News18 Odia Digital
ଦେଶରେ ପୁଣି ଫେରିଲା ବିମୁଦ୍ରୀକରଣ ବା ନୋଟବନ୍ଦୀ । ଏଥର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦେଶରେ ଚାଲିଥିବା ସବୁଠୁ ବଡ଼ ନୋଟ୍କୁ ଅଚଳ ଘୋଷଣା କରିଛି RBI । ପିଙ୍କ ନୋଟ୍ ଉପରେ ଲାଗିଲା ରୋକ୍ । ଯାହାକୁ ନେଇ ଲୋକଙ୍କ ଛାତିରେ ଛନକା ପଶିଛି । କେମିତି ନୋଟ୍ ବଦଳାଇବେ ତାକୁ ନେଇ ଆରମ୍ଭ ହୋଇ ଯାଇଛି ଚିନ୍ତା ଓ ଚର୍ଚ୍ଚା ।
କେତେ ଟଙ୍କିଆ ନୋଟ, କେବେଠୁ ବନ୍ଦ ହେବ ? ଅଚଳ ହେବ ୨ ହଜାର ଟଙ୍କିଆ ନୋଟ୍ । ମାର୍କେଟରେ ଯାହା କିଛି ଅଛି ସେସବୁକୁ ଫେରାଇ ନେବ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଜନସାଧାରଣ ସେମାନଙ୍କ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟକୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିପାରିବେ କିମ୍ବା ବ୍ୟାଙ୍କରେ ବଦଳାଇପାରିବେ । ସେପ୍ଟେମ୍ବର ୩୦ ପରେ ଏହା ଆଉ ବଜାରରେ ଚାଲିବ ନାହିଁ । ଅର୍ଥାତ ଏହାର ଲିଗାଲ୍ ଟେଣ୍ଡର ଶୂନ ହୋଇଯିବ । RBIର କ୍ଲିନ ନୋଟ୍ ପଲିସି ଅନୁସାରେ ମାର୍କେଟରେ ୨ ହଜାର ଟଙ୍କିଆର ସ୍ଥିତି ଓ ପ୍ରଚଳନ ଉପରେ ସମୀକ୍ଷା ପରେ ଏହି ନିଷ୍ପତ୍ତି ହୋଇଛି ।
କେମିତି ବଦଳାଇବେ ୨୦୦୦ ଟଙ୍କିଆ ନୋଟ୍ ?ତରବରିଆ ଭାବେ କାହାକୁ ଦିଅନ୍ତୁ ନାହିଁ ୨ ହଜାର ଟଙ୍କିଆ ନୋଟ୍ । ମେ ୨୩ରୁ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କରେ ବଦଳାଇ ହେବ । ଥରକରେ ଅତିବେଶୀରେ ୨୦ ହଜାର ଟଙ୍କାର ନୋଟ୍ ବଦଳାଇ ହେବ ।
ଯେ କୌଣସି ବ୍ୟାଙ୍କରେ ବଦଳାଇ ହେବ ୨୦୦୦ ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ ଶାଖାରେ ବି ବଦଳାଇ ହେବ ନୋଟ୍

ନୋଟବନ୍ଦୀ
ବହୁ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ୍ ଛପା ବନ୍ଦ କରିଛି RBI । ୨୦୧୬ ନଭେମ୍ବର ୮ରେ ମୋଦି ସରକାର ବିମୁଦ୍ରୀକରଣ ଘୋଷଣା କରିଥିଲେ । ସେତେବେଳେ ପ୍ରଚଳିତ ଥିବା ୫ ଶହ ଓ ହାଜର ଟଙ୍କିଆ ନୋଟ୍ ରଦ୍ଦ କରିଥିଲେ ସରକାର । ନୂଆ ରୂପ ରଙ୍ଗରେ ଆସିଥିଲା ୫ ଶହ ଟଙ୍କିଆ ନୋଟ୍ ଓ ୨ ହଜାର ଟଙ୍କିଆ ନୋଟ୍ । ମାର୍କେଟରୁ ସବୁଦିନ ପାଇଁ ଉଭାନ ହୋଇଯାଇଥିଲା ହାଜାରେ ଟଙ୍କିଆ ନୋଟ । ଏହାପରେ ୨ ହଜାର ଟଙ୍କିଆ ନୋଟ୍ ମାର୍କେଟକୁ ଛାଡ଼ିଥିଲା RBI
