତ୍ତି ଥିବା ଯୁବତୀଙ୍କୁ ରେପ୍; ପୋଲିସ ପଞ୍ଜିକରଣ କଲା FIR (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 29, 2020, 8:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଯୁବତୀଙ୍କ ସହ ବଳାତ୍କାରର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ପୀଡିତାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ସୁଶାନ୍ତ ଲୋକ ଥାନାରେ ବଳାତ୍କାର ମାମଲା ରୁଜୁ ହୋଇଛି । ୨୨ ଅକ୍ଟୋବରରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ୨୧ ବର୍ଷର ଝିଅକୁ ନିଶ୍ୱାସ ନେବାରେ ଅସୁବିଧା ହେତୁ ଭର୍ତ୍ତି କରାଯାଇଥିଲା । ଏଥି ସହିତ ଆଇସିୟୁରେ ତାଙ୍କ ସହ ହୋଇଥିବା ବଳାତ୍କାର ଘଟଣା ସମ୍ପର୍କରେ ଖବର ବାହାରକୁ ଆସୁଛି।

ହରିୟାଣାର ସାଇବର ସହରରେ ଗୁରୁଗ୍ରାମର ପ୍ରସିଦ୍ଧ ହସ୍ପିଟାଲରେ ଯୁବତୀଙ୍କ ସହିତ ବଳାତ୍କାର ଘଟଣା ସମ୍ନାକୁ ଆସିବାପରେ ଉତ୍ତେଜନା ସୃଷ୍ଟି ହୋଇଛି । ତେବେ ଏହି ଘଟଣାର ତଦନ୍ତ ପରେ ହିଁ ଘଟଣାର ବିସ୍ତୃତ ସୂଚନା ପ୍ରକାଶ ପାଇବ ବୋଲି ପୋଲିସ କହିଛି । ଏସିପି ମୁଖ୍ୟାଳୟ ଉଷା କୁଣ୍ଡୁ କହିଛନ୍ତି ବଳାତ୍କାର ହସ୍ପିଟାଲରେ କିମ୍ବା ବାହାରେ ହୋଇଛି ଏହି ଘଟଣାର ତଦନ୍ତ କରାଯାଉଛି । ସେ କହିଛନ୍ତି ଯେ ଡାକ୍ତରଖାନାରେ ସ୍ଥାପିତ ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ତଦନ୍ତ କରୁଛି। ଯାହାଫଳରେ ଘଟଣାର ବିସ୍ତୃତ ସୂଚନା ଜଣା ପଡିବ ।

ପିତାଙ୍କୁ ଦିଆଯାଇଥିବା ସୂଚନା
ଗୁରୁଗ୍ରାମରେ ଦୁଷ୍କର୍ମରେ ଶିକାର ହୋଇଥିବା ପୀଡିତା ଏହି ଘଟଣା ବିଷୟରେ ନିଜ ପିତାଙ୍କୁ ଜଣାଇଥିଲେ । ଏସିପି ଉଷା କୁଣ୍ଡୁ କହିଛନ୍ତି ଯେ ପୀଡିତା ତାଙ୍କ ଅଭିଯୋଗରେ ବିକାଶ ନାମକ ଜଣେ ବ୍ୟକ୍ତି ନାମ ଉଲ୍ଲେଖ କରିଛନ୍ତି । ତେବେ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିବୃତ୍ତି ଦେବା ସ୍ଥିତିରେ ନାହାଁନ୍ତି । କୁଣ୍ଡୁ କହିଛନ୍ତି ଯେ ପୀଡିତା ଏବେବି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ଚିକିତ୍ସିତ ହେଉଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଏହି ଘଟଣା ବିଷୟରେ ସ୍ଥିତି ସ୍ପଷ୍ଟ ହୋଇଯିବ ।

୨୭ ଅକ୍ଟୋବରରେ ଗୁରୁଗ୍ରାମର ଦକ୍ଷିଣ ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ଜଣାଶୁଣା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ସହିତ ବଳାତ୍କାର ମାମଲାରେ ଏକ ମାମଲା ରୁଜୁ ହୋଇଥିଲା । ନାମି ହସ୍ପିଟାଲରେ ହୋଇଥିବା ବଳାତ୍କାର ଘଟଣାରେ ପୋଲିସ ଏହି ଘଟଣାର ତୀକ୍ଷ୍ଣ ଯାଞ୍ଚ କରୁଛି ।
Published by: Jagdish Barik
First published: October 29, 2020, 7:58 PM IST
corona virus btn
corona virus btn
Loading