ଭୁଶୁଡ଼ିଲା ଫୁଟବଲ ଷ୍ଟାଡ଼ିୟମ ଗ୍ୟାଲେରୀ; ପାଞ୍ଚ ଗୁରୁତର, ୨୦୦ରୁ ଅଧିକ ଆହତ

ଶନିବାର ବିଳମ୍ବିତ ରାତିରେ ଉତ୍ତର କେରଳର ମାଲାପୁରାମ ଜିଲ୍ଲାରେ ଏକ ଫୁଟବଲ ଷ୍ଟାଡିୟମର ଏକ ଗ୍ୟାଲେରୀ ହଠାତ୍ ଭୁଶୁଡ଼ିବା ପରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଭୁଶୁଡ଼ିଲା ଫୁଟବଲ ଷ୍ଟାଡ଼ିୟମ ଗ୍ୟାଲେରୀ (ପ୍ରତୀକାତ୍ମକ ଛବି)

ଭୁଶୁଡ଼ିଲା ଫୁଟବଲ ଷ୍ଟାଡ଼ିୟମ ଗ୍ୟାଲେରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଶନିବାର ବିଳମ୍ବିତ ରାତିରେ ଉତ୍ତର କେରଳର ମାଲାପୁରାମ ଜିଲ୍ଲାରେ ଏକ ଫୁଟବଲ ଷ୍ଟାଡିୟମର ଏକ ଗ୍ୟାଲେରୀ ହଠାତ୍ ଭୁଶୁଡ଼ିବା ପରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ସେୟାର ହୋଇଥିବା ଏକ ଭୟଙ୍କର ଭିଡ଼ିଓରେ ମେକିଫିଟ୍ ଗ୍ୟାଲେରୀ ମ୍ୟାଚ୍ ଦେଖିବା ପାଇଁ ବେଞ୍ଚରେ ବସିଥିବା ଲୋକଙ୍କ ଉପରେ ପଡ଼ିଥିବାର ଦେଖାଯାଇଥିଲା ଓ ଭୂମିରେ ବିରାଟ ବଡ଼ ଆକାରରେ କ୍ଷତି ହୋଇଥିଲା। ଏହି ଭିଡ଼ିଓରେ ଆୟୋଜକ ଓ ଅନ୍ୟ କେତେଜଣ ଘଟଣା ପରେ ଘଟଣାସ୍ଥଳକୁ ଦୌଡ଼ୁଥିବାର ଦେଖାଯାଇଥିଲା।



ୱାଣ୍ଡୁର ଓ କାଲିକାଭୁ ନିକଟ ଏକ ଗାଁ ପୁଙ୍ଗୋଡୁରେ ଏକ ସାତ ଫୁଟବଲ୍ ଫାଇନାଲ୍ ମ୍ୟାଚ୍ ଖେଳାଯାଉଥିବା ବେଳେ ରାତି ପ୍ରାୟ ୯ଟା ସମୟରେ ଏହି ଘଟଣା ଘଟିଥିଲା ।

ସମସ୍ତ ଆହତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ପୋଲିସ କହିଛି। ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
Published by:Soumya Das
First published: