ଲମ୍ୱା ଧାଡ଼ିରେ ଠିଆ ନହୋଇ ATMରେ ୨୦୦୦ ଟଙ୍କିଆ ଜମା କରିପାରିବେ କି?

ଆପଣଙ୍କ ପାଖରେ ୨୦୦୦ଟଙ୍କିଆ ନୋଟ ଅଛି କିି? ତେବେ ଜାଣନ୍ତୁ ଏଟିଏମରେ ୨୦୦୦ଟଙ୍କିଆ ନୋଟ ଡିପୋଜିଟ କରିପାରିବେ କି ନାହିଁ ।

ATMରେ ୨୦୦୦ ଟଙ୍କିଆ ଜମା କରିପାରିବେ କି?

ATMରେ ୨୦୦୦ ଟଙ୍କିଆ ଜମା କରିପାରିବେ କି?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

2000 Note: ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank Of India) ଗତ କାଲି ୨୦୦୦ ଟଙ୍କିଆ(2000 Note) ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଯଦିଓ ଲୋକଙ୍କୁ ୧୨୯ ଦିନ ଦିଆଯାଇଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ନୋଟ୍ ଜମା କରିପାରିବେ କିମ୍ବା ଏହା ବଦଳରେ ବ୍ୟାଙ୍କ ଏବଂ ଆରବିଆଇ କାର୍ଯ୍ୟାଳୟକୁ ଯାଇ ଅନ୍ୟ ନୋଟ୍ ପାଇପାରିବେ। କୌଣସି ବାଧା ବିନା ବ୍ୟାଙ୍କ ଆକାଉଣ୍ଟରେ ଦୁଇ ହଜାର ନୋଟ୍ ଜମା କରାଯାଇପାରିବ। ତଥାପି, KYC ଏଥିପାଇଁ ବାଧ୍ୟତାମୂଳକ ହେବ। କିପରି ନୋଟ୍ ଜମା କରିବେ। କେତେବେଳେ ଜମା ହେବ ଓ କେଉଁ ଉପାୟରେ ଏହା ଜମା ହେବ ସେନେଇ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି ।

ଆରବିଆଇ ଦେଇଥିବା ସମୟ ସୀମା ଭିତରେ ଲୋକମାନେ ୨୦୦୦ଟଙ୍କା ବଦଳାଇବାକୁ ବ୍ୟାଙ୍କରେ ଭିଡ଼ ଜମାଇବେ । ସ୍ଥାନୀୟ ଅଞ୍ଚଳରେ ଥିବା ବ୍ୟାଙ୍କରେ ଟଙ୍କା ବଦଳାଇବାକୁ ଲୋକମାନଙ୍କୁ ଲମ୍ୱା ଲାଇନରେ ମଧ୍ଯ  ଠିଆ ହେବାକୁ ପଡ଼ିବ । ଏଭଳି ସ୍ଥିତିରେ ଏଟିଏମ ଏକ ବିକଳ୍ପ ହୋଇପାରେ । ଜଣେ ବ୍ୟକ୍ତି ଚାହିଁଲେ ଏଟିଏମରେ ନିଜ ଟଙ୍କା ଜମା କରିପାରିବ କି । ଯଦି ଆପଣ ଆପଣଙ୍କ ୨୦୦୦ ନୋଟକୁ ଆପଣଙ୍କ ଆକାଉଣ୍ଟରେ ଜମା କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ସିଧାସଳଖ ଏଟିଏମ୍ ମେସିନରେ ଜମା କରିପାରିବ ଯେଉଁଥିରେ ନଗଦ ଟଙ୍କା ଜମା ହୋଇଥାଏ। କିଛି ସମୟ ପରେ ଆପଣ ଏହାକୁ ପୁଣି ଏଟିଏମରୁ ବାହାର କରି ଖର୍ଚ୍ଚ କରିପାରିବେ ।

୨୦୦୦ ପରେ ଏବେ ୧୦୦,୨୦୦ ଓ ୫୦୦ଟଙ୍କିଆକୁ ନେଇ ଆସିଲା ବଡ଼ ଖବର

ସୂଚନାଯୋଗ୍ୟ, ଆର୍‌ବିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଯାହାଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ। ଏହା ମେ’ ୨୩ରୁ ଆରମ୍ଭ ହେବ। ସେପଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟ୍‌କୁ ବଦଳା ଯାଇପାରିବ। ୨୦୧୬ ନଭେମ୍ବର ନୋଟ୍ ବନ୍ଦୀ ବେଳେ ନୋଟ୍ ଅଭାବକୁ ପୂରଣ କରିବାକୁ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ଏବେ ପର୍ଯ୍ୟାପ୍ତ ପରିମାଣରେ ସବୁ ପ୍ରକାର ନୋଟ୍ ମାର୍କେଟରେ ଅଛି। ୨୦୧୮-୧୯ରୁ ୨୦୦୦ ଟଙ୍କିଆ ନୋଟ୍ ଛପା ବି ବନ୍ଦ କରି ଦିଆଯାଇଛି।
Published by:Soumya Das
First published: