ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ; ଦିଲ୍ଲୀ ଗସ୍ତରେ ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି ମମତା ବାନାର୍ଜୀ

୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ; ଦିଲ୍ଲୀ ଗସ୍ତରେ ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି ମମତା ବାନାର୍ଜୀ

ପଶ୍ଚିମ ବଙ୍ଗ ଜିତିବା ପରେ ମମତା ବାନାର୍ଜୀ ବର୍ତ୍ତମାନ ୨୦୨୪ ଲୋକସଭା ନିର୍ବାଚନ ଉପରେ ନଜର ରଖିଛନ୍ତି । ସେ ନିଜର ଦିଲ୍ଲୀ ଗସ୍ତରେ ତିନି ଦିନ ଧରି ବିରୋଧୀ ଦଳର ନେତାଙ୍କୁ ଭେଟିବେ ।

୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ; ଦିଲ୍ଲୀ ଗସ୍ତରେ ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି ମମତା ବାନାର୍ଜୀ
ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରି ପାରନ୍ତି ମମତା ବାନାର୍ଜୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ସୋମବାରଠୁ ତିନି ଦିନିଆ ଦିଲ୍ଲୀ ଗସ୍ତ କରିବେ । ଏହି ଗସ୍ତ ସମୟରେ ବିରୋଧୀ ଦଳର ନେତାଙ୍କ ସହ ସେ ଆଲୋଚନା କରିବେ। ଏହା ବ୍ୟତୀତ ଚର୍ଚ୍ଚା ହେଉଛି ଯେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ମମତାଙ୍କ ସାକ୍ଷାତ କରିବାକୁ ନେଇ । ଏହି ସାକ୍ଷାତ ମଧ୍ୟରେ ଉଭୟ ୨୦୨୪ ନିର୍ବାଚନ ବିଷୟରେ ଆଲୋଚନା କରିପାରନ୍ତି ।

କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଖରାପ ସମ୍ପର୍କ ଥିବା ସତ୍ତ୍ବେ ମମତା, ନିକଟରେ ସୋନିଆଙ୍କୁ ଫୋନ୍ କରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବଝିଥିଲେ, ଯାହା ରାହୁଲ ଗାନ୍ଧୀଙ୍କ ତୁଳନାରେ ସେମାନଙ୍କ ସମ୍ପର୍କର ପରିମାଣକୁ ବଢ଼ାଇଥାଏ । ଯାହାକୁ ମମତା ଖୋଲାଖୋଲି ସମାଲୋଚନା କରିଥିଲେ । ବ୍ୟକ୍ତିଗତ ଭାବରେ ମମତାଙ୍କୁ ନେଇ ଚର୍ଚ୍ଚା ହେଉଥିଲା ଯେ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାକ୍ଷୀ ହିଁ ତାଙ୍କ ରାଜନୈତିକ କ୍ୟାରିୟର ଗଠନ କରିଥିଲେ ।

ହେଲେ ପରେ ରାଜୀବ ଗାନ୍ଧୀ ମମତାଙ୍କ ଉପରେ କ୍ରୋଧିତ ହୋଇଥିଲେ କାରଣ ମମତା କଂଗ୍ରେସର ଅନେକ ନେତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ । ସେତେବେଳେ ସେ ବାମପନ୍ଥୀ ନେତା ସୋମନାଥ ଚାଟାର୍ଜୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ୩୪ ବର୍ଷ ଧରି ଚାଲିଥିବା ବାମପନ୍ଥୀ ଶାସନକୁ ସମାପ୍ତ କରିଥିବାରୁ ମମତାଙ୍କ ବିଜୟ ବଙ୍ଗଳାର ରାଜନୈତିକ ମହତ୍ତ୍ବକୁ ଚିହ୍ନିତ କରିଥିଲା ।

କୌତୁହଳର ବିଷୟ ହେଉଛି ଯେ ରବିବାର ଦିନ କଂଗ୍ରେସ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଥିଲା, ‘‘ପିଏମ ମୋଦି କହିଛନ୍ତି ଯେ ନିଜ ଶତ୍ରୁମାନଙ୍କୁ ଟିକିଏ ପାଖରେ ରଖିବାକୁ ହେବ ।’’ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ବିଜେପି ଜାସୁସୀ କରାଯିବା ବିବରଣ ବିଷୟରେ ବର୍ଣ୍ଣନା କରି ଏପରି ଟ୍ବିଟ କରିଥିଲା କଂଗ୍ରେସ ।

ଟିଏମସି ଓ କଂଗ୍ରେସ ମଧ୍ୟରେ ପୋଗାସସ୍ ପ୍ରସଙ୍ଗ ସାଧାରଣ, କାରଣ ଏଥିରେ ଉଭୟ ଅଭିଷେକ ଓ ରାହୁଲ ଅଛନ୍ତି । କଂଗ୍ରେସ ଅନେକ ନେତା କହିଛନ୍ତି ଯେ ସଂସଦ ଭିତରେ ଏହି ପ୍ରସଙ୍ଗରେ ଦଳ ଗୁଡ଼ିକ ଏକାଠି ରହିବାର ସମୟ ଆସିଛି ।

ଖବର ଅନୁଯାୟୀ, ରାଜଧାନୀରେ ମମତା ନିଜର ତିନି ଦିନିଆ ଗସ୍ତ ସମୟରେ ସମସ୍ତ ବିରୋଧୀ ଦଳଙ୍କୁ ସାକ୍ଷାତ କରିବେ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭତ୍ତିପ୍ରସ୍ତର ସ୍ଥାପନ କରିବେ, ଯାହା ଦ୍ବାରା ବଙ୍ଗଳା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିପକ୍ଷରେ ଏକ ବଡ଼ ଭୂମିକାର ସଙ୍କେତ ଦେବେ ।

୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ମମତା ବିରୋଧୀ ନେତାମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିଥିଲେ, ହେଲେ ସେ ବିଫଳ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବ୍ରିଗେଡ୍ ଗ୍ରାଉଣ୍ଡ ରାଲି ଆରମ୍ଭ ହୋଇପାରିନଥିଲା କାରଣ କଂଗ୍ରେସ ନେତାମାନେ ମମତାଙ୍କୁ ଜଣେ ଶକ୍ତିଶାଳୀ ନେତ୍ରୀ ଭାବରେ ଦେଖି ନଥିଲେ, ଏଥି ପାଇ ସେମାନେ ଏଥରେ ଯୋଗ ଦେଇନଥିଲେ । ହେଲେ ଏଥର ମମତା ଅନେକ ଆଶା ନେଇ ଆସିଛନ୍ତି ।

ମମତା ନିଜର ଏହି ବୁହ ପ୍ରତିକ୍ଷିତ ଦିଲ୍ଲୀ ଗସ୍ତ ସମୟରେ ନିଜର ସ୍ଥାନ ସ୍ଥାପନ କରିବାକୁ ଚେଷ୍ଟା କରିବେ । ସେ ଏଥର ଜୋର ଦେବେ ଯେ ସେ କେବଳ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ନୁହଁନ୍ତି ବରଂ ତାଙ୍କୁ ରାଷ୍ଟ୍ରୀୟ ନେତ୍ରୀ ରୂପେ ଦେଖନ୍ତୁ ସମସ୍ତେ । ଏହାଠୁ ଅଧିକ ମହତ୍ବପୂର୍ଣ୍ଣ କଥା ହେଲା ଯେ ସେ ବିଜେପିକୁ ଏହା ସ୍ମରଣ କରାଇବେ ଯେ ପଶ୍ଚମ ବଙ୍ଗର ଲଢ଼େଇରେ ସେମାନଙ୍କୁ ହରାଇ ଦେଇଥିଲେ ।
Published by: Lipina Das
First published: July 26, 2021, 9:35 AM IST