କାଶ୍ମୀରକୁ ଅନୁପ୍ରବେଶ ଲକ୍ଷ୍ୟରେ ୨୦୦ ପାକିସ୍ତାନୀ ଆତଙ୍କବାଦୀ; ସୀମାରେ ମିଟିଂ କଲେ

ଆତଙ୍କବାଦୀ ସଂଗଠନର ମିଲିଟାରୀ କମାଣ୍ଡର ଲଶ୍କର-ଏ-ତାଇବା, ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ମଧ୍ୟ ପାକିସ୍ତାନ ଅଧିକୃତ କାଶ୍ମୀରର (PoK) ଫୋର୍ଟ ଘୋଟାଠାରେ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ରଚିବା ପାଇଁ ଏକ ମିଟିଂ କରିଛନ୍ତି ।

କାଶ୍ମୀରକୁ ଅନୁପ୍ରବେଶ ଲକ୍ଷ୍ୟରେ ୨୦୦ ପାକିସ୍ତାନୀ ଆତଙ୍କବାଦୀ; ସୀମାରେ ମିଟିଂ କଲେ
କାଶ୍ମୀରକୁ ଅନୁପ୍ରବେଶ ଲକ୍ଷ୍ୟରେ ୨୦୦ ପାକିସ୍ତାନୀ ଆତଙ୍କବାଦୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପାକିସ୍ତାନ (Pakistan) ତରଫରୁ ଭାରତ ବିରୁଦ୍ଧରେ କରାଯାଉଥିବା ଷଡଯନ୍ତ୍ରକୁ ସମୟ ସମୟରେ ପର୍ଦ୍ଧାଫାଶ କରାଯାଇଛି । ପାକିସ୍ତାନୀ ସେନା (Pakistan Army) ଆତଙ୍କବାଦୀମାନଙ୍କୁ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ଅତିକ୍ରମ କରି ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନର ସର୍ବଶେଷ ସୂଚନା ଅନୁଯାୟୀ ପାକିସ୍ତାନରୁ ପ୍ରାୟ 200 ଆତଙ୍କବାଦୀ (Terrorists) ଭାରତରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । କୁହାଯାଉଛି ଯେ ଏହି ଆତଙ୍କବାଦୀମାନେ ପୁଞ୍ଚ ଓ ରାଜୋରୀ କ୍ଷେତ୍ରରୁ ଭାରତର ଜମ୍ମୁ କାଶ୍ମୀରରେ ପ୍ରବେଶ କରିପାରନ୍ତି ।

ସୂଚନାନୁସାରେ ଆତଙ୍କବାଦୀ ସଂଗଠନର ମିଲିଟାରୀ କମାଣ୍ଡର ଲଶ୍କର-ଏ-ତାଇବା, ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ମଧ୍ୟ ପାକିସ୍ତାନ ଅଧିକୃତ କାଶ୍ମୀରର (PoK) ଫୋର୍ଟ ଘୋଟାଠାରେ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ରଚିବା ପାଇଁ ଏକ ମିଟିଂ କରିଛନ୍ତି । ଏହି ମିଟିଂରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ଓ ଲଶକର ପ୍ରମୁଖ ଆତଙ୍କବାଦୀ ତାଲା ମେହେତାବର ମୁଖ୍ୟ ଆତଙ୍କବାଦୀ ତାରିକ ଶାହା ମଧ୍ୟ ଉପସ୍ଥିତ ଥିଲେ । ଏଥିସହ ଜୈଶ-ଏ-ମହମ୍ମଦ କମାଣ୍ଡର ନାଜିମ ଉର ରେହମାନ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ପ୍ରକାଶ ପାଇଥିବା ସୂଚନାରୁ ଜଣାପଡିଛି ଯେ ଏହି ମିଟିଂରେ ଆତଙ୍କବାଦୀଙ୍କ ଲଞ୍ଚ ଓ ସବୁ ଲଞ୍ଚପେଡ଼ରେ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ସହିତ ମିଟିଂ ପରେ ୫-୬ ଲଶ୍କର ଆତଙ୍କବାଦୀ ରାଜୁରୀର ପୁଖେରୀ ଓ ଲେହରାନ ସମ୍ମୁଖରେ ପାକିସ୍ତାନୀ ଅଞ୍ଚଳରେ ଏକ ଗାଇଡ୍ ସହିତ ରୋକି କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ ମୁକାବିଲା କରିବା ଓ LoC ଉପରେ ଅନୁପ୍ରବେଶ ବନ୍ଦ କରିବାକୁ ପୂରା ପ୍ରସ୍ତୁତ ଅଛନ୍ତି ।
Published by: Jagdish Barik
First published: March 2, 2021, 2:07 PM IST