- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଦିଲ୍ଲୀର କୋଣ୍ଡଲିରେ ଏକ ଆପାର୍ଟମେଣ୍ଟର ଝରକା ବାହାରେ ଏକ ନବଜାତ ଶିଶୁକୁ ଫିଙ୍ଗିବାର ମାମଲା ସାମ୍ନାକୁ ଆସିଛି। ଶିଶୁକୁ ଜନ୍ମ କରିବା ପରେ ଜଣେ ୨୦ ବର୍ଷର ଝିଅ ପିଲାଟିକୁ ଶୌଚାଳୟର ଝରକା ବାହାରେ ଫିଙ୍ଗି ଦେଇଥିଲା। ସୂଚନା ଅନୁଯାୟୀ ସେ ଝିଅ କହିଛି ଯେ ଅବିବାହିତ ହୋଇ ସେ ପିଲାଟିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେଣୁ ସେ ପିଲାଟିକୁ ବାହାରକୁ ଫିଙ୍ଗି ଦେଇଛନ୍ତି।
ସୋମବାର ସକାଳ ୯.୩୦ ସମୟରେ ଜୟ ଆମ୍ବେ ଆପାର୍ଟମେଣ୍ଟରେ ଘର ବାହାରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଏକ କପଡ଼ାରେ ଗୁଡ଼ାଯାଇଥିବା ତିନି କିଲୋ ଓଜନ ବିଶିଷ୍ଟ ଏକ ନବଜାତ ଶିଶୁ ରାସ୍ତାରେ ପଡ଼ିଯାଇଥିଲା। ଲୋକମାନେ ଯେତେବେଳେ ସେ କପଡା କାଢିଲେ, ସେଠାରେ ସେ ସେହି ଶିଶୁକୁ ପାଇଥିଲେ। ପିଲାଟି ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି ହେବା ସହିତ ଲୋକମାନେ ନୂଆ ଅଶୋକ ନଗର ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରମାନେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ଏକ ଫ୍ଲାଟର ଅନୁସନ୍ଧାନ ବେଳେ ପୋଲିସ ଏହାର ଡଷ୍ଟବିନରେ ରକ୍ତ ପଡିଥିବାର ଦେଖିବାକୁ ପାଇଥିଲା, ପୋଲିସ ସେହି ଫ୍ଲାଟରେ ରହୁଥିବା ଲୋକଙ୍କୁ ପଚରା ଉଚରା କରିଥିଲା। ସୂଚନା ଅନୁଯାୟୀ ପ୍ରିୟା ନାମକ ଜଣେ ଝିଅ ନିଜ ଅପରାଧ ସ୍ୱୀକାର କରିଛି। ସେ ପୋଲିସକୁ କହିଛନ୍ତି ଯେ ସେ ବିବାହିତ ନୁହଁନ୍ତି, ସେ ନୋଏଡାରେ କାମ କରନ୍ତି। ସୋମବାର ଦିନ ସେ ଏକ ପୁଅକୁ ଜନ୍ମ ଦେଇଥିଲେ, ତାଙ୍କୁ ୱାଶରୁମ୍ ଝରକା ବାହାରେ ଫିଙ୍ଗି ଦେଇଥିଲେ। ସମାଜର ଭୟ ହେତୁ ସେ ପିଲାଟିକୁ ହତ୍ୟା କରିଥିଲେ। ପିତାମାତାଙ୍କ ବ୍ୟତୀତ ତାଙ୍କ ପରିବାରରେ ଜଣେ ସାନ ଭାଇ ମଧ୍ୟ ଅଛନ୍ତି, ସେ ଗତ କିଛି ଦିନ ହେବ ଘରୁ ବାହାରକୁ ଯାଉନଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।