ଭାରତ ଏବଂ ଚୀନ ମଧ୍ୟରେ ବ୍ୟବସାୟ ୩ ଆାରବ ଡଲାର କମିଗଲା, ଏହା ହେଉଛି ବଡ଼ କାରଣ

୨୦୧୯ରେ ଭାରତକୁ ଚୀନର ରପ୍ତାନୀ ୭୪.୭୨ ଆରବ ଡଲାର ଥିବାବେଳେ ୨୦୧୮ରେ ଚୀନ ଭାରତକୁ ୭୬.୮୭ ଆରବ ଡଲାର ରପ୍ତାନୀ କରିଥିଲା ଫଳରେ ଏବେ ରପ୍ତାନୀ କମିଥିବା ଜଣାପଡ଼ିଛି ।

ଭାରତ ଏବଂ ଚୀନ ମଧ୍ୟରେ ବ୍ୟବସାୟ ୩ ଆାରବ ଡଲାର କମିଗଲା, ଏହା ହେଉଛି ବଡ଼ କାରଣ
ଭାରତ ଏବଂ ଚୀନର ଜାତୀୟ ପତାକା
  • News18 Odia
  • Last Updated: January 16, 2020, 2:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଜିଂ: ଭାରତ ଏବଂ ଚୀନ ମଧ୍ୟରେ ବ୍ୟବସାୟ ଗୋଟିଏ ବର୍ଷ ମଧ୍ୟରେ ପାଖା ପାଖି ୩ ଆରବ ଡଲାର କମିଥିବା ଜଣାପଡ଼ିଛି । ଦୁଇ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବା ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବ୍ୟବସାୟରେ ଶିଥିଳତା ପରେ ବି ୨୦୧୯ରେ ଚୀନ ସହିତ ଭାରତର ବ୍ୟବସାୟିକ ଘାଟା (ଚୀନକୁ ରପ୍ତାନୀ ତୁଳନାରେ ସେଠାରୁ ଆମଦାନୀ ଅଧିକା) ମାତ୍ରା ୫୬.୭୭ ପ୍ରତିଶତ ଉଚ୍ଚସ୍ତରରେ ପହଞ୍ଚିଛି । ଚୀନର  ସୀମା ଶୁଳ୍କ ସାମାନ୍ୟ ବିଭାଗ (ଜିଏସିସି) ପକ୍ଷରୁ ୧୪ତାରିଖରେ ଜାରି କରାଯାଇଥିବା ଏକ ଡାଟା ଅନୁସାରେ ଭାରତ ସହିତ ବ୍ୟବସାୟ ଚୀନ ମୁଦ୍ରା ଆରଏମବି ୟୁଆନ ହିସାବରେ ୧.୬ ପ୍ରତିଶତ ଅଳ୍ପ ବୃଦ୍ଧି ହୋଇଥିବାବେଳେ ଡଲାର ହିସାବରେ ବ୍ୟବସାୟ ୩ ଆରବ ଡଲାର କମିଛି ।

ଜିଏସିସିର ଉପ-ମନ୍ତ୍ରୀ ଜୋଉ ଝିବୁ କହିଛନ୍ତି କି ଚୀନ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ବ୍ୟବସା ଗତ ବର୍ଷ ତୁଳନାରେ ୬୩୯.୫୨ ଆରବ ୟୁଆନ( ୯୨.୬୮ ଆରବ ଡଲାର) ରହିଛି । ଏହା ବାର୍ଷିକ ଆଧାର ଅନୁସାରେ ୧.୬ ପ୍ରତିଶତ ଅଧିକ ଅଟେ । ଚୀନର ଭାରତକୁ ରପ୍ତାନୀ ଗତ ବର୍ଷ ତୁଳନାରେ ୨.୧ ପ୍ରତିଶତ ବଢ଼ି ୫୧୫.୬୩ ଆରବ ୟୁଆନ ରାହିଥିଲା ତେବେ ଭାରତର ଚୀନକୁ ରପ୍ତାନୀ ୦.୦୨ ପ୍ରତିଶତ କମ୍ ହୋଇ ୧୨୩.୮୯ ଆରବ ୟୁଆନ ହୋଇଛି । ଭାରତର ବ୍ୟବସାୟ ଘାଟା ୨୦୧୯ରେ ୩୯୧.୭୪ ଆରବ ୟୁଆନ ରହିଥିଲା ।

ଯଦି ଡଲାରରେ ଏହାକୁ ହିସାବ କରାଯାଏ ତାହାଲେ ଦୁଇ ଦେଶ ମଧ୍ୟରେ ବ୍ୟବସାୟ କମିଥିବା ଜଣାପଡ଼ିଛି । ୨୦୧୮ରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ୯୫.୭ ଡଲାର ଥିବାବେଳେ ୨୦୧୯ରେ ୧୦୦ ଆରବ ଡଲାର ପହଞ୍ଚିବାନେଇ ଅନୁମାନ କରାଯାଉଥିଲା ମାତ୍ର ଏହା ୩ ଡଲାର କମି ୯୨.୬୮ ଆରବ ଡଲାର ରହିଥିଲା ।
Published by: Durgamadhab Rath
First published: January 15, 2020, 9:47 AM IST
corona virus btn
corona virus btn
Loading