TMCର ୨୧ଜଣ ବିଧାୟକ ମୋ ସମ୍ପର୍କରେ ଅଛନ୍ତି: ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ

ଟିଏମସିର ୨୧ ଜଣ ମୋ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି । କିନ୍ତୁ ଦଳରେ ଆମେ ପଚା ଆଳୁ ନେବୁ ନାହିଁ: ମିଥୁନ ଚକ୍ରବର୍ତ୍ତୀ

ମିଥୁନ ଚକ୍ରବର୍ତ୍ତୀ (ପ୍ରତୀକାତ୍ମକ ଛବି)

ମିଥୁନ ଚକ୍ରବର୍ତ୍ତୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କୋଲକାତା: ଭାରତୀୟ ଜନତା ପାର୍ଟି ନେତା ମିଥୁନ ଚକ୍ରବର୍ତ୍ତୀ ଶନିବାର ଦିନ ଦାବି କରିଛନ୍ତି ଯେ ୨୧ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ତାଙ୍କ ସହ ଯୋଗାଯୋଗରେ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ଜୁଲାଇରେ ଟିଏମସିର ୩୮ ଜଣ ବିଧାୟକ ବିରୋଧୀ ଦଳ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଥିଲେ। ସେଥିମଧ୍ୟରୁ ୨୧ ଜଣ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଗତ ବର୍ଷ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଚକ୍ରବର୍ତ୍ତୀ ବିଜେପିରେ ଯୋଗ ଦେଇଥିଲେ।

ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, ମୁଁ ଜୁଲାଇରେ ଯାହା କହିଥିଲି ତାହା ପାଖପାଖିରେ ଅଛି। ବର୍ତ୍ତମାନ ସୁଦ୍ଧା ୨୧ ଜଣ ଟିଏମସି ବିଧାୟକ ମୋ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି। କିଛି ସମୟ ଅପେକ୍ଷା କରନ୍ତୁ ସବୁକିଛି ଜାଣିପାରିବେ। ଟିଏମସି ନେତାଙ୍କୁ ନେଇ ଦଳ ମଧ୍ୟରେ ଆପତ୍ତି ରହିଛି। ଅନେକ ନେତା କହିଛନ୍ତି ଯେ ଆମେ ଦଳ ଭିତରେ ପଚା ଆଳୁ ନେବୁ ନାହିଁ । କିନ୍ତୁ, ମୁଁ କହିବାକୁ ଚାହେଁ ଯେ ମୁଁ ମୂର୍ଖ ନୁହେଁ ଓ ସମାନ ଭୁଲ ପୁନରାବୃତ୍ତି ହେବ ନାହିଁ।

ଏହା ପୂର୍ବରୁ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ବଙ୍ଗଳାର ଟିଏମସି ସରକାର ଏହାର ପାଞ୍ଚ ବର୍ଷ କାର୍ଯ୍ୟକାଳ ଶେଷ କରି ପାରିବେ ନାହିଁ ଓ ୨୦୨୪ ସୁଦ୍ଧା କ୍ଷମତାରୁ ବହିଷ୍କୃତ ହେବେ।  ଏଥି ସହିତ ଟିଏମସି ଏହାର ପ୍ରତିଶୋଧ ନେଇ କହିଛି ଯେ ସେମାନଙ୍କ ବିଧାୟକମାନେ ଅନ୍ୟ ଦଳ ନିକଟରେ ବିକ୍ରି ହେବେ ନାହିଁ।

ଟିଏମସି ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ କହିଛନ୍ତି ଯେ ଏଭଳି ବିବୃତ୍ତି ଲୋକଙ୍କୁ ବୋକା ବନେଇବାର ପ୍ରୟାସ। ବାସ୍ତବତା ସହିତ ଏହାର କୌଣସି ସମ୍ପର୍କ ନାହିଁ। ମୁଁ ଭାବୁଛି ବିଜେପିରେ ଏଭଳି ମନ୍ତବ୍ୟ ବୃଦ୍ଧି ପାଇବ।  ଟିଏମସି ବିଧାୟକମାନେ ବିଜେପି ନେତାଙ୍କ ପରି ବିକ୍ରୟ କରିବାକୁ ଯାଉନାହାଁନ୍ତି।
Published by:Soumya Das
First published: