ଦେଶରେ ପ୍ରତିଦିନ ଯୌତୁକ ପାଇଁ ୨୦ ଜଣ ମହିଳାଙ୍କୁ କରାଯାଉଛି ହତ୍ୟା ! ୟୁପିରେ ଅଧିକ ମାମଲା

କେନ୍ଦ୍ର ସରକାର ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଯୌତୁକ ଜନିତ ମୃତ୍ୟୁର ଆକଳନ ଉପସ୍ଥାପନ କରିଛନ୍ତି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

ଦେଶରେ ପ୍ରତିଦିନ ଯୌତୁକ ପାଇଁ ୨୦ ଜଣ ମହିଳାଙ୍କୁ କରାଯାଉଛି ହତ୍ୟା ! ୟୁପିରେ ଅଧିକ ମାମଲା

ଦେଶରେ ପ୍ରତିଦିନ ଯୌତୁକ ପାଇଁ ୨୦ ଜଣ ମହିଳାଙ୍କୁ କରାଯାଉଛି ହତ୍ୟା ! ୟୁପିରେ ଅଧିକ ମାମଲା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଆମ ଦେଶରେ ଯୌତୁକ ପ୍ରଥା ଏବେ ବି ପ୍ରଚଳିତ ଅଛି। ଏହି ପ୍ରଥା ସମାଜ ପାଇଁ ଏକ କଳଙ୍କରେ ପରିଣତ ହୋଇଛି । ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ନିୟମ କାନୁନ୍ ସତ୍ତ୍ୱେ ମଧ୍ୟ ଯୌତୁକ ଲୋଭ ଶେଷ ହେଉନାହିଁ । ଏହି କାରଣରୁ ଦେଶରେ ଯୌତୁକ ଜନିତ ମୃତ୍ୟୁ ସାମ୍ନାକୁ ଆସୁଛି । ଯଦିଓ ସରକାରଙ୍କ ଦ୍ବାରା ଯୌତୁକ ଆଇନ ପ୍ରଣୟନ କରାଯାଇଛି ଏବଂ ଯୌତୁକ ନେବା କିମ୍ବା ଦେବା ଏକ ବଡ଼ ଅପରାଧ ହୋଇସାରିଛି, ତଥାପି ଆଜି ମଧ୍ୟ ଯୌତୁକକୁ ଗୁପ୍ତ କିମ୍ବା ଖୋଲାଖୋଲି ଭାବେ ଦିଆଯାଉଛି । ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଯୌତୁକ ଜନିତ ମୃତ୍ୟୁର ଆକଳନ ଉପସ୍ଥାପନ କରିଛନ୍ତି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ଯୌତୁକ ଜନିତ ମୃତ୍ୟୁ ସମ୍ପର୍କରେ କରାଯାଇଥିବା ଆକଳନକୁ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି । ଯେଉଁଥିରେ କୁହାଯାଇଛି, ୨୦୧୭ ରୁ ୨୦୨୧ ମଧ୍ୟରେ ଦେଶରେ ପ୍ରାୟ ଦୈନିକ ୨୦ ଯୌତୁକ ଜନିତ ମୃତ୍ୟୁ ପଞ୍ଜିକୃତ ହୋଇଛି। ଯେଉଁଥିରେ ଦୈନିକ ସର୍ବାଧିକ ୬ ମୃତ୍ୟୁ ଉତ୍ତରପ୍ରଦେଶରେ ପଞ୍ଜିକୃତ ହୋଇଛି । ୨୦୧୭ ରୁ ୨୦୨୧ ମଧ୍ୟରେ ଦେଶରେ ୩୫,୪୯୩ ଯୌତୁକ ଜନିତ ମୃତ୍ୟୁ ଘଟିଥିଲା ।

ରାଜ୍ୟସଭାରେ ଦିଆଯାଇଥିବା ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୧୭ ରେ ୭ ହଜାର ୪୬୬ ଯୌତୁକ ଜନିତ ହତ୍ୟା, ୨୦୨୮ ରେ ୭ ହଜାର ୧୬୭ , ୨୦୧୯ ରେ ୭ ହଜାର ୧୪୧, ୨୦୨୦ ରେ ୬ ହଜାର ୯୬୬ ଓ ୨୦୨୧ ରେ ୬ ହଜାର ୭୫୩ ମୃତ୍ୟୁ ଘଟିଛି । ସେହି ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୧୧,୮୭୪ ଜଣ ଯୌତୁକ ଜନିତ ହତ୍ୟା ରେକର୍ଡ କରାଯାଇଥିଲା ଏବଂ ଦିନକୁ ପ୍ରାୟ ୬ ଜଣ ହତ୍ୟା କରାଯାଇଛି । ମିଶ୍ର କହିଛନ୍ତି ଯେ ୨୦୧୭ ରୁ ୨୦୨୧ ମଧ୍ୟରେ ବିହାରରେ ୫,୩୫୪ ଯୌତୁକ ମୃତ୍ୟୁ, ମଧ୍ୟପ୍ରଦେଶରେ ୨,୮୫୯, ପଶ୍ଚିମବଙ୍ଗରେ ୨,୩୮୯ ଏବଂ ରାଜସ୍ଥାନରେ ୨,୨୪୪ ଜଣଙ୍କର ହତ୍ୟା କରାଯାଇଛି ।
Published by:Soubhagya Mishra
First published: