ଆଜିଠୁ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରିବେ ୨୦୦ କୃଷକ; ଦିଲ୍ଲୀ ସରକାରଙ୍କ ଠୁ ମିଳିଛି ଅନୁମତି

ମିଳିତ କିସାନ ମୋର୍ଚ୍ଚା କହିଛି ଯେ ଏହି ବିରୋଧ ପ୍ରଦର୍ଶନ ମୌସୁମୀ ଅଧିବେଶନ ସମୟରେ ସଂସଦ ନିକଟରେ ଚାଲିବ । ଜୁଲାଇ ୨୨ରୁ ଅଗଷ୍ଟ ୯ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମୋର୍ଚ୍ଚାର ସର୍ବାଧିକ ୨୦୦ ଜଣ ଚାଷୀଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର ।

ଆଜିଠୁ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରିବେ ୨୦୦ କୃଷକ; ଦିଲ୍ଲୀ ସରକାରଙ୍କ ଠୁ ମିଳିଛି ଅନୁମତି
ଦିଲ୍ଲୀ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରିବେ ୨୦୦ କୃଷକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗୁରୁବାର ଦିନ ବସ ମାଧ୍ୟମରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ପ୍ରାୟ ୨୦୦ ଜଣ କୃଷକ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିବାକୁ ପହଞ୍ଚିବେ । ଜନ୍ତର ମନ୍ତରରେ କଠୋର ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୃଷକମାନେ ସକାଳ ୧୦:୩୦ରେ ଏହି ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହି ପ୍ରଦର୍ଶନ କରିବାକୁ କୃଷକମାନଙ୍କୁ ଦିଲ୍ଲୀ ସରକାର ଅନୁମତି ଦେଇସାରିଛନ୍ତି । ଦିଲ୍ଲୀ ସରକାର ଏକ ଆନୁଷ୍ଠାନିକ ନିର୍ଦ୍ଦେଶ ଦେଇଛନ୍ତି ।

ଜନ୍ତର ମନ୍ତର ଚର୍ଚ୍ଚ ସାଇଡରେ ଶାନ୍ତିପୂର୍ଣ୍ଣ ଭାବେ କୃଷକଙ୍କୁ ବସାଯିବ । ସେମାନଙ୍କ ସୁରକ୍ଷାକୁ ଦଷ୍ଟିରେ ରଖି ପୋଲିସ ଓ ପାରମିଲିଟାରୀ ଫୋର୍ସର ପାଞ୍ଚଟି ଟିମ୍ ମୁତୟନ କରାଯାଇଛି । ପ୍ରଥମେ ବ୍ୟାରିକେଡ୍ ଭିତରେ ସମସ୍ତଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ ହିଁ ଅନୁମତି ଦିଆଯିବ । ଅପରାହ୍ନ ପାଞ୍ଚଟାରେ କଷକମାନେ ସେମାନଙ୍କର ବିରୋଧ ପ୍ରଦର୍ଶନ ଶେଷ କରି ସିଙ୍ଘୁ ସୀମାକୁ ଫେରିଯିବେ ।

ମିଳିତ କିସାନ୍ ମୋର୍ଚ୍ଚା ଦ୍ବାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ବିରୋଧ ପ୍ରଦର୍ଶନ ମୌସୁମୀ ଅଧିବେଶନ ସମୟରେ ସଂସଦ ନିକଟରେ ଚାଲିବ । ମିଳିତ କିସାନ ମୋର୍ଚ୍ଚା ତରଫରୁ ଦାବି କରାଯାଇଛି ଯେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା କଷୃକ ଦଳ ବିଭିନ୍ନ ଦିଗରୁ ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ।

ଜୁଲାଇ ୨୨ରୁ ଅଗଷ୍ଟ ୯ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମିଳିତ କିସାନ୍ ମୋର୍ଚ୍ଚାର ସର୍ବାଧିକ ୨୦୦ ଚାଷୀଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । କରୋନା ନିୟମ ସହିତ ପ୍ରଦର୍ଶନକୁ ଅନୁମତି ଦିଆଯାଇଛି । ବର୍ତ୍ତମାନ ଦିଲ୍ଲୀରେ ବିପର୍ଯ୍ୟୟ ପରିଚାଳନା ଆଇନ କାର୍ଯ୍ୟକାରୀ ହେଉଛି, ଯେଉଁଥି ପାଇଁ ଡି.ଡି.ଏମ.ଏ (DDMA)ର ନିର୍ଦ୍ଦେଶନାମ ଅନୁଯାୟୀ କୌଣସି ସମାବେଶ ହୋଇପାରିବ ନାହିଁ । ହେଲେ ଚାଷୀଙ୍କ ଦାବି ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶାବଳୀରେ ସଂଶୋଧନ କରି ଏହି ଅନୁମତି ଦେଇଛନ୍ତି ।

ସିଙ୍ଘୁ ସୀମାରେ ପହଞ୍ଚିବା ପରେ ଆଇ.ଏନ୍.ଏଲ୍.ଡି. (INLD) ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା କହିଛନ୍ତି ଯେ ସେ ଆସନ୍ତା କାଲି ସଂସଦ ଘେରାଉ କରିବେ । ଏହା ସହ ସେ ଦିଲ୍ଲୀରେ ଧର୍ମଘଟ କରିବେ ଓ ସଂସଦକୁ ଯାଇ କଳା ଆଇନକୁ ବିରୋଧ କରିବେ, ଯାହା ଦ୍ବାରା ଏ ପରି ପରିସ୍ଥିତି ସୃଷ୍ଟି ହେବ ଯେ ସରକାର ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ।

ଲାଲକିଲାର ସୁରକ୍ଷା ସମ୍ପର୍କରେ ଅତିରିକ୍ତ ଡି.ସି.ପି. (DCP) ଅନୀତା ରାୟ କହିଛନ୍ତି, ‘‘କୃଷକ ବିରୋଧ ପ୍ରଦର୍ଶନକୁ ଦଷ୍ଟିରେ ରଖି ଏଠାରେ ଆମର ତିନୋଟି ସିଫ୍ଟରେ ଡ୍ୟୁଟି ରଖାଯାଇଛି । ଲାଲକିଲାରେ ୨୪ ଘଣ୍ଟା ସୁରକ୍ଷା କଭରେଜ୍ ଦିଆଯାଇଛି । ଲାଲକିଲାକୁ ଯାଉଥିବା ସମସ୍ତ ରାସ୍ତାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡ୍ରୋନ ପରି ଆକ୍ରମଣକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଅଛି । ଟ୍ରେନିଂ ଓ ରୁଫ୍ ଷ୍ଟାଫଙ୍କୁ କୁହାଯାଇଛି ଯେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଏୟାରଫୋରସ୍, ଡି.ଆର.ଡି.ଓ (DRDO), ଏନ.ଏସ.’ଜି. (NSG) ସହଯୋଗୀରେ ୩୬୦ ଡ଼ିଗ୍ରୀ କଭରେଜ୍ ଦିଆଯିବ । ଏହାର ମକ୍ ଡ୍ରିଲ୍ କରାଯିବ । କରୋନା ମହାମାରୀକୁ ଦଷ୍ଟିରେ ରଖି ପୂର୍ବରୁ ଯେମିତି କରାଯାଇଥିଲା ଏବେ ମଧ୍ୟ ସେମିତି କରାଯିବ । ’’
Published by: Lipina Das
First published: July 22, 2021, 9:37 AM IST