ଗତ କିଛି ଦିନ ପୂର୍ବରୁ ୨୦୦୦ ଟଙ୍କା ନୋଟକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା । ତେବେ ଏହି ବିବାଦକୁ ଦୃଷ୍ଟିରେ ରଖି କିଛି ଦିନ ଧରି ୨୦୦୦ ଟଙ୍କିଆ ନୋଟକୁ ଛପାଇବା କମ କରିଦିଆ ଯାଇଥିଲା । କିନ୍ତୁ ଏବେ ୨୦୦୦ ଟଙ୍କିଆ ନୋଟକୁ ଛପାଇବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଥିଲା । ଏବେ କେନ୍ଦ୍ର ସରକାର ୨୦୦୦ ଟଙ୍କା ନୋଟକୁ ଛାଡି ୫୦୦ ଟଙ୍କିଆ ନୋଟ ଅଧିକରୁ ଅଧିକ ଛାପିବା ପାଇଁ ପ୍ରାଧାନ୍ୟ ଦେଉଥିଲେ ।
https://www.youtube.com/watch?v=cf1kQqz1aBc
ଗତ କିଛି ଦିନ ପୂର୍ବରୁ ଅର୍ଥ ସଚିବ ସୁବାଷ ଚନ୍ଦ୍ର ଗର୍ଗଙ୍କ କହିବା ଅନୁସାରେ, ବର୍ତ୍ତମାନ ପ୍ରସାରିତ ହୋଇଥିବା ୨୦୦୦ ଟଙ୍କିଆ ନୋଟ ୭ ଲକ୍ଷ କୋଟି ଟଙ୍କା ରହିଥିଲା । ଯାହା ଆବଶ୍ୟକତା ଠାରୁ ଖୁବ ଅଧିକ । ଏହି କାରଣରୁ ୨୦୦୦ ଟଙ୍କିଆ ନୋଟକୁ ଛାପିବାରେ ରୋକ ଲଗାଯାଇଥିଲା । ସେ ଏହା ମଧ୍ୟ କହିଛନ୍ତି, ଲୋକ ମାନେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟକୁ ଅଧିକ ବ୍ୟବହାର କରୁଛନ୍ତି । ଅପର ପକ୍ଷରେ ୨୦୦୦ ଟଙ୍କିଆ ନୋଟର ବ୍ୟବହାର ଖୁବ କମ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଛୋଟ ନୋଟ ଅଧିକ ଛାପିବା ପାଇଁ ଧ୍ୟାନ ଦେଉଛନ୍ତି ।
ତେବେ ୨୦୦୦ ଟଙ୍କିଆ ନୋଟ ଛପା ବନ୍ଦ ହେଲେ ଟଙ୍କା ଅଭାବ ହେବାର ଆଶଙ୍କାରେ ୫୦୦ ଟଙ୍କିଆ ନୋଟ ଅଧିକ ଛପାଯାଉଛି । ପ୍ରତିଦିନ ପାଖାପାଖି ୩୦୦୦ କୋଟି ଟଙ୍କାର ୫୦୦ ଟଙ୍କିଆ ନୋଟ ଛପାଯାଉଥିଲା ।
ପଢନ୍ତୁ ଏହି ଖବର :
Flipkart SALE: କାଲିଠୁ ଫ୍ଲିପକାର୍ଟରେ ବଡ଼ ସେଲ୍... ମିଳିବ ୮୦% ରିହାତି !ପଢନ୍ତୁ ଏହି ଖବର:
PFରୁ ଟଙ୍କା ଉଠାଇଲେ କେବେ ଲାଗିବ ଟ୍ୟାକ୍ସ ? ଜାଣନ୍ତୁ କଣ ରହିଛି ନିୟମ...ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।